Madhabi Patel

Inspirational

3  

Madhabi Patel

Inspirational

ଯୁଦ୍ଧ ପ୍ରଥମ ଭାଗ

ଯୁଦ୍ଧ ପ୍ରଥମ ଭାଗ

5 mins
121



ଆଉ ଏକ ଧାରାବାହିକ ଆରମ୍ଭ କରିଛି।କେମିତି ଲାଗିବ ଜଣାଇବେ ପଢିଲା ପରେ।ଯୁଦ୍ଧରେ କିଏ କଣ ପାଏ ତ ଜଣା ପଡେନି ହେଲେ ସମସ୍ତେ କିଛି ନାଁ କିଛି ହରାନ୍ତି ନିଶ୍ଚୟ।ଯୁଦ୍ଧ ନାଆଁ ଶୁଣି ଦେଲାକ୍ଷଣି ମନରେ ଏକ ଭୟ ପଶିଯାଏ।ସେ ଯୁଦ୍ଧ ଯେତେ ଦୂରରେ ପରଦେଶରେ ହେଉଥାଉ ପଛେ ହେଲେ ତାର ପ୍ରତିକ୍ରିୟା ବିଶ୍ବସାରା ଖେଳାଇ ହୋଇଥାଏ।କାରଣ ଏବେ ବିଶ୍ବର କୌଣସି ଭୂଖଣ୍ଡ ଆଉ ଗୋଟିଏ ଜାତିର ବାସସ୍ଥାନ ହୋଇ ରହିନାହିଁ।ସବୁ ସ୍ଥାନରେ ସବୁ ଦେଶର ସବୁ ଜାତିର ଲୋକ କୌଣସି ନାଁ କୋଣସି କାମପାଇଁ ଆସି ରହୁଛନ୍ତି।

କିଏ ଆସି ଚାକିରି କରୁଛି,କିଏ ପାଠପଢା ପାଇଁ ଆସିଛି,କିଏ ରାଷ୍ଟ୍ରଦୂତ ହୋଇ ଆସିଛି,ତ କିଏ ଶ୍ରମିକ ହୋଇ ଆସି ରହୁଛି।ଯେତେବେଳେ କୌଣସି ଦେଶରେ ଯୁଦ୍ଧ ହେଉଛି ଯୁଦ୍ଧରତ ଦୁଇଟି ଯାକ ଦେଶତ କ୍ଷତିଗ୍ରସ୍ତ ହେଉଛନ୍ତି ତା ସହିତ ସେଠି ଯାଇ ରହିଥିବା ବିଭିନ୍ନ ଦେଶର ଲୋକେ ବି କ୍ଷତିଗ୍ରସ୍ତ ହେଉଛନ୍ତି।ମୃତାହତ ହେଉଛନ୍ତି।ମାନସିକ ଚାପରେ ପଡୁଛନ୍ତି।ତାଙ୍କ କାମ ଚାଲି ଯାଉଛି।ପାଠ ପଢୁଥିଲେ ପାଠ ଅଧାରେ ରହି ଯାଉଛି।ଜୀବନ ଯାକର ସଂଚୟ ଅର୍ଥ ଖର୍ଚ୍ଚ କରି ବାପାମାଆ ମାନେ ପିଲାଙ୍କ ଶିକ୍ଷା ପାଇଁ ବିଦେଶକୁ ପଠାଇ ଥାନ୍ତି।ହେଲେ ଯେତେବେଳେ ଶୁଣନ୍ତି ତାଙ୍କ ପିଲାଟି ଯୁଦ୍ଧର ଘେରରେ ବନ୍ଦୀ ପଡିଛି।ମୁକୁଳି ଆସି ପାରୁନି।ସେତେବେଳେ ସେ ମାଆ ବାପାର ମାନସିକ ଅବସ୍ଥା କିପରି ହେଉଥିବ ସେକଥା କଳ୍ପନା କରନ୍ତୁ ତ?

