Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Romance

2  

LAXMAN KUMAR BEHERA (ଯତି)

Romance

ପ୍ରେମପୋଥି

ପ୍ରେମପୋଥି

1 min
6.6K


💔😭💘 ପ୍ରତାରଣା 💘😭💔

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

ମିଠା ମିଠା କଥା ତଳେ ଯେବେ
ରଖିଲ ବିଷ,
ତୁମ ଠାରୁ ସାଥୀ ତୁଟିଗଲା
ଆତ୍ମ ବିଶ୍ବାସ ।
ମୋ ଗୀତ ସୁରେ ସୁରେ ତୁମେ ଯେବେ ନାଚୁଥିଲ
ମୁଁ ଭାବୁଥିଲି ତୁମେ ମୋ ନିଜର ବୋଲି,
ତୁମେ ଯେବେ ସାତପର ଭାବିଲ 
ମୁଁ ହାରିଗଲି ••• 💔⚘💔

ଅପରୂପ ଶୋଭା ଦେହେ ଧରି
ଯେବେ ଆସିଲ,
ଭାବିଥିଲି ଗଢିବି ବୋଲି
ପ୍ରୀତି ମହଲ ।
ମୋ ଭଙ୍ଗାରୁଜା ସ୍ମୃତି ତୁମେ ଯେବେ ସାଇତିଲ
ମୁଁ ଭାବୁଥିଲି ତୁମେ ମୋ ନିଜର ବୋଲି,
ତୁମେ ଯେବେ ମୋତେ ମିଛ କହିଲ
ମୁଁ ଠକିଗଲି ••• 💔🌷💔

ସୁରୁଜର ପହିଲି କିରଣ
ଯେବେ ଛୁଇଁଲା,
ଧୀରେ ଧୀରେ ମନ ଯଉବନ
ଅଧିର ହେଲା ।
ମୋ ଜୀବନ ସଂଗିନୀ ତୁମେ ଯେବେ ସାଜିଥିଲ
ମୁଁ ଭାବୁଥିଲି ତୁମେ ମୋ ନିଜର ବୋଲି,
ତୁମେ ଯେବେ ମୋ ହୃଦୟ ଜାଳିଲ
ମୁଁ ଭାଙ୍ଗିଗଲି ••• 💔⚘❤💘

କବି କୁଟୀର
ଦଣ୍ଡାସିଂହା,ବାରକୋଟ
ଦେବଗଡ (ଓଡିଶା)
ମୋ- 09668242720

💘💟💌💔💦


Rate this content
Log in

Similar oriya poem from Romance