STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଯୁଦ୍ଧ। ଅଷ୍ଟମ ଭାଗ

ଯୁଦ୍ଧ। ଅଷ୍ଟମ ଭାଗ

5 mins
392


ରଜନୀ ବସି ଭାବୁଥିଲେ ପୁରୁଣା କଥାକୁ।ଧୀରେ ଧୀରେ ଭାଇ ଭଉଣୀ ମାନେ ବଡ ହେବାକୁ ଲାଗିଥିଲେ।ଛୋଟ ଭଉଣୀ ନୀରୁପମା ବି ହାଇସ୍କୁଲ ପଢିବା ଆରମ୍ଭ କରିଥାଏ।ଏତେ ଲୋକଙ୍କ ଖାଇବା ପିଇବା ର ବ୍ୟବସ୍ତା ରଜନୀ ଓ ସୁଷମା ହିଁ ବୁଝୁଥାନ୍ତି।ଘରେ କଣ ରୋଷେଇ ହେବ ?ଘର ସଦସ୍ୟଙ୍କ ଦେହ ପା ଖରାପ ହେଲେ ଯତ୍ନ ନେବା ସେବା କରିବା ଦାୟିତ୍ବ ସବୁ ସୁଷମା ହିଁ ବୁଝୁଥିଲେ।ସେଥିପାଇଁ ଘର ପାଖ ଜମିରେ ସବୁବେଳେ କିଛି କିଛି ପରିବା ଚାଷ କରୁଥିଲେ।ସେଥିରେ ଖାଇବା ତରକାରି ସମସ୍ୟା ଦୂର ହେଉଥିଲା।

ମୁଗ ବିରି କୋଲଥ ବି ଚାଷ କରୁଥିଲେ ସେଥିରୁ ଡାଲି ବାହାରୁଥିଲା।ଲୁଗା ପଟା ବାହାରୁ କିଣା ହେଉଥିଲା ଯାହା ପାଇଁ ସେମାନେ ଅସୁବିଧା ଭୋଗୁଥିଲେ।ଆଗପଛ ହୋଇ ଭାଇମାନେ ଥିବାରୁ ଜଣେ ଅନ୍ୟ ଜଣକର ଡ୍ରେସ କୁ ବ୍ୟବହାର କରୁଥିଲେ ଦରକାର ପଡିଲେ।ଭାଇ ଭଉଣୀ ମିଶି ଗୋଟିଏ ଖୁରିରେ ପଖାଳ ଖାଇ ନେଉଥିଲେ।ମୁଢି ହେଉକି ଜଳଖିଆ ସଭିଏଁ ଗୋଟିଏ ଥାଳିରୁ ମୁଠା ମୁଠା ନେଇ ଖାଇ ଆତ୍ମତୃପ୍ତି ପାଉଥିଲେ।କାହାର ପେଟ ନ ପୁରିଲେ ବି ସଭିିଏଁ ଭାଗ କରି ଆତ୍ମତୃପ୍ତି ପାଉଥିଲେ।ସମସ୍ତେ କିନ୍ତୁ ପାଠରେ ମନ ଲଗେଇଥିଲେ କାରଣ ସେମାନେ ଜାଣିଥିଲେ ଏ ପାଠ ହିଁ ତାଙ୍କୁ ଅଭାବ ଅନାଟନକୁ କାଟି ଆଗକୁ ବାଟ କଢାଇ ନେବ।ସମସ୍ତେ ଭଲ ପଢୁଥିଲେ।ବଡ ଭାଇମାନେ ନିଜ ପଢାସହ ଟିଉସନ ଆଦି କରି କିଛି ନିଜ ଖର୍ଚ୍ଚ ବାହାର କରୁଥିଲେ।ରଜନୀଙ୍କ ତଳ ଭାଇ ହିମାଂଶୁ ଟେଲର କାମ ଶିଖିଲେ।ସେ ଜଣେ ଆଇ ଟି ଆଇ ଛାତ୍ରଥିଲେ।ତା ସାଙ୍ଗରେ ସିଲେଇକାମ ବି କରୁଥିଲେ କିଛି ନିଜ ଖର୍ଚ୍ଚ ବାହାର କରିବାକୁ।ପରେ ତାଙ୍କର ଏ କାମ ଏତେ ଚଳିଲା ଯେ ସେ ଭଡାଘର ଛାଡି ନିଜ ପାଇଁ ଘରଟେ ବି କିଣି ସେଠି ଟେଲରିଂ ସେଣ୍ଟର ଖୋଲିଲେ।ଆଉ କେତେଜଣକୁ କାମଦେଲେ ସେଠି।