ସେ ମାଆର ମୁହଁରେ କ'ଣ ଖାଦ୍ୟ ଗଳୁଥିବ।ସେ ମାଆକୁ କଣ ନିଦ ଆସୁଥିବ? କ୍ଷଣକ ପାଇଁ ଯଦି ଆଖି ଲାଗି ଯାଉଥିବ ତେବେ ସ୍ବପ୍ନରେ ନିଜ ପିଲାକୁ ଯୁଦ୍ଧ ବିଭିଷିକା ଗୁଳି ଗୋଳା ମିସାଇଲ ଆଉ ଟ୍ୟାଙ୍କର ମଝିରେ ଦେଖି ବିଳିବିଳେଇ ଉଠି ପଡୁଥିବ ନିଦରୁ।ଆଉ ବାପାଟି ନିଜ ମନ ଭିତରେ ବି ଏକ ଯୁଦ୍ଧ ଲଢୁଥିବ।ଉପରକୁ ସିନା ପୁରୁଷ ବୋଲି ନିଜ ଦୁଃଖ ଦେଖାଇ ପାରେନି ହେଲେ ଭିତରେ ଭିତରେ ସେବି ପାଣିବିନା ମାଛ ଛଟପଟ ହେଲାପରି ଛଟପଟାଉଥାଏ।ମନ କହୁଥାଏ ଯଦି ତାର ବିହଙ୍ଗ ପକ୍ଷ ଥାଆନ୍ତା କ୍ଷଣକେ ଛୁଆ ପାଖକୁ ଉଡି ଯାଇ ଘେନି ଆସନ୍ତା ସେ ବିପଦ ମୁଖରୁ।ପିଲାର ଜନ୍ମ ପରେ ବାପା ହିଁଁତ ନିଜ ଛତ୍ରଛାୟାରେ ଘୋଡାଇ ରଖି ସବୁ ବିପଦ ଓ ସମସ୍ୟାରୁ ରକ୍ଷା କରିଥାଏ ନିଜ ସନ୍ତାନ ମାନଙ୍କୁ।ଯେ କୌଣସି ସମସ୍ୟା ଯେତେବେଳେ ଆସିଛି।ପ୍ରଥମେ ଢାଲ ବନି ସନ୍ତାନ ଆଗରେ ଠିଆହୋଇଛି ବାପାଟେ।

ଅଭାବ ସମୟରେ ନିଜେ ଉପାସରେ ରହିଛି ଆଉ ସନ୍ତାନ ମୁହଁରେ ଆହାର ଯୋଗାଇଛି।ନିଜେ ଫଟା ଦଦରା ପିନ୍ଧିଛି ପଟେ ଗାମୁଛାରେ ଦିନ କାଟିଛି ହେଲେ ସନ୍ତାନକୁ ଭଲଡ୍ରେସପଟା,ଜୋତା,ସୁଏଟର କିଛିର ଅଭାବ ଜଣେଇନି।ନିଜ ଠାରୁ ବଡ ଅଫିସର ହେବ ,ଡାକ୍ତର ହୋଇ ବୁଢାବେଳେ ସହାରା ଦେବ ଅନ୍ୟ ରୋଗୀଙ୍କର ସେବା କରିବ ବୋଲି ନିଜର ଜମାପୁଞ୍ଜି ର ପୁଟୁଳି ଖୋଲି ବିଦେଶ ପଠାଇ ଦେଇଛି ପୁଅ ଡାକ୍ତର ହେବ ବୋଲି।


