ରତ୍ନାକର ଚମ୍ପୂ (ଦ)
ରତ୍ନାକର ଚମ୍ପୂ (ଦ)
ରତ୍ନାକର ଚମ୍ପୂ
(ଚୌପଦୀ ରତ୍ନାକର)
(18)
ଶ୍ରୀକୃଷ୍ଣ
ରାଗ - ପୂରବୀ - ଏକତାଳି
ଦୟା ନ କଲେହେଁ ଦାରୁଣ ହୃଦୟ ସେହି
ଯେତେ ଯେତେ ଦୁଃଖ ପୂର୍ଣ୍ଣଚନ୍ଦ୍ର ମୁଖ ପାସୋରିବି ସଖି କେହି (ଘୋଷା)
ଦଳିତ ଅଞ୍ଜନ - ଗଞନ କି ଜଗି ନିତି ତା ମରଜି
ଦୟିନୀ କରି ମୁଁ କେତେ ଆୟାସରେ କରାଉଥିଲିଟି ରାଜି (1)
ଦ୍ୟୁମଣି ତନୟା ତଟର ନିକଟ ନିକୁଞ୍ଜ ସଂକେତ କରି
ଦରବିକସିତ ଅରବିନ୍ଦ ହେବାଯାଏ ଜଗିଲା କିଶୋରୀ (2)
ଦେଇ ବିସୋରି କହିବା ଗିର କେଉଁ କିଶୋରୀ ସଂଗତେ ରସି
ଦୋଷ ବିନା ଦୁଃଖୀ କରାଇ ମୋ ସଖୀ ଦିବ୍ୟ ବେଶ କରେ ବାସି(3)
ଦିଶୁ ନାହିଁ ମୋତେ ଉପାୟ କିଞ୍ଚିତେ ଶ୍ରୀହରିଚନ୍ଦନ ଭାଷେ
ଦୁଃଖ ସହଚରୀ ଚିତ୍ତେ ଅଛି ପୂରି ନ କହିବି ତାର ପାଶେ (4)