Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

3  

Prasant Kumar Nath

Inspirational

ପ୍ରକୃତି ବନ୍ଧୁ

ପ୍ରକୃତି ବନ୍ଧୁ

1 min
6.7K


ଅଜା ପାଖେ ବସି ପଚାରିଲା କୁନା

ମୋତେ ଯେ ଦିଅ ବୁଝେଇ

ଠିକ୍ ସମୟରେ ବରଷା କି ଖରା

ହେଉ ନାହିଁ ଏବେ କାହିଁ ।

ବୁଝାଇଲେ ଅଜା ଶୁଣ ଆରେ କୁନା

କରିଛୁ ଯଦି ତୁ ମନ

କହୁଅଛି ତୋତେ କାରଣ ତାହାର

ଶୁଣୁଥିବୁ ଦେଇ ଧ୍ୟାନ ।

ଜଙ୍ଗଲ କାଟିକି ମଣିଷ ସମାଜ

କଂକ୍ରିଟ ସଡ଼କ କଲା

ନିଜ ବଡପଣ ଦେଖେଇବା ପାଇଁ

ବଡ଼ କୋଠା ତୋଳିନେଲା ।

ଗଛ ସବୁ କାଟି ନଣ୍ଡା କରିଦେଲା

ଭାବିଲାଣି ଜମା ଥରେ

ଭାବିଲା ମନରେ ଏସି ହାୱା ଖାଇ

ରହିବାକୁ ନିଜ ଘରେ ।

ଗଛର ଅଭାବେ ବରଷା କି ଖରା

ସମୟେ ହୋଇବ ନାହିଁ

ବେଳ ଥାଉ ଥାଉ ସଜାଗ ହୋଇଣ

ଗଛ ଲଗେଇବା ପାଇଁ ।

ଧଡପଡ ହୋଇ ଉଠିଗଲା କୁନା

କହିଲା ଅଜାକୁ ତା'ର

ଗଛ ପରି ଆଉ କିଏବା ଆମର

କରିବ ଯେ ଉପକାର ।

ସେହି ଦିନ ଠାରୁ ଅଜା ନାତି ମିଶି

ଗଛ ଲଗେଇଲେ କେତେ

ଫୁଲ ଫଳ ସାଥେ ଉପକାରୀ ଗଛ

ପାଇଲେ ଯେଉଁଠି ଯେତେ ।

ସୁନ୍ଦର ଦିଶିଲା ସବୁଜ ବନାନୀ

ଛୁଟିଲା ଖୁସିର ସିନ୍ଧୁ

କୁନାର ନାମଟି ସମସ୍ତେ ଜାଣିଲେ

ସିଏ ତ ପ୍ରକୃତି ବନ୍ଧୁ ।

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।


Rate this content
Log in

Similar oriya poem from Inspirational