ଯୁଦ୍ଧ ପଞ୍ଚମ ଭାଗ
ଯୁଦ୍ଧ ପଞ୍ଚମ ଭାଗ
ଅନିମେଶ ଦୁଇହଜାର କୋଡିଏ ଡିସେମ୍ବରରେ ପ୍ରଥମେ ୟୁକ୍ରେନ ଗଲା।ସେତେବେଳେ ସେଠି ଥଣ୍ଡାମାସ ଚାଲିଥିଲା।ମଝିମଝିରେ ବର୍ଷାବି
ହେଉଥିଲା ।ତାଙ୍କ ଫ୍ଲାଇଟ୍ ୟୁକ୍ରେନର ରାଜଧାନୀ କିଭରେ ଓହ୍ଲାଇଲା।କିଭ୍ ରୁ ଖାରଖିଲ ସେ ବସ୍ ରେ ଗଲା।ପ୍ରଚଣ୍ଡ ଥଣ୍ଡା ହେଉଥିଲା ବାହାରେ।ତେଣୁ ବସ ଭିତରେ ହିଟର ଲଗା ହୋଇଥିଲା ଉଷୁମ ଲାଗିବ ବୋଲି।ବାହାର ରାସ୍ତାରେ କିନ୍ତୁ ବରଫ ହୋଇଯାଇଥିଲା।ତା ଉପରେ ବର୍ଷା ହୋଇଥିବାରୁ ରାସ୍ତାଗୁଡିକ ବଡ ଖସଡା ହୋଇଥିଲା।ଅନ୍ୟ ଦେଶରୁ ଯାଇଥିବା ପିଲାମାନେ ଅଭ୍ୟସ୍ତ ନ ଥିବାରୁ ବରଫ ପାଣିରେ ଖସଡିକି ଦୁଡୁସ୍ ଦୁଡୁସ୍ କରି ପଡୁଥିଲେ।ଖାରଖିବ୍ ଜାଗାଟି ରୁଷିଆ ବୋର୍ଡର ରେ ଲାଗିକି ଅଛି।ବୋର୍ଡର ପାଖ ସହରର ଏପାର୍ଟମେଣ୍ଟ ତଳେ ବଙ୍କର ଭଳି ଖାଲି ଜାଗା ରଖିଥାନ୍ତି।ଯାହା ମାଟିତଳେ ଏକ ମହଲା ଘର ସଦୃଶ୍ୟଥାଏ।ହେଲେ ସେ ଜାଗାରେ କିଛି ବ୍ୟବହାର୍ଯ୍ୟ ଜିନିଷ ନ ଥାଏ।ମଇଳା ଅସନା ପଡିଥାଏ।କେବଳ ଯୁଦ୍ଧ ସମୟରେ ବୋମା ମାଡରୁ ରକ୍ଷା ପାଇବା ପାଇଁ ଏହା କାମରେ ଆସେ।
ଜାଗାଜାଗାରେ ମେଟ୍ରୋ ତିଆରି ହୋଇଥାଏ।ଏହା ବି ଅଣ୍ଡର ଗ୍ରାଉଣ୍ଡ ବଙ୍କର ଭଳି କେବଳ ବଡ ଆୟତନର ଜାଗା ଥାଏ।ଏଠାରେ ବହୁତ ଲୋକ ରହିପାରନ୍ତି। ଯୁଦ୍ଧ ସମୟରେ ପ୍ରାଣବଞ୍ଚାଇବାକୁ