ରଜନୀଙ୍କ ସହ କୁନ୍ତୀଙ୍କ ବିବାହ ହେବାପରେ ହିମାଂଶୁର ବିବାହ କରିଦେବାକୁ ଭାବିଲେ। ଗୋଟିଏ ଗୋଟିଏ ଦାୟିତ୍ବ ସେ ଶୀଘ୍ର ସାରିବାକୁ ଚାହୁଁଥିଲେ।

ଭଲଝିଅଟିଏ ଦେଖି ତାଙ୍କର ବାହାଘର କରିଦେଲେ।କୁନ୍ତୀ ବିଭାଘରରେ ନିଜ ଆଡୁ ଆର୍ଥିକ ସାହାଯ୍ୟ କରିଥିଲେ।ବିବାହର ସବୁ କାମବି ପୂର୍ଣ ଦାୟିତ୍ବସହ ଉଠାଇ ଥିଲେ। ଭଲ ଘର ବନ୍ଧୁ ମିଳିଥିଲା।ବୋହୁ ଅନେକ ଯୌତୁକ ଜିନିଷ ନେଇ ଆସିଥିଲା ନିଜ ସହ।ଏବେ ଗାଆଁ ଘର ପୁରି ଉଠିଲା।ଦୁଇଜଣ ବୋହୁର ସାମାନରେ ଘରର ଅଭାବ ଦୂର ହେବାକୁ ଲାଗିଲା।

ଆଧୁନିକ ସୌକିନ ସାମାନର ସୁଖ ସୁବିଧା ସଭିଏଁ ଉଠାଇ ପାରିଲେ।ଦୁଇବର୍ଷପରେ ସୁଧାଂଶୁ ଙ୍କ ପାଇଁ ଅକସ୍ମାତ ଏକ ପାତ୍ରୀ ମିଳିଗଲା। ଏକ ଝିଅର ବିବାହ ଠିକ ହୋଇ ସାରିଥିଲା।ଠିକ ବିବାହ ବେଳକୁ କୌଣସି କାରଣରୁ ବିବାହ ଭାଙ୍ଗିଗଲା।ତାଙ୍କୁ ପୁଅଟେ ଶୀଘ୍ର ଖୋଜିବାର ଥିଲା ସେ ଝିଅ ପାଇଁ।କିଏ ଜଣେ ତାଙ୍କ ଘରେ ପିଲା ଅଛନ୍ତି ଜାଣି ପ୍ରସ୍ତାବ ନେଇ ଆସିଲା।ଜଣେ ଝିଅର ଇଜ୍ଜତ ବଞ୍ଚାଇବାକୁ ସୁଧାଂଶୁ ବିବାହରେ ରାଜି ହୋଇଗଲା। ଆଉ ଅତି ଶୀଘ୍ର ବିବାହ ହୋଇଗଲା।ଅରକ୍ଷିତକୁ ଦଇବ ସାହା ପରି ଏମିତି ଗୋଟେ ଗୋଟେ ସଂଯୋଗ ଘଟି ଚାଲିଥିଲା ଭଗବାନଙ୍କ ଦୟାରୁ।ଆଉ ସମସ୍ତଙ୍କ ବିବାହ ହେବାକୁ ଲାଗିଲା।

ସେମାନେ ବି ଭଲ ଧନୀ ଘରଥିଲେ।ଝିଅକୁ ଚଳିବା ମୁତାବକ ସବୁ ଜିନିଷ ଦେଇଥିଲେ।ସୁଧାଂଶୁ କିନ୍ତୁ କିଛି ଚାକିରି କରୁନ ଥିଲେ।ଏଲ୍ ଆଇ ସି ଏଜେଣ୍ଟ ଭାବରେ

