STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଯୁଦ୍ଧ ଦଶମ ଭାଗ

ଯୁଦ୍ଧ ଦଶମ ଭାଗ

4 mins
295



ଅନିମେଶ ମେଟ୍ରୋ ଭିତରେ ବରଫ ଶୀତରେ ଥୁରୁ ଥୁରୁ କମ୍ପୁଥାଏ।ଭୂଇଁସାରା ବର୍ଷା ଓ ବରଫରେ ଖସଡା ହୋଇଥାଏ।ଭଲରେ ବସିବାକୁ ବି ଜାଗାଖଣ୍ଡେ ନଥାଏ।କୁଞ୍ଚା କୁଞ୍ଚି ହୋଇ ଲୋକମାନେ ମେଟ୍ରୋ ଭିତରେ ଆଶ୍ରୟ ନେଇଥିଲେ।ବିଭିନ୍ନ ପ୍ରକାର ଲୋକ ଥିଲେ ସେଠାରେ।କିଏ ବଡ ପାଟି କରୁଥିଲା ତ କିଏ ନୀରବରେ ବସିଥିଲା।ଛୋଟ ଛୁଆମାନେ ଶୋଇବାକୁ ଖେଳିବାକୁ ଜାଗା ନ ପାଇ ବଡ ବିରକ୍ତ ହୋଇ କାନ୍ଦିବାକୁ ଲାଗିଥାନ୍ତି।ପିଲାଙ୍କୁ ମନେଇବା ମାଆ ମାନଙ୍କ ପାଇଁ ବଡ କଠିଣ ହୋଇ ପଡିଥିଲା। ଖାଦ୍ୟ ବି ଏତିକି ନଥିଲା କି ଲୋକେ ପେଟପୁରା ଖାଇ ପାରିବେ।ଯାହା କିଛି ଘରୁ ବାହାରିଲା ବେଳେ ଧରିଆସିଥିଲେ ସେଇଟା କେତେ ଦିନ ବା ଯିବ?

