ଆଲୋକର ସତ୍ତା
ଆଲୋକର ସତ୍ତା
ଶ୍ରୀ ମନ୍ଦିରଟିଏ
ଗଢିବାକୁ ଯଦି,
ଗରୀବର ଘର
ଏ ସଭ୍ୟତା ଭାଙ୍ଗିଦିଏ ।
ମନ୍ଦିରରେ ସିନା
ଧ୍ଵଜା ଉଡୁଥାଏ,
ଠାକୁରଙ୍କ ପାଇଁ
ମନ୍ଦିର ନରକ ହୁଏ ।
ଗରୀବ ଶୋଷଣ,
ତା'ରି ରକତରେ,
ଗଢ଼ା ହୋଇଥିବା
ମନ୍ଦିର,ମନ୍ଦିର ନୁହେଁ ।
ଧର୍ମ ଦ୍ୱାହୀ ଦେଇ
ଶ୍ଳୋକ ଉଚ୍ଚାରଣ,
ତୁହାଇ ତୁହାଇ
ଗରୀବଙ୍କ କଥା କୁହେ ।
ନିଜ ସଫଳତା
ପାଇବାକୁ ଯେବେ,
ଆନ ଅମଙ୍ଗଳ
ଚିନ୍ତିବା ଜରୁରୀ ହୁଏ ।
ଧିକ୍ ସେ ମଣିଷ,
ତା'ରି ସଫଳତା
ଜୀଅନ୍ତା ଲୋକଙ୍କୁ
ଜୀବନ୍ତ ସମାଧି ଦିଏ ।
ଆଲୋକ ଆମରି
ବଡ ଉପକାରୀ,
ତା'ବୋଲି ଅନ୍ଧାର
ଅପକାରୀ କେବେ ନୁହେଁ ।
ଉଭୟେ ଆମର,
ଆମରି ନିଜର,
ଅନ୍ଧାର ଭିତରେ
ଆଲୋକର ସତ୍ତା ଥାଏ ।
ହେ ଭାଇ,ମାନବ !
ଧନୀ ଓ ଗରୀବ
ଉଭୟେ ସମାନ,
ଈଶ୍ୱରଙ୍କ ଦରବାରେ ।
ସମସ୍ତଙ୍କୁ ଦେଖ
ନିଜ ପଣିଆରେ,
ମଣିଷର ପାଇଁ
ମଣିଷ ହିଁ ଝୁରି ମରେ ।