 କାମକରୁଥିଲେ ଓ ନିଜ ଜମିର ଚାଷବାସ ସମ୍ଭାଳିବାକୁ ଲାଗିଲେ।ଅନ୍ୟ ଭାଇମାନେ ଯେହେତୁ କିଛି କିଛି ଚାକିରି କରୁଥିଲେ ସେମାନେ ଆଠଦଶବର୍ଷ ପାଇଁ ଜମିକୁ ସୁଧାଂଶୁକୁ ଛାଡିଦେଲେ।ଯାହା ଧାନ ଓ ଅନ୍ୟ ଶସ୍ୟ ଉତ୍ପାଦନ ହେଉଥିଲା ସେ ବିକ୍ରିକରି ନିଜର କିଛି ସଂଚୟ କରି ପାରିଲେ।ବିବାହ ହେବା ପରେ ବଡ ଦୁଇ ଭାଇ ନିଜ ଚାକିରି ଜାଗାରେ ପରିବାର ନେଇ ରହିଲେ।କେବେ କେମିତି ଗାଆଁକୁ ଆସୁଥିଲେ ଛୋଟ ଭାଇ ଦିବ୍ୟାଂଶୁ ଓ ନୀରୁପମା ବି କାମରେ ଲାଗି ଗଲେ।ଦିବ୍ୟାଂଶୁ ଫାର୍ମାସିଷ୍ଟ ପଢିଥିବାରୁ ଏକ ମେଡିସିନ ଏଜେଣ୍ଟ ଭାବରେ ଔଷଧ ବଣ୍ଟନ କାମ କରୁଥିଲେ।ଏଥିରେ ଭଲ ଲାଭ ହେଉଥିଲା।ଆଉ ସବା ଛୋଟ ଭଉଣୀ ନୀରୁ ଆର୍ ଆଇ ଚାକିରି ପାଇ ଯାଇଥିଲେ।

ଗାଁରେ କେବଳ ସୁଷମା ଓ ସୁଧାଂଶୁର ପରିବାର ରହୁଥିଲେ ଏବେ।ଯଦୁମଣି ରଜନୀଙ୍କ ପାଖେ ପ୍ରାୟ ରହୁଥିଲେ।ମଝି ମଝିରେ ନିଜ ସମ୍ପର୍କୀୟ ଘର ମାନଙ୍କୁ କିଛି କିଛି ଦିନ ଯାଇ ବି ରୁହନ୍ତି।ହେଲେ ସବୁ ଜାଗାରେ କେହି ତାଙ୍କ ପଥି ମୁତାବକ ଖାଦ୍ୟ ଯୋଗାଉ ନଥିଲେ ତେଣୁ ସେ କୁନ୍ତୀ ପାଖେ ହିଁ ପ୍ରାୟ ରହୁଥିଲେ।କୁନ୍ତୀ ତାଙ୍କ ଦେହକୁ ଦେଖି ଖାଦ୍ୟ ଦେଉଥିଲେ।ଡାକ୍ତର ପରିକ୍ଷା ଆଦି କରାଉ ଥିଲେ। ତାଙ୍କୁ ବାଧିବା ପରି କଡା କଥା କହୁନ ଥିଲେ ଯେତେ ଭୂଲ କଲେବି।

ସେ ଜଣେ ସହନଶିଳା ଓ ବିବେକୀ ଝିଅ ଥିଲେ।ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଭାବନା ରଖୁଥିଲେ ସେ।