ଜଣେ ଲୋକ ଆସିବା ବେଳେ ତାର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସାଙ୍ଗରେ କମ୍ବଳ ଦସନା ଖାଦ୍ୟ ଓ ପାଣି ବି ଧରି ଆସିଥିଲା।ବେଶି ଜିନିଷ ଧରି ପାଦରେ ଚାଲି ବି ତ ଆଣି ହେଉନଥିଲା।ସେତେବେଳେ ଟେକ୍ସି ବୁକ୍ ବି କଲେ ହେଉ ନଥିଲା।ଆମ ଏଠି ଓଲା ଓ ଉମର ଚାଲେ।ସେଠି ଟେକ୍ସି ଚାଲେ।ହେଲେ ଯୁଦ୍ଧ ପାଇଁ ଏ ସୁବିଧା ବି ମିଳୁନଥିଲା।ଲୋକେ ପାଦରେ ଚାଲି ଚାଲି ଛୋଟ ପିଲାଙ୍କୁ ଚଲାଇ ଚଲାଇ ଆସୁଥିଲେ। ପିଲାଙ୍କୁ ଭୋକ କଲେ ପାଉରୁଟି ଖଣ୍ଡେ କି ବିସ୍କୁଟ ଟେ ଦେଉଥିଲେ।ପାଣି ବି ପାଖରେ ଦରକାର ଅନୁସାରେ ନ ଥିଲା।ଅଳ୍ପ ଅଳ୍ପ ବ୍ୟବହାର କରୁଥିଲେ ସମସ୍ତେ। ଦୁର୍ଗନ୍ଧ ବି ହେଉଥିଲା ସେ ଜାଗାଟି।ଭଲ ଲାଟ୍ରିନ ଟେ ବି ନଥିଲା।ଏତେ ଲୋକ ଜମା ଥିଲେ ଓ ଲାଟ୍ରିନ ବି ଖୋଲା ପଡିଥିଲା।କବାଟ ନ ଥିଲା।କାମ ଚଳାଇବା ପାଇଁ ଖୋଲିଥିଲେ କେତେଦିନରୁ ପୋତି ହୋଇ ଅବ୍ୟବହୃତ ଅବସ୍ଥାରେ ପଡିଥିଲା। ଅନିମେଶ ଯେଉଁ ଚାରିଦିନ ସେଠି ରହିଲା ଲାଟ୍ରିନ ଯାଇନି।ମଝି ମଝିରେ ଘରକୁ କିଛି ସମୟ ଆସୁଥିଲା ରୋଷେଇ ସାରି ସ୍ନାନଶୌଚ ସାରି ପୁଣି ମେଟ୍ରୋ ଯାଉଥିଲା।ଫେବୃୟାରୀଚବିସ ତାରିଖ ଦିନ ଦୁଇଟା ବେଳେ ସେ ମେଟ୍ରୋରେ ଚାଲି ଚାଲି ପହଞ୍ଚି ଥିଲା। ସେ ରାତିଟା କମଳ ଆଣି ନଥିବାରୁ ଥଣ୍ଡାରେ କଟାଇଲା ବସିବସି।ସେଠି ଶୋଇବା ପାଇଁ ବି ଜାଗା ନଥିଲା। ପଚିଶ ତାରିଖ ସକାଳ ନଅଟାରେ କର୍ଫ୍ୟୁ ଟିକେ ଉଠିବା ଦେଖି ସେ ନିଜ ବସାକୁ ଦଉଡିଲା।ଶୀଘ୍ର ଶୀଘ୍ର ସ୍ନାନଶୋଚ ସାରି କିଛି ରୋଷେଇ କରି ଟିଫିନରେ ଧରି ମେଟ୍ରୋ ଚାଲି ଆସିଲା। ଫେବୃୟାରୀ ଛବିସ ଓ ସତେଇଶ ଦୁଇଦିନ ସେଠି ସାଇରନ ଶବ୍ଦ ଶୁଭାଗଲା।ମାନେ ବାହାରେ ବିପଦ ରହିଛି ସେଥିପାଇଁ ସାବଧାନ କରୁଥିଲା। ସମସ୍ତେ ଭୟାକୁଳ ଅବସ୍ଥାରେ ଭିତରେ ବସିଥାନ୍ତି।ବାହାରେ ତୋପ ପଡିବା ଶବ୍ଦ ହେଉଥାଏ।କ୍ଷେପଣାସ୍ତ୍ର ର ସାଇଁ ସାଇଁ ଶବ୍ଦ ଶୁଭା ଯାଉଥାଏ।ପାଖ ଆଖର ବଡବଡ କୋଠାସବୁ ଖଣ୍ଡ ଖଣ୍ଡ ହୋଇ ଧସକି ସ୍ତୁପ ଆକାରରେ ଜମା ହେଉଥାଏ।ଯା ହଉ ଲୋକମାନେ ଯିଏ ଯୁଆଡେ ଚାଲି ଯାଇଥିଲେ।ପ୍ରାୟ ସେଠିକା ବାସିନ୍ଦା ସହର ଛାଡି ଛୋଟଛୋଟ ଗାଆଁ ମାନଙ୍କୁ ଚାଲି ଯାଇଥିଲେ।ବଡ ସହରରେ ଗୋଳାପଡିବାର ବେଶି ଡରଥିଲା।ଆଉ ସତକୁ ବଡବଡ କମ୍ପ୍ଲେକ୍ସ ମାନଙ୍କରେ ଏ ଆକ୍ରମଣ ହେଉଥିଲା। ଯଦିଓ ଲୋକ ମାନେ ଏତେ ମରୁ ନଥିଲେ।ତଥାପି ଗାଡି ଓ ପଶୁପ୍ରାଣୀ ଧନ ସମ୍ପଦର ବଡ କ୍ଷତି ହେଉଥିଲା।କୋଉଠି ପେଟ୍ରୋଲ ଡିପୋରେ ବମ୍ ପକାଇ ଜାଳି ଦେଉଥିଲେ କୋଟି କୋଟି ଟଙ୍କାର ସମ୍ଫତି।ବିମାନ ମାନଙ୍କୁ ନଷ୍ଟ କରି ଦଉଥିଲେ। ବଡ ବିଜିନେସ୍ ସ୍ଥଳ ମାନ ଧୂଳିସାତ କରି ଦେଉଥିଲେ। ଅନିମେଶ ସେ ଦୁଇଦିନ ବସି ବସି ରାତି କାଟିଥିଲା।ଆତଙ୍କ ଭିତରେ କାଟୁଥିଲା ଜୀବନ।ବାହାରକୁ ଗଲାବେଳେ କେତେବେଳେ ତା ଦେହରେ କିଛି ଅସ୍ତ୍ର ନ ବାଜିବ କହି ହେବନି।ସେ ପୁଣି ଭାରତ ଫେରିପାରିବକି ନାହିଁ ସନ୍ଦେହ ଲାଗୁଥିଲା ।ଏ ଭିତରୁ ତାଙ୍କୁ କିଏ ଆସି ଉଦ୍ଧାର କରିନେବ?

