ଶେଫାଳୀ
ଶେଫାଳୀ
ଅନ୍ଧାର
ଚତୁଃଦିଗ ଅନ୍ଧକାର
ଅନ୍ଧାରରେ ହୁଏ ବିକଶିତ
ମହକାଇ ଦିଏ ରାତ୍ରର ନିସ୍ତବ୍ଧ।
ନିସ୍ତବ୍ଧତା
ଘନ ଘୋର ମନର ଅନ୍ଧାର
ଉଠୁଥିବା ସ୍ଵପ୍ନ ମାନ
ବିକାର ବିକାର
କାହିଁକି ନା ?
ଆଲୁଅ ନାହିଁ ତା'ର ସାଥ
ଭିଜା ଭିଜା ମୁଦ୍ରିତ ସପନ
କେବେ ଆସେ
ପୁଣି ଅପସରି ଯାଏ
ରଖିଯାଏ
ନିଦ୍ରିତ ସାକ୍ଷର।
ଆଖି ବନ୍ଦ
କାନ ବନ୍ଦ
ଦେହ ଅବସନ୍ନ
ବାହ୍ୟେନ୍ଦ୍ରିୟ ମାନ
ପ୍ରାୟ ଶବ୍ଦହୀନ।
ଅନ୍ତେନ୍ଦ୍ରିୟ
ସ୍ବାଭାବିକ ଗତି
ନିଶ୍ଵାସ ପ୍ରଶ୍ଵାସ ଚାଲିଛି
ଚାଲିବାର ନିଶା
ନା ଅନ୍ଧାର
ନା ଆଲୁଅ
କେଉଁଠି ସେ ନୁହଁ
ପରାଜିତା।
ନାସିକାରୁ
ପ୍ରବାହିତ ଜୀବନର ଗତି
ମୃଦୁ ସମୀରର ସ୍ଵାଦ
ଆସେ ବାତାୟନ ପାଶୁ।
ସମୀରର ହାୱ।
ପବିତ୍ର ମହକେ
ମହକିତ କଲା
ଅର୍ଦ୍ଧ ସ୍ଵପ୍ନର ଦୁନିଆ
ଘ୍ରାଣେନ୍ଦ୍ରିୟ ହେବାରୁ
ସକ୍ରିୟ ।
ଇନ୍ଦ୍ରିୟ ସମସ୍ତ
ହେଲେ ବାସ୍ନାମୟ
ସ୍ଵପ୍ନ ମାନେ ଜାଗ୍ରତ ହେଲେ
ନା ଅନ୍ଧାରକୁ ଭୟ କଲେ
ବିହ୍ବଳିତ ସ୍ବପ୍ନମାନେ
ଭାବରେ ଜାଗିଲେ
ପବିତ୍ରତା ଭରି
ଆତ୍ମାପ୍ରାଣା ହେଲେ।
କିଏ ସେଇ
ବାସ୍ନାର କାରଣ
ଖୋଜିବାକୁ ଯିବା
ତା'ର କେଉଁଠାରେ ଘର।
ମୋ ଝରକା ପଛପଟେ
କରିଛି ସେ ଘର
ଶରତ ଶେଫାଳୀ ସେ
ଭୁରୁ ଭୁରୁ ବାସ୍ନା ତା'ର ।
କୋଳାହଳ
ହୁଏ ଶାନ୍ତ
ନିଦ୍ରିତ ସାରା ଜୀବଜଗତ
ଚେଇଥାଏ ସିଏ।
ରାତ୍ରିର ରାଣୀ ସେ
ରାତିରେ କାମ ତା'ର
ପାଖୁଡା ତା'ମେଲେ
ବାସ୍ନା ତା'ର
ପବନରେ ବହିଚାଲେ।
ସେ ବାସ୍ନାରେ
ନ ଥାଏ ବିଭେଦ
ସାରାଜଗତକୁ କରେ
ବାସ୍ନାୟିତ।
ରାତିର ଶେଫାଳୀ
ସିଏ ପରା ଗଙ୍ଗଶିଉଳି
ଅନ୍ଧାର ପକ୍ଷ
ହେଉ ଅବା ଆଲୋକର ପକ୍ଷ
ସଭିଙ୍କୁ କରେ ସ୍ବାଗତ
ନ ହୋଇ ବିମୁଖ।
ଶିଖିବା
ତା'ଠାରୁ ଆମେ
ତା'ବାସନାର ରାଜ
ଲଗାଇବା ପାଇଁ ଜୀବନେ
ହୋଇଯିବା ସଜ।
ପ୍ରଭାତ ଆଗତ
ଶୁଭିଲାଣି ଦିବ୍ୟ ଶଙ୍ଖ ନାଦ
ବାଟ ଚଲା ସମାପ୍ତ ସମାପ୍ତ।
ଚାଲ ଯିବା
ତାହାର ମୂଳକୁ
ତୋଳି ଆଣିବା ତା'ର
ଝଡିଲା ଫୁଲକୁ
ଲଗାଇବା ଦେବକାର୍ଯ୍ୟେ
ସଜାଇବା ଆପାଦମସ୍ତକ
ଗୁନ୍ଥିଦେବା ଗଜରାର ହାର
ଲମ୍ବାଇ ଦେବା ପ୍ରଭୁଙ୍କ ଗଳାର
ବାସ୍ନା ତା'ର
ହେଉ ବିଭୁମୟ
ଜଗତ ଗାଉ
ଶେଫାଳୀର ଜୟ।
ଶେଫାଳୀର
ସତେଜ ବାସନା
ସକାଳକୁ କରୁ
ଉଲ୍ଲସିତ ଉଦ୍ଦିପନାମୟ
ସମସ୍ତେ ଚାଲନ୍ତୁ
ସେଇ ବାସ୍ନାର ପଥେ
କଳୁଷତା ଦୂର ହେଉ
ଆସ୍ତେ ଆସ୍ତେ।
ଜୀବନ ଗାଉ
ମଧୁର ସଙ୍ଗୀତ
ହୃଦୟ କାନନେ ବହୁ
ପବିତ୍ର ମହକ।
ନିତ୍ୟ କାର୍ଯ୍ୟେ
ହୋଇବା ଜାଗ୍ରତ
ଅବଶୋଷ ରହିବନି
ରହିବନି କ୍ଳାନ୍ତ ଅବସାଦ।