ଉଚ୍ଚମନା ଝିଅ ଥିଲେ ସଂବେଦନଶୀଳ ହୃଦୟଟେ ଧରିଥିଲେସେ।ମନକଥା ବୁଝି ପାରୁଥିଲେ।ତାରତମ୍ୟ କରୁନ ଥିଲେ ବ୍ୟବହାରରେ।ନାତି ସହିତ ରହିବା ପାଇଁ ଯଦୁମଣିଙ୍କୁ ବି ଭଲ ଲାଗୁଥିଲା। ଏପରି ଭାବରେ ଦୁଇବର୍ଷ କଟିବା ପରେ ଜଣେ ସେବିକାର ପ୍ରସ୍ତାବ ଆସିଲା ଦିବ୍ୟାଂଶୁ ପାଇଁ।ସେ ଝିଅର ପ୍ରଥମ ବିବାହ ହୋଇସାରିଥିଲା।ବିବାହର ମାତ୍ର ଆଠଦିନ ଭିତରେ ସାପ କାମୁଡାରେ ସ୍ବାମୀର ମୃତ୍ୟୁ ହୋଇଗଲା।ଝିଅ ଘର ଧନୀ ଥିଲେ, ସେ ବି ଚାକିରି କରୁଥିଲା।ଏ ପ୍ରସ୍ତାବକୁ ହାତଛଡା କରିବାର ନଥିଲା।ଭାଗ୍ୟ ହେତୁ ଝିଅଟି ବିଧବା ହୋଇ ଯାଇଥିଲା।ବଡ ପଣରେ ଦିବ୍ୟାଂଶୁ ସେ ଝିଅକୁ ନିଃସଙ୍କୋଚ ଭାବେ ଆପଣାଇ ନେଲେ।ଶଶୁର ଘରୁ ଭଲ ଆର୍ଥିକ ସାହାଯ୍ୟ ବି ମିଳିଲା।କାରଣ ଝିଅର ବଡ ଭାଇ ଜଣେ ଇଞ୍ଜିନିୟର ଥିଲେ।ବାପା ଶିକ୍ଷକ ଥିଲେ।ଗୋଟିଏ ମାତ୍ର ବିଧବା ଝିଅର ଘର ବସିବା ଜାଣି ଭଲ ଯୌତୁକ ଦେଇଥିଲେ।କେତେଲକ୍ଷ ସାହାଯ୍ୟ ବି କରିଥିଲେ ସେ ଟଙ୍କାରେ ନିଜ ଟଙ୍କା ମିଶାଇ ସହରରେ ଘରଟେ ତିଆରିଲେ।ଫାଳେଘର ଭଡାରେ ଦେଇ ଫାଳେରେ ରହିଲେ।ତାଙ୍କ ବିବାହର ମାତ୍ର ଆଠ ଦିନ ପରେ ସୌଭାଗ୍ୟକୁ ନିରୁପମାର ବି ଏକ ପ୍ରସ୍ତାବ ଅକସ୍ମାତ ଆସିଲା। ଜଣେ ଓକିଲଯୁବକର ବାପା ଅସୁସ୍ଥ ହୋଇ ପଡିଲେ।ସେ ମରିବା ଆଗରୁ ବୋହୁ ଦେଖିବାକୁ କହିଲେ ।ତେଣୁ ସେମାନେ ନୀରୁକୁ ପସନ୍ଦ କରି ଶୀଘ୍ର ବୋହୁ କରିବାକୁ ପ୍ରସ୍ତାବ ଦେଲେ ।ଏମିତି ଭଗବାନ ଏକ ଏକ ଯୋଗାଡ ଲଗାଉଥିଲେ କାହାଣୀ ପରି।

ଆଠଦିନ ଆଗରୁ ଗୋଟିଏ ବିଭା କରିଥିଲେ।ଘରେ ଏତେ ସାଧ୍ୟ ନଥିଲା ବିବାହ ପାଇଁ।ମାମୁଁ ମାଉଷୀ ସଂପର୍କୀୟ ମାନେ କିଛି କିଛିଅର୍ଥ ସାହାଯ୍ୟକଲେ ।

ବାକି କୁନ୍ତୀ ଓ ରଜନୀ ଉଧାର ଜିନିଷ ଆଣି କାମଟି ଚଳାଇଦେଲେ।ବରଘରର ସହରରେ କୋଟି କୋଟି

ଟଙ୍କାର ଜମି ଥିଲା ।ନୀରୁର ଶଶୁର ଓ ବର ଓକିଲ ଥିବା ଦେଖି ବିବାହ ସାରିଦେଲେ।ଏବେ ସମସ୍ତଙ୍କ ଘର ବସି ଯାଇ ଥିଲା।କେବଳ ଅକେଲା ସୁଷମା ରହି ଯାଇଥିଲେ।

