Madhabi Patel

Inspirational

4  

Madhabi Patel

Inspirational

ଯୁଦ୍ଧ ସପ୍ତମ ଭାଗ

ଯୁଦ୍ଧ ସପ୍ତମ ଭାଗ

4 mins
321


ରଜନୀ ନିଜ ପୁରଣା ଦିନକୁ ଭାବିଚାଲିଥିଲେ।କେତେ ଖୁସି ଆଉ ଦୁଃଖ ଫେଣ୍ଟାଫେଣ୍ଟି ହୋଇ କଟିଛି ତାଙ୍କ ପିଲାବେଳ।ଲୋକେ କୁହନ୍ତି ସୁଖ ଦୁଃଖ ଭାଇ ଭାଇ ବୋଲି।ଖରା ଛାଇ, ଦିନ ରାତି ପରି ଦୁଃଖ ସୁଖ ବି ଆଗପଛ ହୋଇ ଆସନ୍ତି ଯାଆନ୍ତି।ଯେତେ ବଡ ରାଜା ସମ୍ରାଟ ହେଲେବି ସୁଖ ଦୁଃଖ ଭୋଗ କରିଥାଏ।ରାଜା ରାମ ହୁଅନ୍ତୁ କି ଶିବ, ଜଗନ୍ନାଥ,ନଳରାଜା ଠୁ ହରିଶ୍ଚନ୍ଦ୍ର ବି କଷ୍ଟ ଭୋଗ କରିଛନ୍ତି।ଏପରିକି ସମ୍ରାଟ ଆକବର,ହୁମାୟୁନ ଏମନେ ବି ଦୁଃଖର ସ୍ବାଦ ଚାଖିଛନ୍ତି।

ରଜନୀଙ୍କ ପ୍ରଥମ କେତେ ବର୍ଷ ବଡ ଖୁସୀରେ କଟିଥିଲା।ବଡ ନାନୀ କଲ୍ୟାଣୀ ଙ୍କ ଜନ୍ମର ପରେ

ସେ ଆସିଥିଲେ ନୂଆ ଅତିଥୀ ହୋଇ। ଏମିତିବି ତାଙ୍କ ଘରେ ପୁଅର କମି ଥିଲା।ରଜନୀ ଆସିବାପରେ ସମସ୍ତେ ତାଙ୍କୁ ଆଦରରେ ପୋତି ପକାଇଲେ।କିଏ ଖେଲଣା କିଣି ଆଣି ଦେଉଥିଲା ତ କିଏ ଝୁଲଣା।ଜେଜେ ତ କାନ୍ଧରେ ବସାଇ ଗାଆଁ ସାରା ବୁଲାନ୍ତି।ଆଉ ଜେଜମା ରାତିରେ କେତେ ଗପ ଶୁଣାଏ।ଭଲଭଲ ଖାଇବା ଜିନିଷ ତିଆରି ହୋଇ ଆସେ ତାର ଖାଇବା ପାଇଁ।ନୂଆ ଜାମା ବି ନେଇ ଆସନ୍ତି ଜେଜେ ତାପାଇଁ।ମାମୁଁ ଘରୁ ବି ଭଣଜାର ବଡ ମାନ୍ୟ ହୁଏ।ପ୍ରତି ଦଶହରାରେ ସେ ମାଆ ସହ ମାମୁଁଘର ଯାଏ।

ଅଜା ଆଈ ଆଉ ମାମୁଁ ମାଉଷୀ ସଭିଏଁ ତାକୁ ପାଉ କରି ବୁଲନ୍ତି।ସେ ପିଲାବେଳେ ନିଜ ମାଆ ବାପାଙ୍କ ପରି ଗୋରା ଓ ଗୁଲୁଗୁଲିଆ ଥିଲା।ସଭିଏଁ ତାକୁ ଧରିବାକୁ ଟଣାଟଣି କରୁଥିଲେ।ତାର ମିଠାହସ ସମସ୍ତଙ୍କୁ ମୋହିତ କରୁଥିଲା ବୋଲି ସଭିଏଁ କହନ୍ତି।

