ସଂଗୀତ
ସଂଗୀତ
ଡୁବୁଉ..... ଡୁବୁଉ....ଡୁବୁ....ଡୁବୁ....ଡୁ...ଡୁ ..ଡୁ
ଡୁ ..ଡୁ. ଦୁ ଦୁ ଦୁ● ● ° ° °
ଭରି ଆସୁଥିବା ମାଠିଆର ଶେଷ ଗଦଗଦ ସଂଗୀତ ....ଛାତିର ଫେନ୍ଦ ପର୍ଯ୍ୟନ୍ତ ଭରି ଆସୁଥିବା ଖୁସିର ମୁଖର ସଂଗୀତ....
ମାଠିଆର ଭିତର ପାର୍ଶ୍ଵ
ମନର ଭିତରି କାନ୍ଥ
ଯା'କୁ ଛୁଇଁ ଛୁଇଁ ଆଶା ବଢୁଥାଏ ଆକାଶ ଆଡକୁ ।
ଆକାଶ ତ ରହିଯାଏ ଦୂରେ
ମୁଖର ହୋଇ ଆସୁଥିବା ସଂଗୀତ ସମାପ୍ତ ହୋଇଯାଏ ହଠାତ
ଛଲକି ସେ ଖସି ପଡେ ମାଟିକୁ
ତା ପରେ ରହି ଯାଏ ତାର ସ୍ବପ୍ନ
ଭରା ମାଠିଆର ଛଳ ଛଳ ମୁହଁରେ
କିଛି ଚିଡଚିଡା ଅନାବନା ଧ୍ୱନି ହୋଇ