ସେ ଆଉ ବିବାହ କରିବିନି ବୋଲି ଭାବି ନେଇଥିଲା।ଏବେ ଦାୟିତ୍ବ ସରିବା ପରେ ସେ ଏକ ଆଶ୍ରମ ସ୍କୁଲରେ ଚାକିରି ପାଇଗଲା।ସେଠି ହଷ୍ଟେଲରେ ରହି ପାଠ ପଢାଇଲା। ଖାଦ୍ୟ ପେୟ ଆଶ୍ରମରୁ ମିଳି ଯାଉଥିଲା।ଦରମାକିଛି ସଂଚୟ କରି ପାରୁଥିଲା ନିଜ ଏକାଉଣ୍ଟରେ ।ଏବେ ମନ ମୁତାବକ ଟିକେ ଭଲ ଜୀବନ ବଞ୍ଚିବାକୁ ଲାଗିଲା।ଭଲ ଶାଢୀ ପ୍ରସାଧନ ଜିନିଷ ଆଦି କିଣିଲା।ଏତେଦିନ ଅନ୍ୟର ସେବାରେ ନିଜ ସୁଖକୁ ପଛ କରିଦେଇଥିଲା। ଯାହିତାହି ଶାଢୀ ଦୁଇଖଣ୍ଡରେ କଟୁଥିଲା ଦିନ।ସଭିଙ୍କୁ ଖାଇବାକୁ ଦେଇ ଯାହା ବଳୁଥିଲା ସେଥିରେ ତାର ଭୋଜନ ଚଳୁଥିଲା ।ଜୀବନର ସୁଖର ସ୍ବାଦ ଜାଣି ନଥିଲା।ଏବେ ଭଲରେ ସନ୍ତୋଷରେ ଟିକେ ରହିଲା।ଏବେ ତାଙ୍କର ଭାଗ୍ୟ ପରିବର୍ତ୍ତନ ଘଟିଥିଲା।

ଜଣେ ଡାକ୍ତରଙ୍କ ପ୍ରସ୍ତାବ ତାଙ୍କ ପାଇଁ ଆସିଲା।ତାଙ୍କର ପ୍ରଥମ ସ୍ତ୍ରୀ ମରି ଯାଇଥିଲା ଯୁବକ ପୁଅଟିଏ ଥିଲା।

ତଥାପି ଘର ସମ୍ଭାଳିବାକୁ ସେମାନେ ଝିଅଟେ ଖୋଜୁଥିଲେ।ସୁଷମାଙ୍କ ସୁଚରିତ୍ର ଓ ଦାୟିତ୍ବ ବୋଧ ବିଷୟରେ ସେମାନେ ଶୁଣି ପ୍ରସ୍ତାବ ନେଇ ଆସିଥିଲେ ବୋହୁ କରିବେ ବୋଲି।

ସମସ୍ତଙ୍କ ବୁଝାଇବା ପରେ ସୁଷମା ବିବାହରେ ରାଜି ହୋଇଗଲେ।ଡାକ୍ତରମାମୁଁ ତାଙ୍କ ବିବାହରେ ହଳେ ସୁନା କାନଫୁଲ ଉପହାର ଦେଇଥିଲେ।କାରଣ ବିବାହ ସାଧାରଣ ଭାବରେ ମନୁ ଆଶ୍ରମରେ ହେଉଥିଲା ଆର୍ଯ୍ୟପଦ୍ଧତିରେ।ପୁଅ ଘରେ କିଛି ଜିନିଷ ମାଗୁନଥିଲେ।ସେମାନେ ଜାଣି ଥିଲେ ଏମାନଙ୍କ ଅବସ୍ତା ଭଲ ନୁହେଁ ବୋଲି।ଆଗରୁ ସାତଟା ବିବାହ କରି ପାଖରେ ଥିବା ସବୁ ସଂଚୟ ସରି ଯାଇଥିଲା। ଯାହାବି ହେଉ ଭଗବାନଙ୍କ କୃପାରୁ ଏ ବିବାହ ବି ସୁରୁଖୁରୁରେ ହୋଇଗଲା।ସେ ପୁଅଟି ନିଜ ମାଆ ପରି ସୁଷମାକୁ ଆପଣାଇ ନେଲା।ସେମାନେ ପତିପତ୍ନୀ ଆଉ ପିଲା ନ କରିବାକୁ ସଂକଳ୍ପ ନେଲେ।ସେହି ପିଲାକୁ ହିଁ ଆଶ୍ରାକରି ସୁଷମା ନିଜ ଜୀବନର ନଉକା କୁ ଛାଡିଦେଲେ ଭଗବାନଙ୍କ ଆଶ୍ରାରେ।ଯା ହଉ ଏବେ ତାଙ୍କ ଜୀବନ ସୁଖରେ କଟିଲା ।ପୁଅକୁ ବିବାହ କରି

