Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Romance

3  

LAXMAN KUMAR BEHERA (ଯତି)

Romance

ପ୍ରେମ ଚିଠି

ପ୍ରେମ ଚିଠି

1 min
7.8K


ଆଗୋ ବାରମାସୀ ଗେହ୍ଲେଇ ରୂପସୀ

ମଳୟ ସାଜି ଆସ ପ୍ରଶ୍ଵାସରେ,

ବିଶ୍ଵାସର ଗନ୍ତାଘର ତୁମେ ମୋର

ପ୍ରତୀକ୍ଷାର ଅନ୍ତ କର ଗୋ ଥରେ ।

ଆଗୋ କୋମଳାଙ୍ଗୀ ସୁନ୍ଦରୀ ନବୀନା

ସଦେହେ ଥରୁଟେ ଆସ ମୋ ବାଟେ,

କେମିତି ବୁଝେଇ କହିବି କୁହନା

ତୁମ କଥା ଭାବି ମୋ ଦିନ କାଟେ ।

ମୁଁ ଖାଲି ତୁମର ଭାବି ମୁଁ ନେଇଛି

ଭାବି ଦେଖ ଥରେ ହୃଦୟ ଦେଇ,

ଯେତେ ଦିନଯାଏ ଭାବ ଥିବ ଭବେ

ଭୁଲି ଯିବିନି ଗୋ ମୁଁ ଭଲ ପାଇ ।

ପ୍ରତି ସଫଳତା ମୋ ପ୍ରେମ କବିତା

ଯା' ପଛରେ ଅଛି ତୁମରି ନାମ,

ପ୍ରତି ମୁହୂର୍ତ୍ତରେ କବିତାର ସ୍ବରେ

ସେଥିପାଇଁ ଗାଏ ତୁମ ସୁନାମ ।

ମନ ସିଲଟରୁ ତୁମ ଛବି କେବେ

ଯେତେ ଚେଷ୍ଟା କଲେ ଲିଭିବ ନାହିଁ,

ସପନରେ ନୁହେଁ ସତରେ ଟିକିଏ

ଦେଖାଦିଅ ମିତ ଥରୁଟେ ପାଇଁ ।

ନ ଲାଗିବ ବୋଲି କାହାରି ନଜର

ହୃଦୟରେ ତତେ ଲୁଚେଇ ଥିଲି,

ପ୍ରବେଶ ନିଷେଧ ଦ୍ବାରେ ଲେଖିଦେଲେ

ଯେବେ ତୁମ୍ଭ ପାଶେ ମୁଁ ଛିଡା ହେଲି ।

ତୁମ ପ୍ରେମ ଆଗେ ଆଜି ମୁଁ ଅଯୋଗ୍ୟ

କେମିତି କହିବି ମୋ ମନ କଥା,

ଏମିତିକା ଦୁଃଖ ଅସହ୍ୟ ମୋ ପାଇଁ

ନ କହିବା ଭଲ ମରମ ବ୍ୟଥା ।

କେବେ ଯଦି କିଛି ଆବଶ୍ୟକ ପଡେ

ମାଗିନେବ ମୋଠୁ ବାକି ଯା' ଅଛି,

ଖୁସି ଟିକେ ଯଦି ଦେଇ ପାରିବିନି

ଦେଇ ତ ପାରିବି ଭାବନା କିଛି ।

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ମୋ- 09668242720


Rate this content
Log in

Similar oriya poem from Romance