Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

1.0  

Raja Sekhar CH V

Inspirational

ମଣିଷ ହାତେ ପୃଥିବୀ ପରିପାର୍ଶ୍ୱ

ମଣିଷ ହାତେ ପୃଥିବୀ ପରିପାର୍ଶ୍ୱ

1 min
114



ଏହି ତର୍କବ୍ରହ୍ମାଣ୍ଡ କେତେ ଯେ ବିଶାଳ ଓ ଅନନ୍ତ,

ଆମ ଜୀବନଧାରା ବସୁନ୍ଧରା ହେଲେ ଏଥିରେ ଏକ ସୁନ୍ଦର ପ୍ରାନ୍ତ |୧|


ବସୁଧା ରେ ପ୍ରତି ଜୀବଜନ୍ତୁ ଙ୍କ ଜୀବନ ବହୁ ମୂଲ୍ୟବାନ,

ଉପଯୋଗୀ ଓ ସର୍ବଶ୍ରେଷ୍ଠ ଯେ ମଣିଷ କୁ ମିଳିଥିବା ଜୀବନଦାନ |୨|


ବହୁ ପରିଶ୍ରମ ସହ ପ୍ରକୃତି ନିର୍ମିତ କରିଛନ୍ତି ନିୟନ୍ତ୍ରିତ ପରିବେଶ,

ମଣିଷ ଜାତି ଦିନକୁଦିନ ନଷ୍ଟ କରିଚାଲିଛନ୍ତି ସମସ୍ତ ପରିମଳ ପ୍ରଦେଶ |୩|


ମହି ରେ ଜୀବନଚକ୍ର ହେଉଛି ବୃହତ୍ ଅସାଧାରଣ,

ସମସ୍ତ ଜୀବଙ୍କୁ ସାଥିହୋଇ ବଞ୍ଚିବାର ହେଲା ଏକ ଅଲୌକିକ ଆକର୍ଷଣ |୪|


ହରିତ ତରୁଲତାଙ୍କ ସତ୍ସଙ୍ଗତି ର ଅଛି ବହୁ ଆବଶ୍ୟକତା,

ଛାୟାତରୁଙ୍କ ନିବେଦିତ ଅମ୍ଳଜାନ ଛାୟା ର ଅଛି ବହୁତ ସାର୍ଥକତା |୫|


ଗଛ ବିନା ନାହାନ୍ତି ଫୁଲ ଫଳ,

ଯାହା ବିନା ସମସ୍ତ ପ୍ରାଣିଜଗତଙ୍କ ଜୀବନ ହେବ ନିଷ୍ଫଳ|୬|


ଦାରୁ ରୁ ଉଦ୍ଭବ ହୋଇଛନ୍ତି ଆମ ଦାରୁବ୍ରହ୍ମ,

ଜଣାଉଛନ୍ତି ଆମକୁ ଯେ ! ଓ ମଣିଷ ! ଦାରୁ ର ମୂଲ୍ୟ ଚିହ୍ନ |୭|


ପ୍ରତ୍ୟକ୍ଷ ଅରଣ୍ୟ ରୁ ବିଦ୍ୟମାନ ଅଛି ମୃତ୍ତିକା,

ସମସ୍ତ ଗଛର ଚେର ମାଟି ର ରକ୍ଷା କରୁଛନ୍ତି ହୋଇ ଚିରଦିନ ର ସେବିକା |୮|


ସୁନ୍ଦର ପୃଥିବୀଙ୍କ ରକ୍ଷା କରିବା ଆମ ଦାୟିତ୍ୱ,

ଭାବି ପୀଢ଼ି କୁ ଜାଣିବାକୁ ହେବ ଯାହାର ମହତ୍ୱ |୯|


Rate this content
Log in

Similar oriya poem from Inspirational