ନାତି ନାତୁଣୀ ଦେଖିଲେ।ପତିପତ୍ନୀବି ଖୁସୀରେ ରହିଲେ ତା ସହ ସୁଷମା ଚାକିରି କୁ ବି ବଜାୟ ରଖିଲେ।

 ଏବେ ସଭିଏଁ ପରିବାର ସାରା ପୂର୍ବ ଅପେକ୍ଷା ଭଲରେ ରହିଲେ।ସବୁ ଭାଇ ମାନଙ୍କର ଗୋଟିଏ ଗୋଟିଏ ସନ୍ତାନ ହେଲେ।ସନ୍ତାନ ମାନେବି ଏକାଠି ହେଲେ ମିଶି ବହୁତ ମଜା କରନ୍ତି।ସୁଧାଂଶୁ ଗାଆଁରେ ଏବେ ରାସନ ଦୋକାନ ଟିଏ କରି ଭଲରେ ଚଳୁଛନ୍ତି।ତାଙ୍କର ଗୋଟିଏ ମାତ୍ର ଝିଅ ସେ ନବୋଦୟରେ ପଢୁଛି।ହଷ୍ଟେଲରେ ରହେ।ଭଲ ପଢୁଥିବାରୁ ସ୍କୁଲ ତରଫରୁୁ ସବୁ ପଢାଖର୍ଚ୍ଚ ଡ୍ରେସ ଆଦି ମାଗଣା ମିଳୁଛି।ହିମାଂଶୁ ର ପୁଅଟିଏ ସେ ଇଞ୍ଜିନିୟର ହେଇଛି।ଦିବ୍ୟାଂଶୁଙ୍କ ଝିଅଟେ ଅଛି ସେ ବି ଭଲ ପଢୁଛି।ନିରୁର ପୁଅଟିଏ ତାଙ୍କ ପରିବାର ବି ସୁଖରେ ଅଛନ୍ତି।ସବୁଠୁ ବଡ କଲ୍ୟାଣୀ ଙ୍କ ଦୁଇଟି ଝିଅ ସେମାନେ ଜଣେ ଇଞ୍ଜିନିୟର ଓ ଜଣେ ଶିକ୍ଷକତା କରୁଛନ୍ତି।ଅନେକ ସଂଘର୍ଷ ପରେ ଏବେ ରଜନୀର ପରିବାର ଟିକେ ସନ୍ତୋଷରେ ରହୁଥିଲେ।ଯଦିଓ ବାପାଙ୍କର ଏ ଭିତରେ ମୃତ୍ୟୁ ହୋଇ ସାରିଥିଲା ତଥାପି  ସଭିଏଁ ନିଜ ପାରିବାରିକ ଜୀବନରେ ଖୁସୀ ରହୁଥିଲେ।ହେଲେ ଏବେ ଏ ଯୁଦ୍ଧ ଆସିବା ପରେ ତାଙ୍କ ଘରର ଶାନ୍ତି ସନ୍ତୋଷ ହଜି ଯାଇଛି।ନିଜ ଏକମାତ୍ର ପିଲା ଯୁଦ୍ଧର ଭୟଙ୍କର ପରିସ୍ଥିତି ଭିତରେ ଫସି ରହି ଯାଇଛି।ଆଉ ସେ ଅନେକ ଦୁର୍ଭାବନା ଭିତରେ ସମୟ କାଟୁଛନ୍ତି।କେବଳ ଭଗବାନଙ୍କୁ ଭରସା କରି ପୁତ୍ରର ଫେରିବା ପଥକୁ ଅନେଇ ବସିଛନ୍ତି।

କ୍ରମଶଃ



Rate this content
Log in

Similar oriya story from Inspirational