ସେ ଭଗବାନଙ୍କୁ ଏକା ଡାକୁଥାଏ। ସେତେବେଳେ ସେ ମାଆ ବାପା ଙ୍କ ପାଖ

କୁ ଏକ ଚିଠି ଲେଖିଥିଲା ତା ଡାଏରୀରେ।

ସେ ଚିଠି ଟି ଏମିତି ଥିଲା। ପୂଜନିୟା ମାଆ ,

ମୋର ନମସ୍କାର ଗ୍ରହଣ କରିବୁ।ମୁଁ ଆଉ ତୋ କୋଳକୁ ଫେରିପାରିବିକି ନାହିଁ ସନ୍ଦେହ। ଏବେ ଏଠି ଭୟଙ୍କର ଯୁଦ୍ଧ ଲାଗି ଗଲାଣି।ମୁଁ ପଚିସ ତାରିଖର ଫ୍ଲାଇଟ ଟିକେଟ କରିଥିଲି।ହେଲେ ଏବେ ଫ୍ଲାଇଟ ମାନେ ଆଉ ଯାଉନି।ମୁଁ କେମିତି ତୋ ପାଖକୁ ଯିବି ମାଆ? ଏବେ ମୁଁ ତୋର ଅଭାବ ବହୁତ ଅନୁଭବ କରୁଛି।ତୁ ପାଖରେ ଥିଲେ କିଛି ଡର ଲାଗେନି କାରଣ ପାଖରେ ମୋର ମାଆ ଅଛି ବୋଲି ସାହସ ଥାଏ।ତୁ ସବୁ ସମସ୍ୟାର ବାଟଟିଏ ଖୋଜିଦେଉ।ହେଲେ ଆଜି ବିଦେଶରେ ମୁଁ ପୂରା ଏକା ହୋଇ ଯାଇଛି ମାଆ।ଏଠି ଖାଇବାକୁ କିଛି ନାଇଁ।ଶୋଇବାକୁ ଜାଗା ନାହିଁ।ତିନିଦିନ ହେଲା କେବଳ ମଇଳା ଓଦା ଭୂଇଁରେ ବସି ରହିଛି।କିଛି ଖାଉନି ଲାଟ୍ରିନ ଲାଗିବ ବୋଲି।କାରଣ ଏଠିକା ଲାଟ୍ରିନ ମୁଁ ଯାଇ ପାରିବିନି।ବଡ ମଇଳା ଅସନା ହୋଇଛି।କବାଟ ଟେ ବି ନାହିଁ।ପାଖରେ ଜନ ସମୁଦ୍ର ଭରି ପଡିଛନ୍ତି।ଖାଦ୍ୟର ଅଭାବ ପିଲାଙ୍କ ବିକଳ ଦେଖି ହେଉନି।କାନ୍ଦ ବୋବାଳି ଭିତରେ ବସି ତୋ କଥା ଭାବୁଛି।ଛୋଟ ପିଲାମାନେ ମାଆ କୋଳରେ କାନ୍ଦୁଥିବା ଦେଖି ମୋର ପିଲାବେଳ କଥା ମନେ ପଡୁଛି।ମୁଁ ବି ପିଲାବେଳେ ବହୁତ ରୋଗିଣା ରହୁଥିଲି।ସବୁବେଳେ ଜ୍ବର ଥଣ୍ଡା ଲାଗି ରହିଥାଏ।ତତେ ସବୁବେଳେ ହଇରାଣ କରୁଥିଲି।ଦିନ ବେଳା ଚାକିରି କାମ କରି ଥକି ପଡିଥାଉ ତୁ।ପୁଣି ରାତିରେ ମୋ ପାଇଁ ଶୋଇ ପାରୁନୁ।କୋଳରେ ଧରି ଝୁଲାଉ ଥାଉ।ତୋ କୋଳରେ ଥିଲେ ମୁଁ ଶୋଇ ଯାଉଥିଲି ।ଆଉ ଖଟରେ ଶୁଆଇଲେ ଉଠି କାନ୍ଦୁଥିଲି।ସେଥିପାଇଁ ତୁ ରାତିସାରା ବସି ରହୁଥିଲୁ।ମୋର ପାଠ ପଢିବା ପାଇଁ  ବଡ ସଚେତନ ଥିଲୁ।ମତେ ସବୁବେଳେ ପଢା ବିଷୟ ପଚାରି ବୁଝୁଥିଲୁ।ତୋର ସମୟ ନଥାଏ ବୋଲି ବାପା ମତେ ପଢାନ୍ତି।କେତେଟା ଟିଉସନ ବି କରୁଥିଲି।

