Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Inspirational

3  

Arun Kumar Mitra

Inspirational

ଉନ୍ନୀତ ସମାଜ

ଉନ୍ନୀତ ସମାଜ

1 min
6.7K


ଧନ୍ୟ ସମାଜ ତୁମକୁ ଜଣାଏ

ହଜାର ନମସ୍କାର

ତୁମେ ଆଜି ଏତେ ସଭ୍ୟ ହେଲଣି

ଭୀଷଣ ଚମତ୍କାର ।

ଆମକୁ ରଖିଛ ପାଦତଳେ ସଦା

ଶାସନ ଶୋଷଣ କରି

ଆଗ ପଛ ଆମ ଶୃଙ୍ଖଳେ ବାନ୍ଧି

ରଖିଛ ରୁଦ୍ଧ କରି  ।

କେତେ ସୁମଧୁର ଉପାଧି ଆମର

ଆମେ ଭାରତୀୟ ନାରୀ

ଅବହେଳା ଆଉ ଅନାଦରେ ସଦା

କାଳ ବିତଇ ଆମରି ।

ଯେତେ ହେଉଥାଉ ବଡ଼ ଶିକ୍ଷିତା

ହେବ ପୁରୁଷର ଦାସୀ

ତାଙ୍କ କଥାଟିଏ ନ ଶୁଣି ଚାଲିଲେ

ଯିବ କୁଆଡ଼କୁ ଭାସି ।

ସହଜରେ ମିଳେ ଚାକିରୀ ଆମକୁ

ଗୃହବଧୂ ପଦଟିଏ

ଟଙ୍କା ଗହଣା ଖଟ ଆଲମିରା

ଲାଞ୍ଚ ଦେବାକୁ ହୁଏ ।

ଶନିବାର ନାହିଁ, ରବିବାର ନାହିଁ

ଥାଏ ଖାଲି ପରିବାର

ଚାକିରିଟି କିନ୍ତୁ ଅସ୍ଥାୟୀ ନୁହେଁ

ତିଷ୍ଟିବା ଦରକାର ।

ଅତି ସକାଳରୁ ରାତି ଏଗାରଟା

ନିସ୍ତାର ନାହିଁ ମୋଟେ

ଖାଇପିଇ ରହି ବିନା ଦରମାର

ବଢିଆ ଚାକିରୀ ଗୋଟେ ।

ଯଦି ଆସନ୍ତି ଏକ ରୁ ଅଧିକ

ଝିଅ ପିଲା ତୁମ କୋଳେ

ଚାକିରୀ କିନ୍ତୁ ଟଳମଳ ହୁଏ

ପ୍ରାଣଟି ବି ଯାଇପାରେ ।

ଲମ୍ବା ଚୌଡା ଭାଷଣ ଶୁଣଇ

ନାରୀ ସ୍ଵାଧୀନତା ନାଁରେ

କେତେ ସୁଖ ଆଉ ଶାନ୍ତି ମିଳଇ

କେ ଅଛନ୍ତି ବିଚାରେ ।


Rate this content
Log in

Similar oriya poem from Inspirational