ଗୀତ ଗାଇବା ଗଣି ଶିଖିବା
ଗୀତ ଗାଇବା ଗଣି ଶିଖିବା
‘ଏକ ଗଲା ଗଛ ପୋତିଲ।
‘ଦୁଇ ଦେଲା ପାଣି
‘ତିନି କହେ ଗଛଟି ଥିଲେ
ହସେ ଧରଣୀ ରାଣୀ ।।୧।।
‘ଚାରି କହେ ଅମଳଜାନ
ଏ ଗଛଲତା ଦିଏ
‘ପାଞ୍ଚ କହେ ଫୁଲ ଓ ଫଳ
ଗଛେ ସାଇତା ହୁଏ ।।୨।।
‘ଛଅଟି କହେ ଜ୍ଞାନୀ ମଣିଷ
ଗଛ କାଟଇ ନିତି
‘ସାତ କହେ ଏ ନୁହେଁ ପରା
ଗଛର ପ୍ରତି ପ୍ରୀତି ।।୩।।
‘ଆଠ କହେ ଜଙ୍ଗଲ ଜଗି
ସଜାଇବା ଏ ଧରା
‘ନଅ କହଇ ଗଛ ପୋତିବା
ଜଙ୍ଗଲ ଜମି ସାରା ।।୪।।
‘ଦଶ ଶୁଣିଲା ସଭିଙ୍କ କଥା
ଖୁସି ହୋଇଲା ଭାରି
ଏକତା ରଖି ଗଛ ପୋତିଲେ
ବଢିବ ଦେଶ ଶିରୀ ।।୫।।