Madhabi Patel

Inspirational

4  

Madhabi Patel

Inspirational

ଯୁଦ୍ଧ (ଚତୁର୍ଥ ଭାଗ)

ଯୁଦ୍ଧ (ଚତୁର୍ଥ ଭାଗ)

4 mins
359



କୁନ୍ତୀ ଏବେବି ପଛକଥା ଭାବି ଚାଲିଥିଲେ। ଶାଶୁଘର ଗାଆଁରେ କିଛିଦିନ ରହି ସେମାନେ ପୁଣି ଚାକିରି ଜାଗାକୁ ଆସି ଯାଇଥିଲେ ଦୁଇଜଣ ଯାକ।ଅଲଗା ଅଲଗା ରହୁଥିଲେ ନିଜ ଚାକିରି ସ୍ଥାନରେ।ଶନିବାର ଦିନ ଦୁଇଜଣ ଏକାଠି ହେଉଥିଲେ।ରଜନୀ ଯୋଉ ଗାଆଁରେ ଶିକ୍ଷକତା କରୁଥିଲେ ସେ ଗାଆଁରେ ତାଙ୍କ ନିଜର ଦୁଇଜଣ ମାଉସୀ ଗୋଟିଏ ଘରେ ଦୁଇ ଭାଇଙ୍କୁ ବିବାହ କରି ଥିଲେ।ତାଙ୍କରି ଘରେ ରହୁଥିଲେ।ଖାଇବାପିଇବା ସବୁ ତାଙ୍କଘରେ ମିଳିଯାଉଥିଲା।ବଦଳରେ ସେ ତାଙ୍କର ଛୋଟମୋଟ କାମରେ ସାହାଯ୍ୟ କରିଦେଉଥିଲେ।ମାଉସୀ ମାନଙ୍କ ଛୋଟ ପିଲାମାନଙ୍କୁ ଟିଉସନ ପଢାଇ ଦେଉଥିଲେ।ରଜନୀ ଗଣିତ ଓ ଇଂରାଜୀରେ ମେଧାବୀ ଥିଲେ।ପିଲାଙ୍କୁ ସେ ପଢାଇ ମୂଳଦୁଆ ଶକ୍ତ କରିଦେଲେ।ପରେ ପିଲାମାନେ ଭଲ ପଢିଥିଲେ।

ବିବାହପରେ କିନ୍ତୁ ରଜନୀଙ୍କର ଆଉ ଏକା ମନ ଲାଗୁନଥିଲା।ବିବାହ ପରେ ସମସ୍ତଙ୍କର ସେଇ ଅବସ୍ତା ହୁଏ।ସଭିଏଁ ପତିପତ୍ନୀ ଏକାଠି ରହିବାକୁ ଚାହାଁନ୍ତି।

