ଏ ଜୀବନ ମୋର
ଏ ଜୀବନ ମୋର
ଚିରସ୍ଥାୟୀ ନୁହେଁ ଜାଣିଛି ଜୀବନ
ଅଳୀକ ସମୟ ସାଥୀ
କେତେବେଳେ ଦୁଃଖ କେତେବେଳେ ସୁଖ
କେମିତି ଯାଏ ସେ ବିତି ।
ଦୁଃଖ ସୁଖ ଦୁହେଁ ଧାରାରେ ବିଚିତ୍ର
ଜାଣି ହୁଏ ନାହିଁ ସଙ୍ଗ
ସୁଖ ଆଜି ଯାର ଦୁଃଖ ହୁଏ ପର
ଏକ କରେ ଆର ଭଙ୍ଗ। ।
ତଥାପି ମୋ ଦୁଃଖ ସରୁନାହିଁ କାହିଁ
କେତେ ଦୁଃଖ ନେବି ବୋହି
ବୁଝି ପାରୁନାହିଁ ମୋ କର୍ମ କାହିଁକି
ସୁଖ ଆଉ ଡାକୁ ନାହିଁ ।
ଜାଣିବାକୁ ତୁମ ସାକାର ସ୍ଵରୂପ
କେତେ ଇଚ୍ଛା ମନେ ଧରେ
ଦୟାକର ପ୍ରଭୁ ହୀନ ଦୀନଠାରେ
ପାଇବି ଦର୍ଶନ ଥରେ ।
ଏ ଜୀବନ ସୁଖ ଯାଉଛି ଦୁରେଇ
ବଢିଲାକି ପାପ ଭାର
ବୁଝି ପାରୁନାହିଁ ମୋ ଜୀବନ ଗତି
କର ନାହିଁ ମୋତେ ପର ।
ତୁମ ପାଦେ ମୋର ଏତିକି ମିନତି
ରହିଥାଉ ମୋର ଲୟ
ତୋଠାରେ ଆଶ୍ରୟ ହେଉ ମୋର ଧ୍ୟେୟ
ଆସୁ ପଛେ ଯେତେ ଲୁହ ।
ପ୍ରଶାନ୍ତ କୁମାର ହୋତା