Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Inspirational

2  

SIPRA NAMTA

Inspirational

ଏବେ ବି ରେବତୀ

ଏବେ ବି ରେବତୀ

2 mins
7.1K


ବ୍ୟାସ କବି ଫକୀରମୋହନ ସେନାପତିଙ୍କ ଗଳ୍ପ ""ରେବତୀ "" ଉପରେ ........

ସିପ୍ରା ନାମତା ( ନମ୍ରତା )


ଦେଢ଼ଶ ବରଷ ପରେ ଜନମିଛି ବୋଲି

ଶୁଣୁନାହିଁ ବୋଧେ ଲୋ ନିଆଁ ..... ,ଲୋ ଚୁଲ୍ଲୀ ...।

ତଥାପି ଘର କରଣା ଶିଖିବାର ପାଇଁ

ପାଠ ପଢିବାରେ ବାଧା ଆସେ କାଇଁ ? ।

ବ୍ୟାସ କବିଙ୍କର ଓଡିଆ ରେବତୀ ଗଳ୍ପ

ଧୀରେ ଧୀରେ ଆଣିଛି ପରିବର୍ତ୍ତନ ଅଳ୍ପ ।

ନାରୀ ଶିକ୍ଷା ଅନେକ ସଫଳ ହୋଇଛି

ବେଶ ଦମ୍ଭ ମନ ନେଇ ରେବତୀ ଚାଲୁଛି ।

ଉଚ୍ଚ ଶିକ୍ଷିତା ହୋଇ ଗୌରବ ମୁଣ୍ଡେଇ

ତଥାପି ...............ଅବୋଶୋଷ୍ ... ,

ଛାତି ତଳୁ ଦୀର୍ଘଶ୍ଵାସଟିଏ ବାହାରି ଆସୁଛି ।।।


(ଓଡିଆ )ଗଦ୍ୟସାହିତ୍ୟରେ ହେ ପୂଜ୍ୟ ଫକୀରମୋହନ

ତୁମେ ଅଟ ଥୋମାସ ହାର୍ଡ଼ି କହିଥିଲେ ମାୟାଧର ।

ଉନବିଂଶ ଶତକରେ ତୁମ ଗଳ୍ପ ଚହଲେଇଥିଲା

ବାସୁଦେବ ମାଷ୍ଟ୍ରେ ପାଶେ ରେବତୀ ପାଠ ପଢିଥିଲା ।

ଶିକ୍ଷା ଦିଏ ଉନ୍ନତ ଚିନ୍ତା ବୋଲି ଶ୍ୟାମବନ୍ଧୁ ଭାବିଥିଲେ

ତେଣୁ ନାରୀ ଶିକ୍ଷା ବୃଦ୍ଧି ପାଇଁ କଳ୍ପନା ସେ କରିଥିଲେ ।

(ହେଲେ )ଏବେ ବି କିଛି ରେବତୀ ଶିକ୍ଷା ପାଉନାହାନ୍ତି

ଗରିବବୋଲି ପର ଘରେ କାମ ଯାଇ କରନ୍ତି ।

ଏବେ ବି ଅସହାୟ ରେବତୀ ଶିକ୍ଷା ବୋଝ ତଳେ

ଗୃହିଣୀର ମାନଦଣ୍ଡ ହରାନ୍ତି ଯେ ଶିକ୍ଷା ଅନ୍ତରାଳେ ।

ଉପାର୍ଜନ ହୋଇ ବି ସେ ଆତ୍ମ ପ୍ରତ୍ୟୟ ହୀନା

ସମ୍ପୂର୍ଣ୍ଣା ହୋଇ ବି ନିର୍ଭରଶୀଳା ଓ ଦୁର୍ବଳ ମନା ।

ତଥାପି .............ଅବୋଶୋଷ୍ .......

ଅସହିଷ୍ଣୁତାର ଛାତ ତଳେ ରେବତୀ ବଞ୍ଚୁଛି ।।।


ଏବେ ବି ରେବତୀ ଅସହାୟତାର ଝାଡ଼ରେ ବଞ୍ଚିଛି

ଯେଉଁଠି ବାସନାର ବିଷାକ୍ତ କୀଟ ବାଲ୍ୟରୁ ଦଂଶୁଛି ।

ସେଦିନ ହଇଜା ମାରିଥିଲା ଗୋଟିଏ ରେବତୀ

ଆଜି କାମୁକ ମଣିଷ ମାରୁଛି ଅଗଣିତ ରେବତୀ ।

ହଇଜା ଠାରୁ ବି ଭୟଙ୍କର ଏଇ ସଂକ୍ରାମକ ବ୍ୟାଧି

ବିନା ପ୍ରତିଷେଧକରେ ସମାଜରେ ବ୍ୟାପି ଚାଲିଛି ।

ଜୀବନ ମାରଣ ସଂଗ୍ରାମରେ ମରଣ ବିଜୟୀ ହୁଏ

ଶିକ୍ଷା ,ସଂସ୍କାରର ମୂଲ୍ୟ ହଜେ ନିମ୍ନ ଗାମୀ ହୁଏ ।

ଅନ୍ଧ ଗଳି ,ରାଜ ରାସ୍ତାରେ ରେବତୀ ନୁହେଁ ନିର୍ଭୟ

ପଚାରୁଛି ମୁହଁ ଖୋଲି କିଏ ଦେବ ତାକୁ ଅଭୟ ।

କାହିଁକି ଏତେ ଅସୁରକ୍ଷିତ ବୋଲି ରେବତୀ ପଚାରୁଛି

ତଥାପି .............. ଅବୋଶୋଷ୍ ..........

ଶସ୍ତା ରାଜନୀତି ଓ ସମାଜ କହୁଛି

ଏଠି ନାରୀଶିକ୍ଷା ଓ ନାରୀ ସଶକ୍ତିକରଣ ଚାଲିଛି ।।।

କୁହ କୁହ କବି ,ଲେଖକ , ସମାଜପତି

ଏ ପ୍ରଶ୍ନ ର ଉତ୍ତର କିଏ ବା ଦେଇପାରିବ କେମିତି ?

---–-----------

ବାରିପଦା

8249850168


Rate this content
Log in

Similar oriya poem from Inspirational