ଅଧାରୁ ଛାଡନି ପାଠ
ଅଧାରୁ ଛାଡନି ପାଠ
ସିଦ୍ଧେଶ୍ୱର ତ୍ରିପାଠୀ
ପାଠ ଦୂରେଇବ ଅଜ୍ଞାନ ଅନ୍ଧାର ,
ସିଏ ଦେଖାଇବ ବାଟ ,
ପଢୁଥାଅ ତୁମେ ନିତି ମନଦେଇ ,
ଅଧାରୁ ଛାଡନି ପାଠ ।
ଅମୃତର ଧାରା ଗାଇବ ସିଏ ,
ଦୂରେଇ ସବୁ ବିଷ ,
ବିଦ୍ୟା ବୁଦ୍ଧି ଦିନେ ସବୁଠି ଜିତିବ ,
ରହିବନି ଅବଶୋଷ ।
ଦିନପରେ ଦିନ ବିତିତ ଯାଉଛି ,
ଆଉ କର ନାହିଁ ମଠ ,
ପଢୁଥାଅ ତୁମେ ନିତି ମନ ଦେଇ ,
ଅଧାରୁ ଛାଡନି ପାଠ ।
ବୁଝିଯାଅ ତୁମେ ବୁଝିଯାଅ ଏବେ ,
ଆଉ କରନାହିଁ ଡେରି ,
ବିଦ୍ୟା ଅଧ୍ୟୟନ କରୁଥାଅ ଧନ ,
ଦୁଃଖ ସବୁ ଯିବ ସରି ।
ପାଠପଢି ତୁମେ ଶୀର୍ଷ ସ୍ଥାନ ପାଅ ,
ଭାଇ ତୁମ ଭଲ ଚାହେଁ ,
ପଢୁଥାଅ ତୁମେ ନିତି ମନଦେଇ ,
ଅଧାରୁ ଛାଡନିପାଠ ।