ସେ ତିନିବର୍ଷର ହେବାପରେ ସୁଷମା ଜନ୍ମହେଲା ତାର ଭଉଣୀ ରୂପରେ।ଏବେ ସଭିଙ୍କ ଭଲପାଇବା ତାସହ ବି ଭାଗ ହେବାକୁ ଲାଗିଲା।ନିଜ ଛୋଟଭଉଣୀ ଜାଣି ସେ ବି ବଡ ଗେହ୍ଲା କରୁଥିଲା କୁନୀ ସୁଷମାକୁ।ସେବି ବଡ ସୁନ୍ଦରୀ ଥିଲା।ଏହାପରେ ପୁଣି ତିନିବର୍ଷରେ ହିମାଂଶୁ ଆସିଲା।ତାପରେ ଦେଢବର୍ଷରେ ସୁଧାଂଶୁ,ତାପରେ ଦିବ୍ୟାଂଶୁ ଓ ଶେଷରେ ନୀରୁପମା ଆସିଲା।ଭାଇ ଭଉଣୀ ମାନଙ୍କ ଭିତରେ ବହୁତ ଭଲ ପାଇବା ଥିଲା।ହେଲେ ଏତେ ବଡ ପରିବାର ବଢିଯିବା ପରେ ଖର୍ଚ୍ଚ ମାତ୍ରା ବି ବଢିଲା।ବଡ ପିଲାମାନେ କିଏ କଲେଜ ରେ ପଢୁଥିଲେ ତ କିଏ ହାଇସ୍କୁଲରେ।ଏତେ ଲୋକଙ୍କ ବହିପତ୍ର,କଲେଜ ଫିଜ ସାଙ୍ଗରେ ହଷ୍ଟେଲ ଖର୍ଚ୍ଚ ବି ଲାଗୁଥିଲା।କଲ୍ୟାଣୀ ପ୍ଲସ ଟୁ ପରେ ସିଲେଇ ଟ୍ରେନିଙ୍ଗ କରୁଥିଲା। ରଜନୀ ର ମାଟ୍ରିକ ପରୀକ୍ଷା ଥାଏ ।ସେତେବେଳେ ନୀରୁପମା ଜମା ଅଢେଇ ବର୍ଷର ହୋଇଥାଏ।ଏପଟେ ଶୈବ୍ୟା ପୁଣି ଗର୍ଭବତୀ ହୋଇଗଲେ।ଯଦୁବାବୁଙ୍କୁ ଆଉ କିଛି କାମ ଆସୁ କି ନଆସୁ ରୋମାନ୍ସ କରିବା ଆସୁଥିଲା।ପ୍ରତି ଦେଢ ବର୍ଷରେ ଛୁଆଟିଏ ଘରକୁ ଆସୁଥିଲା।ପିଲାମାନେ ବଡ ହେବାପରେ ଏ କଥାର ବିରୋଧ କରିବାକୁ ଲାଗିଲେ।

ସାଙ୍ଗମାନେ ଏବେ ବି ତା ମାଆ ଛୁଆ ଜନ୍ମ କରୁଛି ବୋଲି ମଜାକ ଉଡାଉ ଥିଲେ ସେମାନଙ୍କର।ସେକଥା ତାଙ୍କୁ ଲାଜ ଲାଗୁଥିଲା।ସେମାନେ ବାପାଙ୍କୁ ତ କିଛି କହି ପାରୁନ ଥିଲେ ହେଲେ ମାଆ କୁ ଶୁଣାଉ ଥିଲେ।ମାଆ ପିଲାଙ୍କ କଥା ବୁଝୁଥିଲେ।ଏଥିରୁ ନିସ୍ତାର ପାଇଁ ସେ ଭେଷୋକ୍ଟମି କରିବାକୁ ସ୍ବାମୀଙ୍କୁ ପ୍ରବର୍ତ୍ତାଇଲେ ହେଲେ ସେ ମାନିଲେନି।ଗାଆଁର ଅନେକ ପୁରୁଷ ଏ ରାସ୍ତା ଆପଣାଇ ଥିଲେ ଓ ପରିବାର ନୀୟୋଜନ କରିଥିଲେ।