ହେଲେ କଣ ହେଲା?ଆଜି ପୁଅ ଏକୂଳର ନୁହେଁ କି ସେ କୂଳର ନୁହେଁ।ପାଠ ଅଧାରେ ରହିଗଲା।ସଞ୍ଚିତ ଟଙ୍କା ବି ସରିଗଲା।ଏବେ ଆଉଥରେ ପଢାଇବାକୁ ଟଙ୍କା ଆସିବ କୋଉଠୁ?କଣ ହେବ ପିଲାର ଭବିଷ୍ୟତ।ଏପରି ଅନେକ ଚିନ୍ତାରେ ବ୍ୟତିବ୍ୟସ୍ତ ହେଉଛନ୍ତି ସେ ସନ୍ତାନ ମାନଙ୍କ ପିତାମାନେ।ସେ ପାଠକଥା ଟଙ୍କା କଥା ଚୁଲ୍ଲୀକୁ ଯାଉ ତାଙ୍କର ଅଳୀଅଳ ସନ୍ତାନ ମାନେ ଯୁଦ୍ଧରମରଣ ବିଭିଷିକା ଭିତରୁ କେମିତି ନିର୍ବିଘ୍ନରେ ଫେରିଆସୁ ସେଥିପାଇଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛନ୍ତି।ପିଲା ଡାକ୍ତର ନ ହେଲେ ଚଳିବ।ଘରେ ସାଥିରେ ରହିବ ପଖାଳ ପିଆଜ ଖାଇ ପଛେ ଚଳିଯିବେ ହେଲେ ପୁଅ ଝିଅ ତାଙ୍କର ବଞ୍ଚି ରୁହନ୍ତୁ,ସାଥୀରେ ରୁହନ୍ତୁ ଏତିକି ତାଙ୍କୁ ଦରକାର।ଏବେ ପଶ୍ଚତାପରେ ପଡିଛନ୍ତି ବାପାମାଆ କାହିଁକି ଲୋଭ କରି ପିଲାଙ୍କୁ ବିଦେଶକୁ ପଠାଇଲେ।ନିଜ ଦେଶ ମାଟିରେ ଯାହାବି ପାଠ ପଢିଥାନ୍ତେ ଯଦି ଆଜି ଏତେ ମାନସିକ ଛଟପଟ ହେବାକୁ ପଡି ନଥାନ୍ତା।ଏବେ ତ ଗୋଟିଏ ଦିନ କାଟିବା ଯୁଗ ଟିଏ ପରି ଲାଗୁଛି।କଣ କରୁଥିବ ତାଙ୍କ ଦୁଳାଳ।ଏମିତି ଭୟଙ୍କର ବିପଦ ଭିତରେ କେମିତି କାଟୁଥିବ ତାର ସମୟ?ଯିଏ ଛୋଟ ବେଳେ କିଛି ଖଡଖଡ ଶବ୍ଦ ହେଲେ ଡରି ମାଆକୋଳରେ ଲୁଚି ଯାଉଥିଲା ମିସାଇଲ୍ ଓ ବୋମାର ସେ ଭୟଙ୍କର ଶବ୍ଦକୁ ସାମନା କରୁଥିବ କେମିତି?।କାହା ପାଖରେ ସେ ନିଜକୁ ଲୁଚାଉ ଥିବ।ଯେତେବେଳେ ତା ଆଖ ପାଖର ବଡବଡ ଅଟ୍ଟାଳିକା,ସ୍କୁଲ କଲେଜ ଡାକ୍ତର ଖାନା ମିସାଇଲ ମାଡରେ ଖଣ୍ଡ ବିଖଣ୍ଡ ହୋଇ ଧୂଳିସାତ୍ ହେଉଥିବ ?ତା ପାଖରେ ସାହା ହେବାକୁ କେହି ନଥିବେ।ଖାଇବାକୁ ଖାଦ୍ୟ ନଥିବ? ବାହାରକୁ ବାହାରିଲେ ବିପଦ ଅନେଇଁ ବସିଥିବ।ସେତେବେଳେ କଣ କରୁଥିବ ସେ।କେମିତି ବାହାରକୁ ଯାଇ ଖାଦ୍ୟ ଓ ପିଇବା ପାନୀୟର ବ୍ୟବସ୍ଥା କରିବ?