ଯୁଦ୍ଧ ଫେରନ୍ତା
ଯୁଦ୍ଧ ଫେରନ୍ତା
ରିଂ ରିଂ ବାଜୁଥାଏ ଫୋନ୍ ସୁନିତା ଆସି ଉଠାଇ କହିଲେ, "ହ୍ଯାଲୋ ସେପଟୁ କ୍ଷୀଣ ସ୍ଵରରେ ସ୍ଵାମୀ ରାଜେଶଙ୍କ କଥା ଭାସି ଆସୁଥାଏ, ସେ କହିଲେ ଶୁଣ, ସୁନିତା ଆଜି ଯୁଦ୍ଧରେ ମୋର ଜଣେ ସାଙ୍ଗର ଗୋଡ଼, ହାତରେ ଗୁଳି ବାଜିଲା ଆମେ ତାକୁ ମେଡିକାଲ ନେଲୁ ହେଲେ ଅବସ୍ଥା ଏତେ ଅସମ୍ଭାଳ ହେଲା ଯେ ଶେଷରେ ଗୋଟାଏ ଲେଖାଏଁ ଗୋଡ଼ ଆଉ ହାତ କାଟିବାକୁ ପଡ଼ିଲା, ତେଣୁ ମୁଁ କଣ କହୁଥିଲି କି ବିଚରାର କେହି ନାହାନ୍ତି ଯଦି ଆମ ଘରକୁ ତାକୁ ନେଇ ଯାଆନ୍ତେ ।
ଏତିକି ଶୁଣୁ ଶୁଣୁ ସୁନିତା ଘୃଣା ମିଶା ବିରକ୍ତରେ କହିଲେ, "ହେଃ ବେକାର କଥା ଗୁଡା କୁହନି ସେ ପଙ୍ଗୁ ହେଇ ଘରେ ବସି ରହିବେ, ତାଙ୍କର ସବୁ କାମ ଆମକୁ କରିବାକୁ ପଡ଼ିବ, କଥାରେ କୁହନ୍ତିନି," ନିଜକୁ ନିଅଣ୍ଟ ସାଇରେ ବାଣ୍ଟ । "ତେଣୁ ଭଲ ହେବ ତୁମେ ସେଥିରେ ମୁଣ୍ଡ ପୁରାଅନି, ଏତିକି କହି ସେ ଫୋନ୍ କାଟିଦେଲେ ତା ପରଦିନ ଘର ଆଗରେ ଗାଡ଼ିରୁ ଏକ ଶବ ଆସି ରହିଲା ସୁନିତା ଯାଇ କପଡ଼ା ଖୋଲି ଦେଖନ୍ତିତ ତାଙ୍କ ସ୍ଵାମୀ ରାଜେଶ ଯାହାଙ୍କର ଗୋଟାଏ ଲେଖାଏଁ ଗୋଡ଼ ଆଉ ହାତ ନାହିଁ।
