Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Children Inspirational

2  

Padmalaya Mishra

Children Inspirational

ସବୁଜ ବିପ୍ଳବ

ସବୁଜ ବିପ୍ଳବ

1 min
7.1K


ଧରଣୀକୁ ଆମ ମାଆ ବୋଲି କହି

ଚାଲିଚେ ବିବସ୍ତ୍ରା କରି

ସବୁଜ ଓଢଣୀ ଟାଣି ଦେଇ ପୁଣି

ଦେଇଚେ ଆତ୍ମାକୁ ମାରି ।


ମୁଖମଣ୍ଡଳକୁ ଢାଙ୍କିଲାଣି କଳା

ଦେହରେ କଳା ଚାଦର

ବିମ୍ବିତ ହୁଏ ନାହିଁ ମୁଖ ଜଳରେ

ରକ୍ତାତ ହୁଏ ପୟର ।


ସବୁଜ ବନାନୀ ବିଲୁପ୍ତ ହେଲାଣି

ଏବେ କ୦କ୍ରିଟ୍ ଜଙ୍ଗଲ

ବାଘ ଭାଲୁ ହାତୀ ବାସହରା ହୋଇ

ନଷ୍ଟ କରିଲେ ଫସଲ ।


ପରିବର୍ତ୍ତନ ନାମେ ଧ୍ଵଂସ ଆଡକୁ

ଆଜି ମଣିଷର ଗତି

ଅମ୍ଳଜାନ ମାତ୍ରା କମି କମି ଯାଏ

ବଢଇ ବିନାଶ ଭୀତି ।


ମୌସୁମୀ ଆଉ ଆସୁନାହିଁ ସମୟେ

ବର୍ଷାକୁ ସାଥୀରେ ନେଇ

ଲଘୁଚାପ ବର୍ଷା ଅସ୍ତବ୍ୟସ୍ତ କରେ

ମାରେ କନ୍ଦେଇ କନ୍ଦେଇ ।


ତଥାପି କାହିଁକି ଚେତୁନି ମଣିଷ

ପ୍ରକୃତିର ରୂପ ଦେଖି

ଭବିଷ୍ୟତ ବିପନ୍ନ ହେଲାଣି ଜାଣି

ବିଚାର କରେ ପରଖି ।


ମାଗୁଛି ଧରଣୀ ସବୁଜ ଓଢଣୀ

ଚାଲ ଦେବାରେ ଘୋଡେଇ

ବିପଦ ଟଳିବ ବସୁଧା ହସିବ

ସୁନ୍ଦର ରୂପକୁ ପାଇ ।


ଲୋଡ଼ା ଏବେ ଏକ ସବୁଜ ବିପ୍ଳବ

ଗଛକୁ ଦେବା ଲଗାଇ

ସଭିଙ୍କ ସୁରକ୍ଷାରେ ଖୁସି ପାଇବା

ଜୀବନ ଆଣ ଫେରାଇ ।।।


.........ପଦ୍ମାଳୟା


Rate this content
Log in

Similar oriya poem from Children