Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

5.0  

Bauribandhu Lenka

Inspirational

ସ୍ଵାଗତ ଓଡିଆ ନୂଆ ବରଷ

ସ୍ଵାଗତ ଓଡିଆ ନୂଆ ବରଷ

1 min
201


ସ୍ଵାଗତ ଓଡିଆ ନୂଆ ବରଷ

ସବୁରି ମନରେ ଦିଅ ହରଷ ॥


ପବିତ୍ର ଏ ଦିନ ପଣାସଂକ୍ରାନ୍ତି

ପଣା ପିଇ ସର୍ବେ ହୁଅନ୍ତୁ ଶାନ୍ତି ॥


ବରଷକେ ଥରେ ଆସେ ଏ ଦିନ

ନୂତନ ପଞ୍ଜିକା ହୁଏ ପଠନ ॥


ଗ୍ରାମ ମନ୍ଦିରରେ ଏକତ୍ର ବସି

ପାଞ୍ଜି ଶୁଣି ସର୍ବେ ହୁଅନ୍ତି ଖୁସି ॥


ପୂରା ବରଷର ଶୁଭ ଅଶୁଭ

ବାହାଘର ବ୍ରତ ପୁନିଅଁ ପର୍ବ ॥


ବର୍ଷା,ବାତ୍ୟା ,ଚନ୍ଦ୍ର,ସୂର୍ଯ୍ୟ ପରାଗ

ରାଶିଫଳ ତଥା ମାହେନ୍ଦ୍ର ଯୋଗ ॥


ସମସ୍ତ ବିଷୟ ପାଞ୍ଜିରୁ କାଢି

ଗାଆଁ ଅବଧାନ ଶୁଣାନ୍ତି ପଢି ॥


କାଳକ୍ରମେ ଏ ଦିନର ମହତ୍ୱ

ଫିକା ପଡିଲାଣି ନାହିଁ ଗୁରୁତ୍ଵ ॥


ଆସ ମୋ ଓଡିଆ ଭଉଣୀ ଭାଇ

ପାଳିବା ଏ ଦିନ ହରଷ ହୋଇ ॥


ଏ ଦିନଟି ଆମ ଜାତିର ଗର୍ବ

ମହା ଆଡମ୍ବରେ ପାଳ ଏ ପର୍ବ ॥


Rate this content
Log in

Similar oriya poem from Inspirational