ହେଲେ ଯଦୁବାବୁ ରାଜି ହେଲେନି।ସେ କହିଲେ ସେ ଦୁର୍ବଳ ହୋଇଯିବେ।

ତାପରେ ସେ ପୁଣି ଗର୍ଭବତୀ ହୋଇ ଯାଇଥିଲେ।ଶେଷରେ ଅନ୍ୟନ୍ୟୋପାୟ ହୋଇ ସେ ଗର୍ଭନଷ୍ଟ କରାଇଥିଲେ ଡାକ୍ତର ଖାନାରେ ଯାଇ।ଅପରେସନ ପରେ ତାଙ୍କୁ ଟିଟାନସ୍ ହୋଇଗଲା ।ଅପରେସନ ବେଲେ କିଛି ଗଡବଡ ଥିଲା ବୋଧହୁଏ। ସେ ଟିଟାନସ ରେ ମୃତ୍ୟୁବରଣ କରିଥିଲେ।ଏବେ ନୀରୁପମା ମାତ୍ର ଅଢେଇ ବର୍ଷର ଥିଲା।କଲ୍ୟାଣୀ ସିଲେଇ ଟ୍ରେନିଙ୍ଗ ନେଉଥିଲେ ଦୂର ସହରରେ।ତେଣୁ ସୁଷମା ନିଜର ପାଠପଢା ବନ୍ଦକରି ଛୋଟଭଉଣୀକୁ ପାଳନ କଲେ ଓ ଘର କାମ ସମ୍ଭାଳିଲେ।ମାଆ ଥିଲେ ବୋଲି କିଛି ଜଣା ପଡୁନଥିଲା ଘରକାମ କେମିତି ହୋଇ ଯାଉଥିଲା।ସେ ଜମିର ଚାଷ କାମ ହେଉକି ଘର କାମ ସବୁ ସୁରୁଖୁରୁରେ ସମ୍ଭାଳି ନେଉଥିଲେ।ପ୍ଲସଟୁ ପଢୁଥିବା ସୁଷମା ଏତେ ବଡ ଦାୟିତ୍ବ ବଡ କଷ୍ଟରେ ସମ୍ଭାଳୁ ଥିଲା।ଭଉଣୀ ମଝିମଝିରେ ରୋଗରେ ପଡିଲେ ମାମୁଁଘରକୁ ଆଣି ଆସୁଥିଲା।ମାମୁଁ ଶିଶୁଡାକ୍ତର ଥିଲେ ତାଙ୍କଠୁ ଭଉଣୀର ଚିକିତ୍ସା କରି ଫେରିଯାଉଥିଲା।ଥରେ ଏମିତି ତରବରରେ ନୀରୁକୁ ଧରି ଚାଲି ଆସିଥିଲା।ହେଲେ ଦିନେ ଦୁଇଦିନ ରହିବାକୁ ପଡିଲା ତାର ଦେହ ଭଲ ହେଲାନି।ସେତେବେଳେ ଡାକ୍ତର ମାମୁଁ ଛୋଟ ଝିଅର ସବୁଠୁ ଯୋଉଟା ବଡ ଲମ୍ବା ଡ୍ରେସ ଥିଲା ବାଛି ଭାଣିଜୀକୁ ପିନ୍ଧିବାକୁ ଦେଇଦେଲେ କାରଣ ସେ ଏକ ଖଣ୍ଡିଆ ହୋଇ ଚିକିତ୍ସା ପାଇଁ ଆସି ଥିଲା।ତାଙ୍କ ଝିଅ ନୀରୁଠୁ ଦୁଇ ବର୍ଷ ଛୋଟ ଥିଲା ତେଣୁ ଗୋଟେ ମାତ୍ର ବଡ ଡ୍ରେସ ତା ଦେହରେ ପଶିଲା ।ହଲେ ସୁଷମା ବେଶି ଦିନ ଘର ଛାଡି ରହି ବି ପାରୁନ ଥିଲା କାରଣ ତା ବିନା ରୋଷେଇବାସ ଓ ଘରର ଯାବତୀୟ କାମ କେହି କରିବାକୁ ନ ଥିଲେ।ସବୁ ଭାଇ ଭଉଣୀ ଛୋଟ ଥିଲେ ପାଠ ପଢୁଥିଲେ।ଆଉ ଯଦୁବାବୁ ଏବେବି ନିର୍ଲିପ୍ତ ଥିଲେ।କିଛି ଫରକ ପଡୁ ନ ଥିଲା ତାଙ୍କୁ।ସମୟ ଅନୁସାରେ ଖାଇବା ନ ମିଳିଲେ ପାଟି କରୁଥିଲେ।ଖାଇବା ଜିନିଷ କୋଉଠୁ ଆସିବ ସେକଥା ବି ଚିନ୍ତା ନ ଥିଲା କିଛି।ରଜନୀ ସେତେବେଳେ ମାଟ୍ରିକରେ ଥିଲେ।ଆଗକୁ ପଢିବାର ସାମର୍ଥ୍ୟ ନଥିଲା।ପାଠ ନ ପଢିଲେ ଭବିଷ୍ୟତରେ ଚଳିବେ କେମିତି?ଡାକ୍ତର ମାମୁଁ ଭଣଜା ର ସମସ୍ୟା ଜାଣି ପାଠପଢାର ଖର୍ଚ୍ଚ ନିଜ ଆଡୁ ତୁଲାଇଲେ।ଆଉ ଚାରିମାମୁଁ ଥିଲେ ହେଲେ ଅନ୍ୟମାନେ ପରିବାରର ଝାମେଲାଠୁ ଦୂରେ ରହୁଥିଲେ।ନାନୀ ମଲେ କେତେ? ଭଣଜା ଭାଣିଜୀ ଭୋକରେ ରହିଲେ ପାଠ ନ ପଢିଲେ ତାଙ୍କୁ ଫରକ ପଡୁନ ଥିଲା।ଏପରିକି ନିଜ ମାଆ ବାପା ଙ୍କ ଦାୟିତ୍ବ ବି

