Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୨୫

ସନେଟ -୨୫

1 min
6.8K


ବହୁରୂପୀ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଜନମି ଭଙ୍ଗୁର ଭବେ ମୂରୁଖ ମାନବ

ଜୀବନ ନାଟକେ କରେ କେତେ ନବନବ -।

ଅଭିନୟ ; କେବେ ସାଜେ ଧୂର୍ତ୍ତ ଅଭିମାନୀ

କେବେ ମହା ଗର୍ବୀ କୂଟ କପଟିଆ ଧନୀ ।।

ନିରୀହ ଜନ ପୀଡ଼କ କ୍ଷତଜ ଶୋଷକ

ଲାଞ୍ଚୁଆ ରାଜନୈତିକ,ଲମ୍ପଟିଆ ଠକ ।।

ନିତି ପ୍ରତି ଏହିପରି ହୋଇ ନାନା ବେଶ

ଗୁଆଁର ମନକୁ ସେହୁ କରୁଥାଏ ତୋଷ ।।

ମୋହ-କାଦମ୍ବରୀ ପାନେ ହୋଇଣ ଉନ୍ମତ୍ତ

କରେ ବିକୃତ ଭାବନା ମରତେ ପତିତ ।।

ଲେଶେ ଭାବେନା ହେବାକୁ ଜନତା ସେବକ

ବୁଭୁକ୍ଷା ପୀଡ଼ିତ ଦୀନହୀନ ସହାୟକ ।।

ତିଳେ ନ ଡରେ କରାଳ କାଳର ଗତିକୁ

ଅନାଏଁ ନାହିଁ କେବେ ହେଁ ଅମୃତ ପଥକୁ ।।


ସମାପ୍ତ


Rate this content
Log in

Similar oriya poem from Classics