ବଡ ପରିବାରର ଅଭାବ ଭିତରେ ଥାଇ ବି ମୋର ଇଚ୍ଛାକୁ ସର୍ବାଗ୍ରେ ରଖିଥିଲ ତୁୁ।ସବୁ ଦରବ କିଣି ଆଣିଦେଉଥିଲୁ ମୋ ପାଇଁ।ମତେ ସ୍ବାବଲମ୍ବୀ ହେବାପାଇଁ କେତେ ଶିଖାଇଛୁ।ହେଲେ ମୁ ସେ କଥା ଗୁରୁତ୍ବ ଦେଉନଥିଲ ସେତେବେଳେି।ମୁଁ ଭାବୁଥିଲି ତୁ ଓ ବାପା ତ ମୋ ପାଖରେ ଅଛ।ଅସୁବିଧା କିଛି ହେବନି।ହେଲେ ଏଠି ଆସିବା ପରେ ନିଜେ ବଡ ଅସୁବିଧା ପାଇଲି।ରୋଷେଇ ଓ ନିଜ କାମ କିଛି ଆସୁନ ଥିଲା।ଧିରେ ଧିରେ ସବୁ ଶିଖିଲି।ମାଆ ବାପା ଆମର ଛାତଭଳି ସବୁ ଖରାବର୍ଷାରୁ ସୁରକ୍ଷା ଦିଅନ୍ତି।ଏକା ସନ୍ତାନ ବଡ ଦୁର୍ବଳ ହୋଇପଡେ।ମନୋବଳ ଭାଙ୍ଗିଯାଏ ଏକଥା ମୁଁ ଅନୁଭବ କରିଛି।ବେଳେେବେଳେ ତୋ କଥା ଭାବେ ଓ ମନକୁ ଦୃଢ କରେ।ତୁ ବିତ ଏତେ ସମସ୍ୟା ଭିତରେ ମେରୁପରି ଅଟଳ ଅଚଳ ସବୁ କର୍ତ୍ତବ୍ୟ ତୁଲାଇ ଥାଉ।ତୋରି ସନ୍ତାନ ହୋଇ ମୁଁ କେମିତି ହାରିଯିବି ଏକଥା ଭାବିଲେ ସ୍ବତଃ ମୋ ମନର ସାହସ ବଢିଯାଏ।ବାପାଙ୍କ କଥାବି ବଡ ମନେ ପଡୁଛି।ସେ ମତେ ଚାଲିବା, ଗାଡିଚଳେଇବା ସବୁ ଶିଖେଇ ଛନ୍ତି।ଗଣିତ ଓ ଇଂରାଜୀ ପଢାଇ ମତେ ପଢାରେ ଟାଣ କରିଛନ୍ତି।ମୂଳଦୁଆ ଶକ୍ତ କରିଥିଲେ ବୋଲି ଆଗକୁ ମତେ ପଢା ଭାରି ଲାଗିନି।ସବୁବେଳେ ନବେ ପଞ୍ଚାନବେ ପରସେଣ୍ଟ ମାର୍କ ରଖିଛି।ସେ ମତେ ପହଁରିବା ବି ଶିଖାଇଥିଲେ ପିଲାବେଳେ। ଆଜି କିନ୍ତୁ ଏ ବିପଦରୁ ବାହାରିବାକୁ ମୁଁ ବାଟ ପାଉନି।ଛବିସ ସତେଇସ ଦୁଇଦିନ ହେଲା ଉପାସରେ ବସିଛି।ଗୋଡ ଅଣ୍ଟା ବ୍ୟଥା ହେଲାଣି ବସିବସି।ଯାହା ପାଣି ଧରି ଆସିଥିଲି ସରିଗଲାଣି।ଅଠେଇଶ ତାରିଖ ଯଦି ଅବସ୍ଥା ଟିକେ ଠିକ ହେବ ବାହାରିବି ଓ ବାହାରର ଅବସ୍ଥା କଣ ଅଛି ଦେଖିବି।ଯଦି ଏଠୁ ଯାଇହେବ ତେବେ ଟ୍ରେନ ଷ୍ଟେସନ କୁ ଯିବି।ମୋର ଭାଇଭଉଣୀ ସାହିଲ,ସୁମେଧା ଓ ଶୁଭଶ୍ରୀ ଙ୍କ କଥା ବି ବଡ ମନେ ପଡୁଛି।ହଉ ଆଜି ଏତିକିରେ ରହୁଛି।

ଇତି ତୁମ ଗେହ୍ଲା ଅନିମେଶ।

କ୍ରମଶଃ


Rate this content
Log in

Similar oriya story from Inspirational