ପ୍ରେମ ହୋଇଗଲେ ବିରହ ବଡ କଷ୍ଟ ଦିଏ।ସେ ନିଜର ଟ୍ରାନ୍ସଫର ପାଇଁ ଚେଷ୍ଟା କଲେ କୁନ୍ତୀ ରହୁଥିବା ସହରକୁ।ତାଙ୍କର ଚେଷ୍ଟା ସଫଳ ହୋଇଥିଲା।ଏବେ ଦୁଇଜଣ ଏକାଠି ରହିଲେ ଖୁସୀରେ।ପ୍ରେମ ତାଙ୍କର ବଢି ଚାଲିଥିଲା।ତାଙ୍କ କୋଳକୁ ଏକ ପ୍ରେମର ସନ୍ତକ ଆସିବାର ସୂଚନା ଦେଇ ସାରିଥିଲା।ଦୁଇଜଣ ବହୁତ ଖୁସୀ ଥିଲେ ଏ ଖବର ଜାଣି।ଏ ଭିତରେ କୁନ୍ତୀ ନିଜ ଭଉଣୀ ମାନଙ୍କ ସହିତ ନଣନ୍ଦ ଓ ଦିଅର ମାନଙ୍କର ବି ଖବର ବୁଝୁଥିଲେ।ନିଜ ତଳର ଭଉଣୀ ମାନଙ୍କୁ ଗୋଟି ଗୋଟି କରି ବିବାହ କରିଥିଲେ।ଅବଶ୍ୟ ବାପା ସବୁ ଖର୍ଚ୍ଚକରିଥିଲେ।ହେଲେ ସେ ସବୁ କାମରେ ସାହାଯ୍ୟ କରୁଥିଲେ।ନିଜର ଗୋଟିଏ ଦିଅର ହିମାଂଶୁ ବି ବିବାହ କରିଥିଲେ ଦୁଇବର୍ଷ ଭିତରେ।ସେ ଆଇ ଟିଆଇ ପଢିଥିଲେ।ରାଜଗାଙ୍ଗପୁରରେ ତାଙ୍କ ଚାକିରି ହୋଇଥିଲା।ସେ ଜଣେ ବଡ ଉଦ୍ୟମୀ ଯୁବକ ଥିଲେ।କେବଳ ଚାକିରି ଟଙ୍କାରେ ଘର ଚଳାଇବା ମୁସ୍କିଲ ହେବ ଜାଣି ସେ ସିଲେଇ ଟେନିଂ କରି ସିଲେଇ ସେଣ୍ଟର ଟେ ଖୋଲିଥିଲେ।ପ୍ରଥମେ ଏକା କାମ କରୁଥିଲେ ପରେ ଆଉ ତିନି ଚାରିଜଣ ପିଲା ବି କାମରେ ରଖିଲେ।ଧିରେ ଧିରେ କାମ ବଢିବାକୁ ଲାଗିଲା ପରେ ରହୁଥିବା ଭଡା ଘରକୁ ନିଜେ କିଣି ନେଇ ଥିଲେ।

କୁନ୍ତୀ ଗର୍ଭବତୀ ହେବାପରେ ବି କାମରେ ବ୍ୟସ୍ତ ରହୁଥିଲେ।ଘରକାମ ଓ ଅଫିସ କାମ ଦୁଇଟା ସମ୍ଭାଳିବାକୁ ପଡୁଥିଲା।ମଝିମଝିରେ ଶଶୁର ବି ଆସି ତା ପାଖେ ରହୁଥିଲେ।ସେ ଡାଏବେଟିସ୍ ରୋଗର ଶିକାର ଥିଲେ।ତେଣୁ ପଥି ଅନୁସାରେ ଖାଦ୍ୟପେୟ ହେଉଥିଲା।କେବଳ ଶୁଖାରୁଟି ଖାଉଥିଲେ ତିନିଥର।ତାଙ୍କର ସବୁ ବ୍ୟବସ୍ତା ନିଜ ହାତରେ କରୁଥିଲେ କୁନ୍ତୀ।ଚାକର ବି ଘରେ କେହି ନଥିଲେ।ହଁଜଣେ ସ୍ତୀଲୋକ ଆସି ଝାଡୁ ପୋଛା କରି ଯାଉଥିଲା।

ତଥାପି ରୋଷେଇ ଓ ଅନ୍ୟକାମ ସେ ନିଜେ କରୁଥିଲେ ।

ସକାଳୁ ଶୀଘ୍ର ଉଠି ରୋଟି କରି ରଖି ଦେଉଥିଲେ।ନିଜ ମାନଙ୍କ ପାଇଁ ଜଳଖିଆ ତିଆରି ଓ ଲଞ୍ଚ ବକ୍ସ ଧରି ଉଭୟେ ନିଜ ଅଫିସ ଚାଲି ଯାଉଥିଲେ।ଅନ୍ୟ ସ୍ତ୍ରୀଲୋକମାନେ ଗର୍ଭବତୀ ସମୟରେ କେତେ ସୁବିଧା ସୁଯୋଗ ପାଆନ୍ତି ଶାଶୁଘରୁ।ହେଲେ ତାର ଶାଶୁ ନଥିଲେ ସାହାଯ୍ୟ କରିବାକୁ। ନଣନ୍ଦ ସୁଷମା ବିବାହ ଯୋଗ୍ୟା ଥିଲେବି ବିବାହ ନକରି ଘର ସମ୍ଭାଳୁଥିଲେ।ଘରେ ରହି ସମସ୍ତଙ୍କ ରୋଷେଇବାସ ଓ ବାଡି ବଗିଚା କାମ ବି ଦେଖୁଥିଲେ।ସେ ଭଲ ପଢୁଥିଲେ ବି ପ୍ଲସ ଟୁ ପରେ ପାଠ ଛାଡି ଦେଇଥିଲେ।ସେ ସିଟି ବି କରିଥିଲେ। ଛୋଟ ନଣନ୍ଦ ନୀରୁପମା କଲେଜରେ ପଢୁଥିଲେ ତେଣୁ ସେ ମେସ ରେ ରହୁଥିଲେ।

