STORYMIRROR

Shaktiprada Mohapatra

Others

2  

Shaktiprada Mohapatra

Others

ଅଇଁଠା

ଅଇଁଠା

1 min
14K


କ୍ଷୀର ତ ଅଇଁଠା, ନୀର ତ ଅଇଁଠା

ଆହୁରି ଅଇଁଠା ବେଦ,

ଫୁଲ ଅଇଁଠା,ଗେଲ ତ ଅଇଁଠା

ଆଉ ଶାଳଗ୍ରାମ ଭେଦ ।ଘୋଷା।

ମାଆର ଅଇଁଠା ସବୁଠାରୁ ମିଠା

ପମ୍ପୁଡି ଅଇଁଠା ଭୋଗ,

ଜଗତକରତା କପାଳରେ ଥିଲା

ଶବରୀ ଅଇଁଠା ଭାଗ । ୧।

ଗୀତ ତ ଅଇଁଠା ,ଗୀତାବି ଅଇଁଠା

ଅଇଁଠା ପଷମ ଛନ୍ଦ,

ସୁର ତ ଅଇଁଠା ,ଝଂକାର ଅଇଁଠା

ଅଇଁଠା ଋଣର ସୁଧ ।୨।

ହୁଂକା ତ ଅଇଁଠା ,ଫୁଂକାବି ଅଇଁଠା

ଆହୁରି ଅଇଁଠା ସିନ୍ଧୁ,

କୁହୁ ତ ଅଇଁଠା,ମହୁ ତ ଅଇଁଠା

ଅଇଁଠା ସରଗ ଇନ୍ଦୁ ।୩।

ଅଇଁଠା ବିଷୟ ନୁହେଁ କି ବିସ୍ମୟ

ସବୁ ଅଇଁଠାରେ ବଶ,

ଅଇଁଠା ଗଣିତ ସରଳ ନୁହଁଇ

ଯେତେ ପାର ସେତେ କଷ ।୪।

କଷିଲା ବେଳକୁ ଘୂରିଯାଏ ମଥା

କଷିବା ରହିଲା ଅଧା,

ଅଇଁଠା ଚିଜଟା ଭାରି ସୁଆଦିଆ

ଝରୁଥାଏ ସଦା ସୁଧା ।୫।

କ୍ଷୀର ତ ଅଇଁଠା, ନୀର ତ ଅଇଁଠା

ଆହୁରି ଅଇଁଠା ବେଦ,

ଫୁଲ ତ ଅଇଁଠା ,ଗେଲ ତ ଅଇଁଠା

ଆଉ ଶାଳଗ୍ରାମ ଭେଦ ।ଘୋଷା।

* * * * *


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