ବୁଝୁନ ଥିଲେ। କେବଳ ଜଣେ ଡାକ୍ତର ମାମୁଁ ହିଁ ଥିଲେ ଯିଏ ସବୁ ଭାଇ ଭଉଣୀଙ୍କ ଭଲ ମନ୍ଦ ବୁଝୁଥିଲେ।

ରଜନୀ ଏ ଭିତରେ ପ୍ଲସ ଟୁ ଶେଷ କଲେ।ସିଟି ର କୋର୍ଷ ବି କଲେ ଓ ନିଜ ମାଉଷୀଙ୍କ ଶାଶୁଘର ଗାଆଁସ୍କୁଲରେ ଚାକିରି ପାଇଲେ।ଏବେ କିଛି ଟଙ୍କା ଉପାର୍ଜନକ୍ଷମ ହେବାପରେ ସେ ଭାଇ ଭଉଣୀଙ୍କ ପାଠପଢା ଖର୍ଚ୍ଚ ଓ ଘରଖର୍ଚ୍ଚ ସମ୍ଭାଳିବାକୁ ଲାଗିଲେ।ପ୍ରତି ଶନିବାର ଘରକୁ ଆସି କଣକଣ ସୁବିଧା ଅସୁବିଧା

ବୁଝି ଯାଉଥିଲେ।ଘରର ରାସନ ଓ ଦରକାରି ଜିନିଷ ଆଣି ଦେଉଥିଲେ।ତା ସହିତ ଜମି ର ଚାଷ ଓ ବାଡିର ପନିପରିବା କେମିତି ହଉଛି ସାର ଖତ ପାଣି କଣ ଦରକାର ସବୁ ବୁଝୁଥିଲେ।ଦରକାର ହେଲେ ହଳ କରୁଥିଲେ।ପାଣି ମଡାଉଥିଲେ।ସବୁକାମ ତାଙ୍କୁ ଆସୁଥିଲା।ନିଜ ଜେଜେ ଜଣେ ବଇଦ ଥିଲେ।ତାଙ୍କଠୁ ସେ କିଛି ବଇଦିକାମ ବି ଶିଖିଥିଲେ।ଛୋଟ ଶିଶୁଙ୍କୁ ଅଳତି ହେଲେ ଲାଲଲାଲ ଛୋଟ ଘାଆ ହେଲେ ସେ ଔଷଧ ଦେଉଥିଲେ।ଆହୁରି କେତେ ଔଷଧ ଜାଣିଥିଲେ ତା ସହିତ ଛୁଆଙ୍କୁ ନଜର ଲାଗିଥିଲେ ମନ୍ତ୍ରଫୁଙ୍କି ଝଡା ଫୁଙ୍କା ବି କରୁଥିଲେ ସେଥିପାଇଁ ରବିବାର ଦିନ ସେ ଆସିଲେ ଅନେକ ଲୋକ ନିଜ ଛୁଆଧରି ପହଞ୍ଚି ଯାଉଥିଲେ ଚିକିତ୍ସା ପାଇଁ।