ବାକି ତ ପୁଅପିଲା ଥିଲେ।ସୁଧାଂଶୁ ଓ ଦିବ୍ୟାଂଶୁ ଆଗପଛ ହୋଇ କଲେଜରେ ପଢୁଥିଲେ।ପାଠପଢାରେ ବି ବହୁତ ଖର୍ଚ୍ଚ ହେଉଥିଲା।ହେଲେ ପିଲାମାନେ ସବୁ ସରଳ ଓ ମିତବ୍ୟୟି ଥିଲେ।କମ୍ଖର୍ଚ୍ଚରେ ଚଳିବା ଶିଖି ଯାଇଥିଲେ।ଦୁଇଯୋଡା କପଡାରେ ଚଳିଯାଉଥିଲେ।ଆଜେବାଜେ କିଛି ଖରାପ ଅଭ୍ୟାସ ନଥିଲା।ସଂସ୍କାର ଜ୍ଞାନ ଥିଲା

ପିଲାମାନଙ୍କର ।


ସମୟ ତ କାହାକୁ ଅପେକ୍ଷାକରେ ନାହିଁ।ଅନିମେଶ ଜନ୍ମହୋଇ ତାଙ୍କ ଘରକୁ ଖୁସୀରେ ଭରି ଦେଇଥିଲା।ଅଭାବ ଭିତରେ ବି ମାଆବାପା ନିଜ ପୁଅକୁ ରାଜକୁମାର ଭାବୁଥିଲେ।ତାର ସାଧ୍ୟ ମୁତାବକ ଯତ୍ନ ନେବାକୁ ଚେଷ୍ଟା କରୁଥିଲେ।ଶିଶୁ ଥିବା ବେଳେ ସେ ବଡ

ରୋଗିଣା ଥିଲା।ବାରମ୍ବାର ଝାଡା ବାନ୍ତି କରୁଥିଲା।କେତେବେଳେ ସର୍ଦ୍ଦି ଖାସି ହେଉଥିଲା।ଆଉ ତାକୁ ନେଇ ଆମ ଘରକୁ ଆସିବାକୁ ପଡୁଥିଲା।କାରଣ ମୋ ସ୍ବାମୀ ଡାକ୍ତର ସବିତା ଚନ୍ଦ୍ର ପଟେଲ ଜଣେ ଶିଶୁ ଡାକ୍ତର ଥିଲେ।ଆଉ ସେ ରଜନୀଙ୍କ ନିଜର ମାମୁଁ ଥିଲେ।

ପିଲାଟିର ଟିକା ନେବାବେଳେ ମଧ୍ୟ ଏଠି ଆସି ନେଉଥିଲେ।ଡାକ୍ତର କହିଲେ ପିଲାଟିର ବଡଭୟ।ଇଞ୍ଜେକସନ ଦେବାପରେ ସେ ଆମ ଘରକୁ ଆସିବାକୁ ଡରୁଥିଲା।ବସରୁ ଓହ୍ଲାଇ ଆମ ଘରଆଡେ ମୁହଁଇବା କ୍ଷଣି ସେ ଜାଣି ଯାଉଥିଲା ଆଉ କାନ୍ଦିବା ଆରମ୍ଭ କରି ଦେଉଥିଲା।ମୁଁ ଦୂରରୁ ତାର କାନ୍ଦିବା ସ୍ବର ଶୁଣି ଜାଣି ଯାଉଥିଲି ଯେ ସେଇ କାନ୍ଦୁରା ଅନିବେଶ ଆସିଗଲା ବୋଲି।ଅନ୍ୟ ଡାକ୍ତର ର ଔଷଧ ତାକୁ କାଟୁ କରୁନ ଥିଲା।ସେଥିପାଇଁ ସୁନ୍ଦରଗଡରେ ଏତେ ଡାକ୍ତର ଥିଲେ ବି ସେଠି ନଦେଖାଇ ସେମାନେ ଗାନ୍ଧିଛକ ଯାଏ ଆସୁଥିଲେ ଆମଘରକୁ।

