ବିଶ୍ୱାସ ଓ ଭରଷା
ବିଶ୍ୱାସ ଓ ଭରଷା
ତୁମର ମୋ ଉପରେ ଭରଷା ଥିଲା
ଯେଉଁ ଭରଷାକୁ ନେଇ
ତୁମେ ମୋତେ ଭଲ ପାଇଥିଲ ।
ଆଉ ମୋର ତୁମ ଉପରେ
ସେତିକି ବିଶ୍ୱାସ ଥିଲା
ଯେଉଁ ବିଶ୍ୱାସରେ ମୁ ତୁମକୁ
ଆପଣାର କରିଥିଲି ।
ଏହି ବିଶ୍ୱାସ ଆଉ ଭରଷାକୁ ନେଇ
ଆମେ ଗଢ଼ିଥିଲେ ଆମ ପ୍ରେମର
ଏକ ମଜବୁତ ଘର ।
କାହିଁକିନା ମୁ ଜାଣିଥିଲି ଯଦି
ଥରୁଟିଏ ଭରଷାର ବନ୍ଧଟି
ଭାଙ୍ଗିଯାଏ ତାହେଲେ ପ୍ରେମ
ବଞ୍ଚି ରୁହେନା I
ଆଉ ତୁମେ ମଧ୍ୟ ଜାଣିଥିଲ
ଥରେ ବିଶ୍ୱାସ ତୁଟିଗଲେ
ସେହି ମଜବୁତ ଘରଟି
ପବନରେ ଦୋହଲି ଗଲା ପରି
କୁଆଡେ ଭାଙ୍ଗି ରୁଜି ଯାଏ ।
ବିଶ୍ୱାସ ଆଉ ଭରଷା ବିନା
ପ୍ରେମଟା ସମ୍ଭବ ନୁହେଁ
ସେହି ବିଶ୍ୱାସ ଆଉ ଭରଷାକୁ
ପାଥେୟ କରି ବଞ୍ଚି ରହିଛି
ଆମର ସେହି ପ୍ରେମ ।