ଲୋକେ ଏଠାକୁ ଦଉଡନ୍ତି।ସାଏରନ୍ ବାଜିଲେ ଲୋକଙ୍କୁ ଏଲର୍ଟ କରାଯାଏ ତୁମେ ବଙ୍କର କି ମେଟ୍ରୋକୁ ଚାଲିଯାଅ ବୋଲି।ଯୁଦ୍ଧ ନଥିଲାବେଳେ ଏ ଜାଗା ଅଦରକାରି ମଇଳା ହୋଇ ପଡିଥାଏ।ଅନିମେଶ ଯେତେବେଳେ ୟୁକ୍ରେନ ଆସିଲା ରାସ୍ତାରେ ତା ନଜର ପଡିଲା ଅନେକ ସନ୍ଫ୍ଲାଓର ବା ସୂର୍ଯ୍ୟମୁଖୀ କ୍ଷେତ ରାସ୍ତାର ଦୁଇକଡେ କଡେ ରହିଛି।ଏକର ଏକର ଲମ୍ବା ହଳଦିଆ ରଙ୍ଗ ଖେଳାଇ ଲମ୍ବିଥାଏ ସୁନ୍ଦର ସୂର୍ଯ୍ୟମୁଖୀ କ୍ଷେତ।ଲାଗୁଥାଏ ଯେମିତି ୟୁକ୍ରେନ ହଳଦୀପାଟ ପିନ୍ଧି ତାଙ୍କୁ ଅଭ୍ୟର୍ଥନା ପାଇଁ ଠିଆ ହୋଇଛି।ଅନେକ ଜାଗାରେ ସେମିତି ବଡବଡ ଗହମ କ୍ଷେତ ବି ଶୋଭା ପାଉଥାଏ।ବିଗବାସ୍କେଟ ଗହମ ସବୁ ଏହି ୟୁକ୍ରେନରୁ ଆମଦାନୀ ହୋଇ ଆସେ ଆମପରି ଅନ୍ୟଦେଶକୁ।ଏଠି ଓଟସ୍ ଚାଷ ବି ପ୍ରଚୁର ହୁଏ।ଗହମ, ଓଟସ୍,ଓ ସୂର୍ଯ୍ୟମୁଖୀ ପରି ଶସ୍ୟରୁ ଏଦେଶର ଅର୍ଥନୀତି ବୃଦ୍ଧି ହୁଏ। ଏଦେଶ ମଧ୍ୟବିତ୍ତ ଦେଶ।ୟୁରୋପର ଦେଶ ମାନଙ୍କ ତୁଳନାରେ ଗରିବ ଦେଶ।ଗହମ ଓଟସ୍ ପ୍ରଭୃତି ଶସ୍ୟ ଉତ୍ପାଦନ କରି ଏ ଲାଭବାନ ହୋଇଥାଏ।ଏ ଦେଶର ଅଧିକାଂଶ ଜନତା ମଧ୍ୟବିତ୍ତ ଶ୍ରେଣୀର ଅନ୍ତର୍ଭୁକ୍ତ।ହେଲେ ଏଦେଶ ପୂର୍ବ ୟୁରୋପର ରୁଷିଆ ପରେ ଦ୍ବିତୀୟବୃହତ୍ତମ ଦେଶ।ଏହାର ଉତ୍ତରର ବେଲାରସ ,ଲାତଭିଆ, ଅଷ୍ଟେନିଆ ରହିଥିବା ବେଳେ,ସ୍ଲୋଭାକିଆ,ପୋଲାଣ୍ଡଓ ହଙ୍ଗେରୀ
ପଶ୍ଚିମରେ ରହିଛି।ରୋମାନିଆଁ ଓ ମାଲଡେଭର ଦକ୍ଷିଣରେ ଅବସ୍ଥିତ।ଏହାର ପୂର୍ବରେ ରସିଆ ରହିଛି ।ଏଠି କୃଷ୍ଣସାଗର ରହିଛି ।
ୟୁକ୍ରେନର ଆୟତନ ୬୦୩;୬୨୮ କିମି।
ଏହାର ଲୋକସଂଖ୍ୟା ପ୍ରାୟ ୪୦ ମିଲିୟନ ପାଖାପାଖି।
ଏହାର ବଡ ସହର ଓ ରାଜଧାନୀ ହେଉଛି କିଭ।
