ନିଶା ନିଶାରେ ଏ ଜୀବନ
ନିଶା ନିଶାରେ ଏ ଜୀବନ
ମଦ ପାନ ବିଡ଼ି ସିଗାରେଟ
ସେବନେ ହୁଅଇ କରକଟ ।
ଧନ ହାନୀ ପ୍ରାଣ ପୀଡ଼ା ରେ
ପରିବାର ହୁଅନ୍ତି ଛଟପଟ ॥ଧୂମପାନ କଲେ ଫୁସଫୁସ କ୍ୟାନସର
ମଦ ପୋଡ଼ିଦିଏ ଦୁଲ୍ଲଭ ଲିଭର ।
ପାନ ଗୁଟଖା ନଷ୍ଟକରେ ମୁଖଗହ୍ଵର
ନିଶା ସେବନ ଶରୀର ପାଇଁ କ୍ଷତିକାର ॥ଜୀବନ ବଞ୍ଚାଅ ଖାଦ୍ୟ ଖାଇ
ଅଖାଦ୍ୟ ଖାଇଲେ ଭୋକ ମାରଇ ।
ଉପର ବରଡ଼ା ଗଲେଣି,
ଉଦାହରଣ ହୋଇ
ତଳ ବରଡ଼ାଙ୍କ ତଥାପି ଚେତା ନପଶଇ ॥ଅନ୍ଧ ବନୁଛେ ଆମ ଆଖି ଥାଇ
ଆଭରଣେ କର୍କଟ ଚିହ୍ନ ଅଛି ରହି ।
ନିଜେ ମାଦକ କହୁଛି,
ମୋତେ ଆଦର ନାହିଁ
ନିଶା ନିଶାରେ ହଉଛେ ବାଇ ॥
ମଣିଷ ଜନମ ଦୁଲ୍ଲଭ ଜୀବନ
କେତେ ଜନମର ଅଟେ ପୂଣ୍ୟ ।
ଦେବତାଏ ଏଥିପାଇଁ ବଳାନ୍ତି ମନ
ଏତ ଈଶ୍ଵରଙ୍କ ଦାନ ॥