ଯିଏ ସେଠିକା ବାସିନ୍ଦା କି ପରିବାର ଧରି ରୁହନ୍ତି ସେମାନେ କିଛି କିଛି ଖାଇବା ରାସନ ଜମା କରି ରଖିଥାନ୍ତି ନିଜ ଘରେ।ହେଲେ ଛାତ୍ରମାନେ ତ ହଷ୍ଟେଲରେ ଖାଆନ୍ତି।ପାଖରେ ପେକେଟେ ଦୁଇପେକେଟ ବିସ୍କୁଟ କି ମିକ୍ଚର ରଖିଥିବେ।ସେଥିରେ ତ ଗୋଟାଏ ଦିନ ଚଳିବା ମୁସ୍କିଲ ପଡିବ।ପିଲାଏ କେମିତି ଜୀବନ ବଞ୍ଚାଇବେ?ଯୁଦ୍ଧହେଲେ ବିଦ୍ୟୁତ ଲାଇନ ବି କଟିଯିବ ।ମୋବାଇଲ ଚାର୍ଯ୍ୟ ହୋଇ ପାରିବନି।ତେବେ ଫୋନ ଟିକେ ବି ଆଉ କରି ପାରିବେନି।ତାଙ୍କ ଖବର ଟିକେ ନ ଶୁଣିଲେ ମାଆ ବାପା ମାନେ ବଞ୍ଚିବେ କିପରି?ଏସବୁ ଥିଲା ସବୁ ଆତ୍ମୀୟ ସ୍ବଜନଙ୍କ ଭାବନା।ଯାହାର ପିଲାମାନେ ୟୁକ୍ରେନରେ ଫସି ରହିଥିଲେ ସବୁ ବାପାମାଆ ଏମିତି ଛଟପଟ ହେଉଥିଲେ।ରୁଷିଆ ବାସୀ ଓ ସେଠି ରହୁଥିବା ବିଦେଶୀ ମାନେବି ନିଶ୍ଚିତ ଏମିତି ଭାବନାରେ କବଳିତ ଥିବେ? କାରଣ ଯୁଦ୍ଧ ହେଲେ ଉଭୟ ଦେଶର ଲୋକ ମରନ୍ତି।ଉଭୟ ଦେଶର ଘରଦ୍ବାର ଧ୍ବଂସ ହୁଏ।ଧନ ହାନୀ ହୁଏ।ପଶୁ ପକ୍ଷୀ ପ୍ରାକୃତିକ ଜିନିଷ ନଷ୍ଟ ହୁଏ।ପରିବେଶ ଦୂଷିତ ହୁଏ।ବିଷାକ୍ତ ପରିବେଶ ସୃଷ୍ଟି ହୋଇ ଲୋକେ ଅନେକ ରୋଗରେ ଆକ୍ରାନ୍ତ ହୁଅନ୍ତି।ଭୋକ ଶୋଷରେ ମରନ୍ତି ଯେତିକି,ସେତିକି କ୍ଷତାକ୍ତ ଓ ପଙ୍ଗୁୁ ହୋଇଯାନ୍ତି।ଗର୍ଭସ୍ତ ସନ୍ତାନ ମାନେ ବିଷ ପ୍ରଭାବରେ,ବିକୃତ ମସ୍ତିଷ ଭିନ୍ନକ୍ଷମ ହୋଇ ଜନ୍ମ ହୁଅନ୍ତି।ପରିବେଶ ଜଳ ବାୟୁ ସବୁ ବିଷାକ୍ତ ହୋଇ ଯାଏ। ବାରୁଦର ପ୍ରଭାବରେ ମାଟି ତାର ଉର୍ବରା ଗୁଣ ହରାଇ ବସେ।କେତେ କେତେ ନାରୀ ବିଧବା ହୋଇଯାନ୍ତି।କେତେ ମାଆ ନିଜ ସନ୍ତାନକୁ ହରାନ୍ତି।ଯେଉଁ ସୈନ୍ୟ ମାନେ ଉଭୟ ପଟୁ ଯୁଦ୍ଧ କରନ୍ତି ସେମାନେ ବିତ କାହାରସନ୍ତାନ,କାହାର ସ୍ବାମୀ ଥାଆନ୍ତି।ପରିବାର ର ଭରଣ ପୋଷଣ ଭାର ତାଙ୍କର ଥାଏ।ସେମାନେ ମୃତ ହେଲାପରେ ସେ ଘର ଅନାଥ ହୋଇଯାଏ।କେହି ନଥାଏ ତାଙ୍କର ରକ୍ଷାକାରୀ ପାଳନ କର୍ତ୍ତା ହୋଇଦୁଃଖ ଆଉ ଭୋକ ଶୋଷରେ ସେମାନେ ସେମିତି ମରିଯାନ୍ତି।