ଏହାର କଥିତ ଓ ଜlତିୟ ଭାଷା ଉଭୟ ୟୁକ୍ରେନିଆନ।ଏ ଦେଶରେ ୟୁକ୍ରେନିଆନ୍ ଓ ରସିଆନ୍ ଲୋକ ମିଶି ରହନ୍ତି।୭୭.୮ପରସେଣ୍ଟ ୟୁକ୍ରୃେନ ଲୋକ ରହୁଥିବା ବେଳେ୧୭`୩ପରସେଣ୍ଟ ରଷିଆନ୍ ଲୋକ ବାସ କରନ୍ତି।ବାକି୪.୯ ପରସେଣ୍ଟ ଅନ୍ୟ ଦେଶର ଲୋକ ରହନ୍ତି।
ଏ ଦେଶରେ ୟୁନେଟେରି ସେମି ପ୍ରେସିଡେନ୍ସିଆଲ୍ ରିପବ୍ଲିକ ଶାସନ ଚାଲେ।ଏଠିକା ବର୍ତ୍ତମାନ ରାଷ୍ଟ୍ରପତି ଭାଲଡିନିୟର ଜେଲେସ୍କିନ।
ପ୍ରଧାନ ମନ୍ତ୍ରୀ ହେଉଛନ୍ତି ଡେନିସ୍ ସିଂମଲ ।
ୟୁକ୍ରେନ ନିଜ ଦେଶରେ ସବୁ ଯନ୍ତ୍ରପାତି ତିଆରି କରୁଥିଲେ ବି ବିମାନ ମିସାଇଲ ଆଦି ମାରଣାସ୍ତ୍ର ଓ ଅନେକ ଜିନିଷ ଅନ୍ୟ ଦେଶଠୁ ଆମଦାନୀ କରେ।
ଏ ଦେଶକୁ ଅନେକ ଟୁରିଷ୍ଟ ଆସନ୍ତି ପ୍ରତିବର୍ଷ। ଯୁଦ୍ଧ ଆଗରୁ ଟୁରିଜିମ ପାଇଁ ଅନେକ ଅର୍ଥଲାଭ କରୁଥିଲା।ଏଠାରେ ଅନେକ ଦର୍ଶନୀୟ ଜିନିଷ ରହିଛି।ଅନେକ ସୁନ୍ଦର ପାହାଡ ପର୍ବତ ରହିଛି ପର୍ବତାରୋହଣର ମଜା ଉଠାଇବାକୁ ଅନେକ ଯାତ୍ରୀ ଆସନ୍ତି ଏଠାକୁ। ଏଠାରେ ଥିବା କୃଷ୍ଣସାଗରକୁ ମାଛଧରିବାର ମଜା ନେବାକୁ ବି ଅନେକ ଲୋକ ଆସନ୍ତି।ଏଠି ଅନେକ ବଡବଡ ଉଚ୍ଚା ଟାଓ୍ବାର ଓ ଚର୍ଚ୍ଚମାନ ଦେଖିବାକୁ ଅଛି।ବଡବଡ ପ୍ରାସାଦ,ମହଲ,ପାର୍କ,ଓ କର୍ମସ୍ଥଳୀ ସବୁ ଦେଖିବାପାଇଁ ରହିଛି କିଭ,ଲିଭ,ଓଡେଶା,କ୍ୟାମାନେଟ୍ସ,ପୋଡିସ୍କାଇ ପରି ସୁନ୍ଦର ସହର ଗୁଡିକ ଦେଖିବା ପାଇଁ ଲୋକ ଆସନ୍ତି।ଏଠି ଅନେକ ଐତିହାସିକ ସ୍ଥାନ ବି ରହିଛି ଦର୍ଶନ ପାଇଁ।ଯାହାକୁ ଦେଖିବାର ଳାଳସାରେ ଅନେକ ଦର୍ଶକ ଆସୁଥିଲେ ଏ ଦେଶକୁ।ହେଲେ ଯୁଦ୍ଧପରେ ସେ ସୁନ୍ଦର ସ୍ଥାନ ଏବେ ଧ୍ବଂସସ୍ତୁପ ଭିତରେ ହଜି ଯାଇଥିବ କେଜାଣି?