ଆଉ ଏଠୁ ଔଷଧ ନେଇଗଲାପରେ ପିଲା ଭଲ ହୋଇଯାଉଥିଲା।

ବଡ ଦୁର୍ବଳିଆ ଥିଲା ପିଲାବେଳେ।ଦୁଇ ବାପା ମାଆ ଚାକିରି କରି ପିଲାକୁ ଯେତିକି ସୁଖସୌଚ୍ଛନ୍ଦ ଦେବା କଥା ସେମାନେ ଦେଇ ପାରୁ ନଥିଲେ।ତାଙ୍କର ଅଧିକାଂଶ ଟଙ୍କା ପରିବାରର ଅନ୍ୟମାନଙ୍କ କାମରେ ସରି ଯାଉଥିଲା।ନିଜ ପିଲା ଯଥକଥ ବଢୁଥିଲା।

କୁନ୍ତୀ ପିଲାହେଲାପରେ କୁନ୍ତୀଙ୍କର ଓ ଆାର୍ ଏସ୍ ରୂପେ ପ୍ରମୋସନ ହେଲା।ଓଡିଶା ରେଭିନ୍ୟୁ ସର୍ଭିସରେ କିଛିବର୍ଷ କାମକଲେ।ଏବେ ଦରମା ଟିକେ ବଢିଥିଲା।

ଏତିକିରେ ତାଙ୍କର ଉଦ୍ୟମ ସରି ନ ଥିଲା।ସେ ପୁଣି ଏକ ପରୀକ୍ଷା ଦେଇ ଓ,ଏସ ପାଇଥିଲେ। ଡେପୁଟି କଲେକ୍ଟର ରୂପେ ଏବେ କାମ ତୁଲାଇଲେ।ଦରମା ଓ ପାହ୍ୟା ଉଭୟ ବଢିଗଲା।

ଏବେ କିଛି କିଛି ଟଙ୍କା ସେ ନିଜ ପୁଅ ପାଇଁ ସାଇତିବା ଆରମ୍ଭ କଲେ।ସେ ଚାହୁଥିଲେ ତାଙ୍କ ପୁଅ ମାମୁଁଙ୍କ ପରି ଡାକ୍ତର ହେବ।ମାମୁଁ ତାଙ୍କର ପ୍ରେରଣା ଥିଲେ।ସେ ଦେଖିଛନ୍ତି ମାମୁଁ କେତେ ଟେଲେଣ୍ଟଡ୍,ଗୋଲଡମେଡାଲିଷ୍ଟ ଡାକ୍ତର।କେତେ ରୋଗୀ ତାଙ୍କ ଉପରେ ଭରସା କରିଥାନ୍ତି।ଆଉ ତାଙ୍କ ଚିକିତ୍ସାରେ ଭଲ ହୋଇ ଫେରନ୍ତି।ନିଜେ ତ ଟଙ୍କା ଅଭାବରୁ ପଢି ପାରିଲେନି ହେଲେ ପୁଅକୁ ଡାକ୍ତର କରିବେ ବୋଲି ଭାବିଥିଲେ ଉଭୟ ପତିପତ୍ନୀ।

ଯଦି ମେରିଟ୍ ନ ମିଳେ ସେ ବିଦେଶରେ ଟଙ୍କା ଖର୍ଚ୍ଚ କରି ପଢାଇବେ।ସେଥିପାଇଁ ଟଙ୍କା ସଂଚୟ କରି ରଖୁଥିଲେ।କୁନ୍ତୀ ଏବେବି ସାଧାରଣ ବସ୍ତ୍ର ବ୍ୟବହାର କରୁଥିଲେ।ଗହଣା ଗାଣ୍ଠିର ସଉକ କରୁନ ଥିଲେ।ସରଳ ନିରାଡମ୍ବର ଭାବରେ କାର୍ଯ୍ୟାଳୟ ଯାଉଥିଲେ।