ଆଉ କେତେକ ଜୀବନ ବଞ୍ଚାଇବାକୁ ପଦବ୍ରଜରେ କେତେ କଷ୍ଟ ସହି ଆଗେଇ ଚାଲୁଥାନ୍ତି ମାଇଲ ମାଇଲ ରାସ୍ତା।କାରଣ ସେତେବେଳେ ଗାଡି ମଟର ଟ୍ରେନ ବି ଉପଲବ୍ଧ ହୁଏନି।ବିପକ୍ଷ ସୈନ୍ୟ ମାନେ ଅଚଳ କରି ଦେଇଥାନ୍ତି ସବୁକିଛି।ଯାହାକୁ ସାମନାରେ ପାଆନ୍ତି ଗୁଳିରେ ବିଦୀର୍ଣ କରିଦିଅନ୍ତି।ମାଆମାନେ ଛୋଟ ଛୁଆଙ୍କ ହାତଧରି ବରଫର ଚିକ୍କଣ ପିଚ୍ଛିଳ ରାସ୍ତାରେ ବଢି ଚାଲି ଥାନ୍ତି ଏକ ଅଜଣା ଠିକଣାରେ ଜୀବନ ବଞ୍ଚାଇବାକୁ। କେତେପିଲା ରାସ୍ତାରେ ବରଫ ପାଣିରେ ଖସି ପଡୁଥାନ୍ତି ଭୂଇଁରେ।ଛୋଟ ଛୁଆମାନେ ଭୋକ ଶୋଷରେ ଭୟରେ ପାଟିକରି କାନ୍ଦିଲେ ମାଆମାନେ କୁହନ୍ତି ଶତ୍ରୁସୈନ୍ୟ ଆସିଯିବେ ପାଟି କରନା ଚୁପ୍ ପଡ ଓ ଆଗକୁ ବଢ। ଆଉ ପିଲାମାନେ ଭୟରେ କାନ୍ଦିବା ବନ୍ଦ କରିଦେଉଥାନ୍ତି।କେଡେ କରୁଣ ଦୃଶ୍ୟ ଥିବ ସେଇଟା।ଭାବିଲେ ହୃଦୟ ଥରି ଯାଉଛି।ଆଉ ଯେଉଁମାନେ ସେ ବିପଦକୁ ସାମନାକରିଛନ୍ତି ତାଙ୍କର ଅନୁଭବ କେମିତି ଥିବ?ତାଙ୍କରି ସାମନାରେ କେତେବେଳେ ଶତ୍ରୁପକ୍ଷର ଟ୍ୟାଙ୍କଟେ ସମ୍ମୁଖୀନ ହେଉଥିବ।ସେତେବେଳେ ମାଆମାନେ ନିଜ ସନ୍ତାନକୁ ଛାତିରେ ଜାକି ଧରୁଥିବେ।ନିଜେ ମରି ସନ୍ତାନକୁ ବଞ୍ଚାଇବାର ବୃଥା ପ୍ରଚେଷ୍ଟା କରୁଥିବେ।କାରଣ ସେମାନେ ମାଆ ।ଭାସି ଯାଉଥିବାଲୋକ କୁଟାଖିଅକୁ ଆଶ୍ରା କଲାପରି ସେମାନେ ସନ୍ତାନକୁ ନିଜ ଜୀବନ କୁଟାଖିଅ ଜାଣି ବି ଗୁଳି ଆଗରେ ନିଜେ ଠିଆହୋଇ ସନ୍ତାନକୁ ଘୋଡାଇବାକୁ ଚେଷ୍ଟା କରନ୍ତି।କେତେବେଳେ କୋଉ ଶତ୍ରୁ ଟିକେ ଦୟାଳୁ ଥିଲେ।ବାଟଛାଡି ଚାଲି ଯାଏ ଆଉ ନିର୍ମମ ହୃଦୟର ଥିଲେ।ଧୂଆଁଧାର ଗୁଳି ଛୁଟାଇ ମାଆପିଲା ସମସ୍ତ ଦଳକୁ ଧୂଳିରେ ଶୁଆଇ ଦେଇ ଚାଲିଯାଏ।ଏସବୁ ଦୃଶ୍ୟ ଭିତରେ ବି ଲୋକେ ଜୀବନ ବଞ୍ଚାଇବାକୁ ଆଗେଇ ଚାଲିଥାନ୍ତି ଦିଶାହୀନ ଭାବେ ଅଜଣା ଠିକଣାରେ।