ଏବେ ଏଠିକାର ବହୁତ ଗୁଡିଏ ରୋଡ,ଓ ପୋଲ ନଷ୍ଟ ହୋଇ ଯାଇଛି।ଏବେ ଇଣ୍ଟରନ୍ୟାସନାଲ ଯାତ୍ରା ସଂପୂର୍ଣ ବନ୍ଦ ହୋଇଯାଇଛି।
ଏ ଦେଶରେ ସାତଟି ନଦୀ ଅଛି।ହେଲେ ଦାନୁବେ, danube,drieper,pripyat ଡ୍ରିପର୍,ଓ ପ୍ରିପ୍ୟଟ
ନଦୀ ଗୁଡିକ ବରଫାବୃତ ରହିଥାଏ।ଜାହାଜ ବା ନୌକାଚାଳନ ପାଇଁ ଉପଯୋଗୀ ନଥାଏ ଏନଦୀ।
ଏଦେଶର ପ୍ରାୟସବୁ ଅର୍ବାନ ଏରିଆକୁ ଟ୍ରେନ ଚଳାଚଳ ସୁବିଧା ରହିଛି।ଏଠି ବେଶି ଟ୍ରେନରେ ଯାତ୍ରାକରନ୍ତି।ୟୁକ୍ରେନ ଇଣ୍ଟରନେସ୍ନାଲ ଏୟାର ଲାଇନ୍ସ ଓ ଡୋମେଷ୍ଟିକ ଏୟାରଲାଇନ୍ସର ବି ସୁବିଧା ଅଛି।
ଏଠାରୁ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ସବୁ କନାଡା, ଏସିଆ, ୟୁନାଇଡେଡ ଷ୍ଟେଟ ଓ ଆଉ ଅନେକ ଦେଶକୁ ଯାତାୟତ କରେ।
ଏ ଦେଶ ବି ଯୁଦ୍ଧ ଆଗରୁ ଭାରତପରି ସୁନ୍ଦର ଦେଶ ଥିଲା।ଶାନ୍ତିରେ ଲୋକେ ଚଳପ୍ରଚଳ କରୁଥିଲେ।ସବୁ ଦେଶ ଓ ଜାତିର ଲୋକ ମିଶିକି ଚଳୁଥିଲେ।ଏକାଠି ପାଠ ପଢୁଥିଲେ।ଏଠି ଅନ୍ୟ ଦେଶ ତୁଳନାରେ ପାଠପଢା ସସ୍ତା ଥିଲା।ଜିନିଷ ବି ସସ୍ତା ପଡୁଥିଲା।ଘର ପାଖରେ ଦୋକାନ ବଜାର ଉପଲବ୍ଧ ରହୁଥିଲା।ଅଳ୍ପ ଦୂରରେ ମଲ୍ ସବୁଥିଲା।ଛାତ୍ରମାନେ ଚାଲିକି ଜିନିଷ କିଣି ଆଣୁଥିଲେ।ଏପାର୍ଟମେଣ୍ଟ ମାନଙ୍କରେ ଗୋଟେ ଗୋଟେ ଫ୍ଲାଟଭଡା ନେଇ ତିନିଜଣିଆ ରୁମରେ ଜଣେ ଜଣେ ରହୁଥିଲେ।।ଘରେ ରୋଷେଇ କରି ଖାଉଥିଲେ।ସମୟ ପଡିଲେ ବାହାରେ ବି କିଣି ଖାଉଥିଲେ।ଦରକାରୀ ଜିନିଷ ସୁବିଧାରେ ପାଇ ପାରୁଥିଲେ।ଯଦିଓ ସେଠିକା ଲୋକ ୟୁକ୍ରେନ ଭାଷା ହିଁ କହୁଥିଲେ ତଥାପି ଭଲ ବ୍ୟବହାର ଦେଉଥିଲେ।ସ୍କୁଲ କଲେଜରେ ୟୁକ୍ରେନ ଭାଷାରେ ପାଠପଢା ହେଉଥିଲl ।
ଭାରତୀୟ ଛାତ୍ରମାନଙ୍କୁ ପ୍ରଥମେ ସେଠି ୟୁକ୍ରେନଭାଷା ଶିଖିବାକୁ ପଡୁଥିଲା।ତାପରେ ପାଠ ହେଉଥିଲା।ସେଠି କ୍ଲାସ ସକାଳ ଆଠରୁ ସନ୍ଧ୍ୟା ପାଞ୍ଚ ହେଉଥିଲା।ସକାଳୁ କିଛି ରୋଷେଇକରି ଖାଇ ପୁଣି ଟିଫିନ ନେଇ ଯାଉଥିଲେ ସେମାନେ।କରୋନା ସମୟ ଥିବାରୁ କେତେବେଳେ ଅଫ ଲାଇନ ଓ କେତେବେଳେ ଅନ୍ ଲାଇନ କ୍ଲାସ ମାନ ଚାଲିଥିଲା।