Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Abstract Others

1.0  

Sadananda Sahoo

Abstract Others

ସପନ ନିଦରେ ମୁଁ ଝୁରି ମରେ

ସପନ ନିଦରେ ମୁଁ ଝୁରି ମରେ

1 min
157


ପ୍ରେମ ଧନମନ ଯୌବନ ବିଭବ 

   ସପନର ଗନ୍ତାଘର , 

ଅଶୁମାରୀ ଆଶା ଗଢେ ପ୍ରେମବସା 

   ଆହାକି  ଏ ରୂପାନ୍ତର । 


ସପନ ନିଦରେ ମୁଁ'ଯେ ଝୁରିମରେ 

   ଭାବନାର  ଅନ୍ତରାଳେ , 

ଆସନ୍ତ'କି ଧନ ପ୍ରେମୀକ ପ୍ରବର ? 

   ନିଶାର୍ଦ୍ଧ ରାତିର ବେଳେ  । 


ନିଦ୍ରାଭଗ୍ନ ହେଲେ ତୁମକୁ ମୁଁ'ଖୋଜେ 

     ପ୍ରେମର ପରଶ ପାଇଁ , 

 ବିଚିତ୍ର ମୋ ପ୍ରେମ ପାଏ ନାହିଁସ୍ପର୍ଶ 

    ତଥାପି ଝୁରୁଛି ମୁଇଁ । 


ସୁନାର ପଲଙ୍କେ  ଶୟନ ମୁଦ୍ରାରେ 

   ପ୍ରତୀକ୍ଷାରେ ବିତେ ରାତ୍ରୀ , 

ରାତିଯାଏ ସରି  ପ୍ରେମଯାଏ ମରି 

    ଅପସରି ଯାଏ ପ୍ରିତୀ । 


ନିତି ଶେଯପାରି  ଲୁହଦିଏ ଢାଳି 

   ପ୍ରେମର  ମୁଁ'ପୂଜାରିଣୀ , 

ମନର ମଣିଷ ମୋ' ପ୍ରେମଆୟୁଷ 

   ଆସିବେ  ନିଶ୍ଚୟ ଜାଣି । 


ଦୂର ପରଦେଶୀ ପ୍ରେମ ଅବକାଶି 

   ଭାବନାର  ଚିତ୍ରଛବି , 

ଜୀବିକା ସ୍ଵଭାଵେ ପରଦେଶେରହେ 

   ପ୍ରେମର ସୂର୍ଯ୍ୟାସ୍ତ ରବି । 


ହେ ପ୍ରିୟ ପ୍ରେମୀକ ସପନ ବଣିକ 

   ଆସ ତୁମେ ମୋର ପାଶେ , 

ପ୍ରେମରେ ହଜିବା କହାଣୀ ରଚିବା 

     ଶୁଭଫଳ ଅବକାଶେ । 


ପ୍ରେମର ମର୍ଯ୍ୟାଦା ରଖିବି ସର୍ଵଦା 

    ନାଇବି ଶଙ୍ଖା ସିନ୍ଦୁର , 

ଜୀବନ ଯୌବନ ସଵୁତ ତୁମର 

   ତୁମେ ମୋ ପ୍ରିତୀ ସ୍ଵାକ୍ଷର ।


ପ୍ରତୀକ୍ଷାର ଫଳ ହୋଇବ ମିଷ୍ଠକ 

   ମହମହ ବାସ୍ନା ହେଵ , 

ଦୁନିଆଁ କହିବ ଏ'ପ୍ରେମର ମହକ 

   ସ୍ଵପ୍ନର ସ୍ଵର୍ଣ୍ଣାଭ ଭାଵ ।



Rate this content
Log in

Similar oriya poem from Abstract