Rasmi Rekha Tripathy

Abstract Others

3  

Rasmi Rekha Tripathy

Abstract Others

ଯଶୋଦା

ଯଶୋଦା

1 min
7.4K


ମୋତେ ବାରମ୍ବାର ଚେତାଇ ଦେବା ଆବଶ୍ୟକ ନାହିଁ ଯେ ମୁଁ ତୁମର କେହି ନୁହେଁ l ମୁଁ ବି ଜାଣିଛି ସେ କଥା l ମୁର୍ଖ l ଏତିକି ଜାଣିନା ? ଭଗବାନ୍ ଗୋଟିଏ ଝିଅ ଠାରେ ମାଆର ସତ୍ତାକୁ ଭରି ହିଁ ସଂସାରକୁ ଛାଡିଥାନ୍ତି l ସେଥିପାଇଁ ସେ କେତେବେଳେ କଣ୍ଢେଇକୁ ନିଜର ଛୁଆ ବୋଲି ଭାବି ବସେ ତ କେତେବେଳେ ..... ଛାଡ ....... ଏ ସବୁ ତୁମ ମୁଣ୍ଡରେ କେବେ ହେଲେ ପଶିବନି l ତୁମେ ମୋତେ ପଚାରିଥିଲ ନା ମୁଁ ତୁମର ଝିଅ ହେବାକୁ ପସନ୍ଦ କରିବି ନା ମାଆ ହେବାକୁ ? ଝିଅ ତ ମୁଁ ମୋ ମମ୍ମି ପାପାଙ୍କର ହେଇ ସାରିଛି l ତେଣୁ ତୁମେ ମୋର ପୁଅ ହିଁ ହୋଇଯାଅ l ମୁଁ ଜାଣିଛି ତୁମେ ମୋ ଠାରୁ ବୟସରେ ବଡ l ମୁଁ ଜାଣିଛି ତୁମେ ତୁମ ମାଆଙ୍କୁ ବହୁତ ଭଲ ପାଅ l ତଥାପି ବି ମୁଁ କହିବି, ମୁଁ ତୁମର ଯଶୋଦା ମାଆ ଓ ତୁମେ ମୋର କୃଷ୍ଣ କହ୍ନେଇ l ଏହି ସମ୍ପର୍କକୁ କେହି ବି ଅସ୍ୱୀକାର କରି ପାରିବ ନାହିଁ l ଆଜି ତୁମର ଜନ୍ମଦିନ l ଆଜି ଆଉ କଣ ମାଗିବି ତୁମ ପାଇଁ l ଠାକୁରଙ୍କୁ କହିବି ମୋର ବଳକା ଆୟୁଷ ତୁମକୁ ଦେଇ ଦିଅନ୍ତୁ l

କାହା ଉଦ୍ଦେଶ୍ୟରେ ଏହା ଲେଖା ଯାଇଛି, କିଏ ଏହାକୁ ଲେଖିଛି ଜାଣିବାର ଉପାୟ ନ ଥିଲା l କବାଡିବାଲା ପାଖକୁ ଯାଇଥିଲି ପୁରୁଣା ପେପର୍ ସବୁ ଦେଇ ଆସିବା ପାଇଁ l ତା ପାଖରେ ପଡିଥିବା ଗୋଟିଏ ରଫ୍ ଖାତାକୁ ଅନ୍ୟମନସ୍କ ଭାବେ ଓଲଟେଇବା ବେଳେ ଏହି ପୃଷ୍ଠାଟି ପଡିଗଲା ଆଖିରେ l ସେହି ମାଆର ଭାବନାକୁ ସମ୍ମାନ ଓ ସେହି ପୁଅକୁ ମୋର ଅନୁରୋଧ (ଯଦି ସିଏ ଏହାକୁ ପଢିବାର ସୁଯୋଗ ପାଏ ତ) ଥରଟିଏ ସେହି ଯଶୋଦାଟିକୁ ମାଆ ଡାକ ଶୁଣେଇଦେବ l


Rate this content
Log in

Similar oriya story from Abstract