ଅଗ୍ରଗଣ୍ୟ
ଅଗ୍ରଗଣ୍ୟ


ଦେବତା ଦେବୀଙ୍କ ମଧ୍ୟରେ ଶ୍ରେଷ୍ଠ
ଆଦ୍ୟଗୁରୁ ପରମ ପିତା
ପିତା ମହେଶ୍ୱର ମାତା ପାର୍ବତୀ
ସକଳ ଭକ୍ତଙ୍କ ମାତା ପିତା
ଗଣନାଥ ଜନ୍ମ ବୃତ୍ତାନ୍ତ ମାତାଙ୍କ
ଦେହ ମଳୁଖର ଚିତା
ଜୀବନ୍ୟାସ ପାଇ ପିତାଙ୍କ ବଇରୀ
ସାଜିଲେ ରଖି ମାତାଙ୍କର କଥା
ଛାଡିଦେଲେ ନାହିଁ ଭିତରକୁ ଶିବଙ୍କୁ
ଦ୍ୱାରପାଳ ବାଳକର କଥା
ଘୁରିଗଲା ମଥା କୋପଭରେ ମହେଶ୍ୱର
କାଟିଲେ ତ୍ରିଶୁଳେ ମଥା
ପାର୍ବତୀ ନନ୍ଦନ ମାନସ ପୁତ୍ର ସନାତନ
ପାର୍ବତୀ କାନ୍ଦି କହୁଥିଲେ ଗାଥା
ଖୋଜି ଖୋଜି ଆଣି ହାତୀ ମୁଣ୍ଡ ଲଗାଇ
ଜୀବନ୍ୟାସ ଦେଲେ ପିତା
ଗଜାନନ ଆନନ ହେଲେ ଅଗ୍ରଗଣ୍ୟ
ବକ୍ରତୁଣ୍ଡ ମହାକାୟ ଗ୍ରହୀତା
ବିଦ୍ୟା ବୁଦ୍ଧି ଜ୍ଞାନ ସିଦ୍ଧି ଓ ସମ୍ମାନ ଗଣେଷ
ଠାକୁର ବିଘ୍ନ ନାଶନ ଦେବତା
ସିଦ୍ଧି ଵିଧି ପ୍ରଦାୟକ ଅକର୍ମ କର୍ମ କାରକ
ଖର୍ବ ସ୍ଥୁଳ ତନୁ ଗଜେନ୍ଦ୍ର ବଦନ କର୍ତ୍ତା
ଭାଦ୍ରବ ମାସର ଚତୁର୍ଥୀ ତିଥିରେ ଗଣପତି
ପୂଜିଲେ ପ୍ରସନ୍ନ ଜ୍ଞାନ ବୁଦ୍ଧି ବିଦ୍ୟା ଦାତା ।