କଲ୍ୟାଣୀ ଙ୍କର ଏବେ ପଢା ସରି ଯାଇଥିଲା।ତାଙ୍କୁ

ଏକ ସ୍କୁଲରେ ସିଲେଇ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ମିଳି ଯାଇଥିଲା।ଏବେ ତାଙ୍କ ପାଇଁ ବିବାହ ପ୍ରସ୍ତାବ ସବୁ ଆସୁଥିଲା।ଚାକିରି ଯେହେତୁ ହୋଇ ଯାଇଥିଲା।ତାଙ୍କରି ଗାଆଁର ଏକ ଶିକ୍ଷକ ଯୁବକର ପ୍ରସ୍ତାବ ଆସିଲା।ସେମାନେ ତାଙ୍କ ଘରର ସବୁ ସମସ୍ୟା ଜାଣି ବୋହୁ କରିବାକୁ ରାଜିଥିଲେ।ତେଣୁ ସେଠି ବିବାହ ଠିକ କରିଦେଲେ।ଏବେ ସମସ୍ୟା ହେଲା କିଛି ଜିନିଷ ତ ଦେବାକୁ ପଡିବ ବିବାହରେ। ସେମାନେ ତ ଏତେ ସକ୍ଷମ ନଥିଲେ ଜାକଜକମରେ ବିବାହ କରି ପାରିଥାନ୍ତେ।ଡାକ୍ତର ମାମୁଁ ବି ସେତେବେଳେ ଅସୁବିଧାରେ ଥିଲେ।ତାଙ୍କର ଡାକ୍ତର ପତ୍ନୀଙ୍କ ଦେହାନ୍ତ ହୋଇ ଯାଇଥିଲା।ଛୋଟ ଝିଅଟେ ଥିଲା ତାକୁ ସମ୍ଭାଳିବାକୁ ପଡୁଥିଲା।ମାନସିକ ଅବସ୍ଥା ଭଲ ନଥିଲା ସେ ଭାଙ୍ଗି ପଡିଥିଲେ ଏ ଦୁର୍ଘଟଣାରେ।କାମ କରିବାକୁ ମନ ହେଉନ ଥିଲା।ପ୍ରାକ୍ଟିସ ପୂରା ବନ୍ଦ ହୋଇ ଯାଇଥିଲା।ଛୋଟ ଝିଅ ଅମୁଲ ଦୁଧ ପିଉଥିଲା।ବେଳେବେଳେ ଝିଅପାଇଁ ଦୁଧ କିଣିିବାକୁ ପଇସା ନଥାଏ ପାଖରେ।ଏମିତି ଅବସ୍ଥାରେ ଭାଣିଜୀର ବାହାଘର କରିବାକୁ ପଡିଲା ତାଙ୍କୁ।ସାଙ୍ଗମାନଙ୍କଠୁ ଉଧାର ଆଣି ଓ ଚିହ୍ନା ଦୋକାନ ମାନଙ୍କରୁ ଉଧାରରେ ଜିନିଷ ଆଣି ବିବାହ କାମ ତୁଲାଇଲେ।ପଲଙ୍କ ସୋଫା ପଙ୍ଖା ଆଦି ସବୁ ଜିନିଷ ସହିତ ଭୋଜିର ସବୁ ସାମାନ ନିଜ ଘରୁ ଶଗଡରେ ଧରି ଯାଇଥିଲେ ବିବାହ ପାଇଁ।ଖଜା ଆଦିବି ଘରୁ ନେଇଥିଲେ।ଯା ହଉ ବିବାହ ସୁରୁଖୁରୁରେ ସମାପ୍ତ ହୋଇ ଯାଇଥିଲା।ଜଣେ ଭଉଣୀର ଘର ବସି ଯାଇ ଥିଲା।ସୁଷମା କିନ୍ତୁ ଘର ଜଞ୍ଜାଳରେ ଫସି ଯାଇଥିଲା।ଛୋଟ ଭାଇଭଉଣୀଙ୍କ ସେବା ପାଇଁ କ୍ଲାସ ଯାଇ ପାରୁନଥିଲା। ତେଣୁ ପ୍ରାଇଭେଟରେ ସିଟି କରିବାକୁ ଲାଗିଲା।ସମୟ ବାହାର କରି ପଢାପଢି କରୁଥିଲା ।

କ୍ରମଶଃ



Rate this content
Log in

Similar oriya story from Inspirational