ସବୁ ଠିକ୍ ଠାକ୍ ଚାଲିଥିବା ବେଳେ ଯୁଦ୍ଧ ସମାଚାର ପ୍ରଚାର ହେଲା।ଫେବୃୟାରୀ ଅଠର ତାରିଖ ଯୁଦ୍ଧ ହେବ ବୋଲି ସେମାନେ ପ୍ରଥମେ ଶୁଣିବାକୁ ପାଇଲେ।ହେଲେ ଭାରତୀୟ ଏମ୍ବେସି କହିଲା ଡରିବାର କିଛି କାରଣ ନାହିଁ।ଅନିମେଶର ତେଇଶ ତାରିଖ ଏକ ପରୀକ୍ଷା ଥିଲା।ତେଣୁ ସେ ରହିବାକୁ ବାଧ୍ୟ ଥିଲା।ହେଲେ କୋଡିଏ ତାରିଖ ଅର୍ଡର ଆସିଲା ବାହାର ଦେଶର ପିଲାମାନେ ଶୀଘ୍ର ଦେଶ ଛାଡି ଚାଲିଯାଅ।ଅନିମେଶ ଓ ତା ସାଙ୍ଗମାନେ ଫ୍ଲାଇଟ ଟିକେଟ କଲେ ହେଲେ ପଚିସ ତାରିଖର ଟିକେଟ ମିଳିଲା।ସେମାନେ ରହିବାକୁ ବାଧ୍ୟ ହେଲେ।ତେଇଶ ତାରିଖରେ ତାର ଏକ ପରୀକ୍ଷା ଥିଲା।କଲେଜରୁ ପରୀକ୍ଷା ଦେଇ ଫେରିଲା।ରାତିରେ ଖାଇକି ଶୋଇଲେ।ସକାଳ ହେବା ବେଳକୁ ବମ୍ବାରି ଚାଲୁ ହୋଇ ଯାଇଥିଲା।ସକାଳୁ ଉଠିବାକ୍ଷଣି କାଚ ଝରକା ଭିତରୁ ଦେଖିଲା ମିସାଇଲ ସବୁ ଆକାଶରୁ ପଡୁଛି।ସେ ଦେଶର ଲୋକମାନେ ନିଜ ଗାଡି ଧରି ଅତରଛିଆ ଦୂର ସ୍ଥାନକୁ ଭାଗୁଛନ୍ତି।ଏମାନଙ୍କୁ ଏମିତି ଭାଗିବା ଦେଖି ସେ ଡରିଗଲା ଓ ଘରକୁ ଫୋନ ଲଗାଇଲା।ଫୋନ ତା ବାପା ଉଠାଇଥିଲେ।ସେ ଭୟରେ କହିଲା ବାପା କେଜାଣି ମୁଁ ଆଉ ତୁମ ପାଖକୁ ଫେରି ପାରିବିିକି ନାହିଁ ସନ୍ଦେହ।ଆଉ ତୁମ ସହ କଥାବି ହେଇ ହେବକି ନାହିଁ କହି ପାରୁନି।ମୁଁ ତୁମ ମାନଙ୍କ ପାଇଁ ଚିଠି ଲେଖି ରଖିବି ପରେ ପଢିବ।ଏଠି ଭୀଷଣ ଯୁଦ୍ଧ ଆରମ୍ଭ ହୋଇଯାଇଛି।ଆମ ସାମନାରେ ବଡବଡ ହର୍ମ୍ୟ ସବୁ ମିସାଇଲ ମାଡରେ ଜଳି ଧ୍ବଂସ ହୋଇ ଯାଉଛି।ଆମେ ଭାଗ୍ୟ ଥିଲେ ବଞ୍ଚିକି ଫେରିବୁ।ଏତିକି କହି ଫୋନ ରଖିଦେଲା।
ଏବେ ରଜନୀ ବଡ ଚିନ୍ତାରେ ପଡିଲେ।ଟିଭିରେ ବି ୟୁକ୍ରେନ ଓ ରୁଷିଆର ଯୁଦ୍ଧ ଦୃଶ୍ୟ ଦେଖାଉ ଥିଲା।ଲୋକମାନେ ଭୀତତ୍ରସ୍ତ ହରିଣ ପରି ଦଉଡି ପଲାଉ ଥିଲେ।ସେମାନଙ୍କ ଭିତରେ ସେ ନିଜ ପୁଅକୁ ଖୋଜିବୁଲୁଥିଲେ। ଆଖିରୁ ତାଙ୍କର ଅଶ୍ରୁ ଗଡିଆସୁଥିଲା।ହେଲେ କିଛି କରି ପାରୁନଥିଲେ।ତାଙ୍କର ଜୀବନଧନ ପ୍ରାଣ ସଂଙ୍ଖାଳୀ ସଂକଟ ଭିତରେ ଥିଲା ଆଉ ସେ ଭାରତରେ ଥାଇ କେବଳ ଟିଭି ଦେଖୁଥିଲେ।ମନ ତାଙ୍କର ଛଟପଟ ହେଉଥିଲା।
