Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shaktiprada Mohapatra

Inspirational Romance

2  

Shaktiprada Mohapatra

Inspirational Romance

# ଵର୍ଷା #

# ଵର୍ଷା #

1 min
7.2K


ସାପ୍ତାହିକ କଵିତା ପ୍ରତିଯୋଗିତା

************************

    # ଵର୍ଷା #


ଵର୍ଷା ତୁମେ ପ୍ରାଣ ମୂର୍ଛା

ଯେତେ ପାର ସେତେ ବର୍ଷ

ଆପତ୍ତି ନାହିଁ ।

କିନ୍ତୁ କ୍ଷମତା ଅଛି ମୋର

ତୁମକୁ ,ମୋ' ଆଖିରେ 

ବନ୍ଦୀ କରି ଵାର ।

ତୁମେ ନଈରେ ମିଶ,ଝର୍ନା ରେ ମିଶ

ଅବା ସାଗରରେ,

ଯୋଉଠି ମିଶିବାର ଅଛି ମିଶ 

ହେଲେ ତୁମେ ଯେ ,ମୋ' ଓଠରୁ

ଵୋହୁଥିବା କେଇ ଵୁନ୍ଦା ଠପ୍ ଠପ୍

ପିଛ୍ଛଳରେ ଵଶ !

ଭାଂଗ ପଛେ ଯେତେ ନାଇ ସେତେ

ଵନ୍ଧ ଅବା ବାଡ଼ ,

ଅଥଚ ,ତୁମେ ତ ମୋ' ମନର 

ସେଦିନର ଭିଡ଼ ଭିତରେ ଵସିଥିବା

ଛୋଟ ଏକ ସୁସଂଜତ ନୀଡ଼ !

ସମସ୍ତଙ୍କୁ ଭିଜେଇ ଦିଅ ମଜେଇ ଦିଅ

ହେଲେ,ତୁମେ ଆଜି ବି ମୋ'ଦେହରୁ

ବୋହୁ ଥିବା ଥପ୍ ଥପ୍

ଝାଳ ବୁନ୍ଦାରେ ନିଶ୍ଚିନ୍ତରେ ତିନ୍ତିଯାଅ !

ଝରିବା ପଣିଆରେ ଝରୁଥିବ ,ଝରୁଛ

    ଝରୁଥିବ.......

ହେଲେ, କୋଉ ମୁହୂର୍ତରେ

 ଯେ ଦିନେ ଅକ୍ତିଆର

 ହେବ ତୁମେ ନିଃସନ୍ଦେହ -

ମୋ' ବିଶ୍ୱାସର କମଣ୍ଡଳୁରେ ।

#    #    #     #       (ପ୍ରତିଯୋଗିତା ପାଇଁ)


Rate this content
Log in

Similar oriya poem from Inspirational