ପୁରୁଣା ନୂଆ
ପୁରୁଣା ନୂଆ
ହାତେ ଥିବ ଛତା ପାଦେ ଥିବ ଯୋତା
କାନ୍ଧରେ ଥିବ ଗାମୁଛା
ଜେଜେ କହୁଥିଲେ ଏ ତିନିକୁ ଧରି
ଯାଅ ଯେଣେ ହୁଏ ଇଛା
ବାପା କହୁଥିଲେ ସାହେବ ପୋଷାକ
ଫୁଲ୍ ପ୍ୟାଣ୍ଟ୍ ଫୁଲ୍ ଜୋତା
କଲେଜକୁ ଗଲେ ସେ ସବୁ ପିନ୍ଧିବୁ
ପାଠ ପଢି ଆଗେ ଦେଖା
ପୁଅକୁ କହିଲି ଯୁଗ ବଦଳୁଛି
ଚଳିବୁ ତୁ ତାଳ ଦେଇ
ହେଲେ କେବେହେଲେ ନିଜ ସଂସ୍କୃତିକୁ
ମନରୁ ଭୁଲିବୁ ନାହିଁ
ପୁଅ ମୋ କହିବ ତାର ସନ୍ତାନକୁ
ହାଲୋ ହାଏ ତୁ କହିବୁ
ବାପା ମାଆ ଡାକ ପୁରୁଣା ହେଲାଣି
ସେ ସବୁକୁ ଭୁଲି ଯିବୁ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©