Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational Others

3  

Raja Sekhar CH V

Inspirational Others

ନବଘନ

ନବଘନ

1 min
283



ଆଷାଢ଼ ଶ୍ରାବଣରେ ଆଗମନ କରନ୍ତି ଘନଘନ ମେଘ,

ଏହି ଶୈତ୍ୟ ନବଘନଙ୍କ ଅଭିନବ ରୂପ ବହୁ ଅମୋଘ ।


ଶିଥିଳ ଭୂମିକୁ ମିଳେ ନୂଆ ଚେତନା,

ଲୁପ୍ତ ହୁଏ ଗ୍ରୀଷ୍ମ ଉତ୍ତାପର ନିର୍ଯାତନା ।


ଯେମିତି ଯେମିତି ଆକାଶ ହୁଏ ମେଘାଚ୍ଛନ୍ନ,

ଅତିଶୟ ତାପି ପୀଡ଼ିତ ପ୍ରାଣୀଙ୍କ ମନ ହୁଏ ପ୍ରସନ୍ନ ।


ଆନନ୍ଦିତ ଜୀବଜଗତ ନିଜ ଇଚ୍ଛା ରେ କରନ୍ତି ଖୁସି ର ଅଭିବ୍ୟକ୍ତି,

ଆଭାସ ହୁଏ ଯେ ପ୍ରାଣିଜଗତକୁ ପୁନଃ ମିଳିଛି ଜୀବନ ପ୍ରତି ଆସକ୍ତି ଅନୁରକ୍ତି ।


ମେଘରୁ ହୁଏ ଯେବେ ରିମଝିମ ବର୍ଷାର ଆରମ୍ଭ,

ହଳଧରଙ୍କ ପାଇଁ ହୁଏ ନୂତନ ଫସଲର ସମାରମ୍ଭ ।


ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନେ ହୁଏ ଶ୍ରୀଜୀଉଙ୍କ ପାବନ ରଥଯାତ୍ରା,

ଝିପି ଝିପି ବର୍ଷଣରେ ପ୍ରାରମ୍ଭ ହୁଏ ଘୋଷଯାତ୍ରା ବାହୁଡ଼ାଯାତ୍ରା ।


ସହନଶକ୍ତି ଶେଷ ହୁଏ ଯେବେ ମହି ହୁଏ ରଙ୍ଗହୀନ,

ମେଘାଚ୍ଛନ୍ନ ଆକାଶ ବିନା ଲାଗେ ଯେ ଏହି କଷ୍ଟ ଯେ ଅନ୍ତହୀନ ।


ନବଘନ ଜଳଧର ଯେବେ କରିଲେ ଅମୃତର ବିତରଣ,

ହର୍ଷିତ ପ୍ରାଣୀ ନାଚି ନାଚି କରିଲେ ନୂଆ ଋତୁର ସ୍ୱାଗତସମ୍ଭାଷଣ ।


Rate this content
Log in

Similar oriya poem from Inspirational