ଆଉ ଏମିତି ବିପଦ ପୂର୍ଣ ସମୟରେ ଆମ ଭାରତର ପ୍ରଧାନମନ୍ତ୍ରୀ ଏକ ଉତ୍ତମ ଶାସକ ହେବାର ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହେଲେ।ଆକାଶଗଙ୍ଗାର ଦଳ ଗଢି ଯୁଦ୍ଧ ର ବାତାବରଣ ଭିତରୁ ଭାରତର ଜନତାଙ୍କୁ ଉଦ୍ଧାର କରି ଆଣିଲେ।ଥରଥର କରି ଏ ଉଦ୍ଧାରକାର୍ଯ୍ୟ ଚାଲିଥିଲା।ସେ ୟୁକ୍ରେନ ଓ ରଷିଆ ଉଭୟ ଶାସକ ଙ୍କ ସହ କଥାବାର୍ତ୍ତା କରିଥିଲେ ଭାରତୀୟ ଙ୍କ ଦେହରେ ହାତ ଦେବେନି ବୋଲି।ଯିଏ ତ୍ରୀରଙ୍ଗା ପତାକାର ଆଶ୍ରୟ ନେଉଥିଲା।ତାଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ ହେଉ ନଥିଲା।ତ୍ରୀରଙ୍ଗାର ଆଶ୍ରୟ ନେଇ ଅନ୍ୟଦେଶର ଲୋକ ବି ଜୀବନ ବଞ୍ଚାଇ ଛନ୍ତି ସେହି ବିପଦ ସମୟରେ।ସମସ୍ତେ ଭାରତମାଆର ଜୟ ଘୋଷ କରିଛନ୍ତି ଓ ମୁକୁଳି ଆସିଛନ୍ତି।ଏଇ ନେବା ଆଣିବାର ପ୍ରକ୍ରିୟା ଅନେକ ଦିନ ଚାଲିଥିଲା।କାହାର ପିଲା ଶୀଘ୍ର ଫେରି ଆସିଥିଲା ତ କାହାର ପିଲା ଫେରିବାର ବିଲମ୍ବ ହୋଇଥିଲା।ଆଉ ସେଇ କେତେ ଦିନର ଅନୁଭବ ଜଣେ ବିରହିଣୀ ମାଆ ପାଇଁ ଓ ସେଠି ଫସି ରହିଥିବା ସନ୍ତାନ ପାଇଁ କେମିତି ଥିଲା ଆଗକୁ ଜାଣିବା କାହାଣୀରେ।

କ୍ରମଶଃ



Rate this content
Log in

Similar oriya story from Inspirational