ସେ ଅନ୍ୟପାଇଁ ନିଜ ଜୀବନ ଉତ୍ସର୍ଗ କରି ସାରିଥିଲେ।


ପରିବାରର ସମସ୍ତଙ୍କ ମନ ଖୁସୀ ପାଇଁ ଜିନିଷ କିଣିଲା ପରେ ନିଜ ପାଇଁ କିଣୁଥିଲେ।ସଭିଏଁ ଭାବୁଥିଲେ ସେ ବଡ ଲୋଭି ବୋଲି।ହେଲେ ସେ ନିଜେ ଜାଣୁଥିଲେ ପରିବାର ଚଳେଇବାକୁ ହେଲେ ଯିଏ ଉପାର୍ଜନ କରେ ତା ବେଳକୁ ଅର୍ଥ ସରିଯାଏ।ସେ ପୁରୁଣା ପିନ୍ଧେ ବା ସସ୍ତା ଜିନିଷ ପିନ୍ଧେ।

ଏପରି ଭାବରେ ସମୟ ଗଡି ଚାଲି ଥିଲା।ଅନିମେଶ ର ବାଳ ଚପଳତାରେ ଘର ହସୁଥିଲା।ତିନିବର୍ଷର ହେବାପରେ ସ୍କୁଲରେ ନାଆଁ ଲେଖାଇଲେ।କୁନ୍ତୀଙ୍କ କାମ ଏବେ ବଢିଗଲା।ତାକୁ ପାଠ ଶିଖାଇବାକୁ ସମୟ ବାହାର କରିବାକୁ ପଡିଲା।ଏବେ ଶଶୁର ଆସି ତାଙ୍କ ଘରେ ରହିଲେ।ପୁଅକୁ ସ୍କୁଲରେ ଛାଡୁଥିଲେ

ଆଉ ଛୁଟି ହେଲେ ନେଇ ଆସୁଥିଲେ।ଘରେ ରହି ତା ସାଙ୍ଗରେ ଖେଳୁଥିଲେ।ଦୁଇ ଅଜାନାତି ଖେଳ ଖେଳି ଖୁସୀ ରହୁଥିଲେ।ସେ ସବଡେଗାରେ ନର୍ସରି ପଢିଲା।

ତାପର ସେମାନେ ସୁନ୍ଦରଗଡ ଆସି ଯାଇଥିଲେ ଓ ସେ ଅରବିନ୍ଦ ସ୍କୁଲରେ ଦଶଶ୍ରେଣୀ ଯାଏ ପଢିଲା।

ସମ୍ବଲପୁରେ ଏମ୍ସ କଲେଜ ନେପସଟ୍ ରେ ପଢିଲା।

ଆକାଶରେ ଏକ ବର୍ଷ କୋଚିଙ୍ଗ କଲା।

ତାପରେ ଭୂବନେଶ୍ବରରେ ଇଣ୍ଡିଭିଜୁଆଲ ଭାବେ ସବୁ ବିଷୟର କୋଚିଙ୍ଗ କଲା।ତାପରେ ସେ ୟୁକ୍ରେନରେ ଏଡମିଶନ ନେଇଥିଲା।ସେ ଭଲ ଛାତ୍ର ଥିଲେବି ଏନ୍ଟ୍ରାନସ୍ ମିଳିନ ଥିଲା ତେଣୁ ଦୂରଦେଶକୁ ଛାଡିବାକୁ ବାଧ୍ୟ ହୋଇ ଥିଲେ।

ଦୁଇହଜାର କୋଡିଏ ଡିସେମ୍ବର ବାର ତାରିଖରେ ସେ ୟୁକ୍ରେନ ଯାଇଥିଲା। ବାପା ମାଆ ତାକୁ ଭୂବନେଶ୍ବର ଯାଏ ଛାଡିବାକୁ ଯାଇଥିଲେ।ସେଠୁ ଫ୍ଲାଇଟ୍ରେ ଏକା ଯାଇଥିଲା ପଢିବାକୁ।ଏ ଅଞ୍ଚଳର ଅନେକ ଛାତ୍ର ଛାତ୍ରୀବି ସେଠି ପଢୁଥିଲେ।ତାଙ୍କ ଭରସାରେ ସେ ଚାଲିଯାଇଥିଲା ପଢିବାକୁ।


କ୍ରମଶଃ.......



Rate this content
Log in

Similar oriya story from Inspirational