Satyabati Swain

Tragedy

2  

Satyabati Swain

Tragedy

ଯେଉଁ ଫୁଲ ଅଧିକ ବାସେ

ଯେଉଁ ଫୁଲ ଅଧିକ ବାସେ

3 mins
369



ଯେଉଁ ଫୁଲ ଅଧିକ ବାସେ ତା ନାଁ ବଣ ମଲ୍ଲୀ । ତାକୁ କେହି ପ୍ରାୟତଃ ଦେଖି ନଥାନ୍ତି, ଚିହ୍ନି ନଥାନ୍ତି କିନ୍ତୁ ତା ବାସ୍ନା ଚାଲିଯାଉଥିବା ଲୋକ ନାକରେ ବାଜିଲେ ସେ କହି ପକାଏ "ଆଃ କି ବାସ୍ନା ! ଏଇଠି କେଉଁଠି ଫୁଟିଛି ଫୁଲଟି ।


       କେବଳ ନାଁ ଦେଇ ବିନା ପଦବୀରେ ଲେଖାଟିଏ ପଠାଇଲି ଗୋଟିଏ ନାଁ କରା ପତ୍ରିକାକୁ । ସେ ଲେଖାଟି ପ୍ରକାଶ ପାଇଲା ନାହିଁ । ଦ୍ୱିତୀୟ ବାର ନାଁ ସହ ପଦବୀ ଲେଖି ଲେଖାଟିଏ ପଠାଇଲେ ଆଶ୍ଚର୍ଯ୍ୟ ଲେଖାଟି ପ୍ରଥମେ ଛପା ଯାଇଥିଲା ସେ ପତ୍ରିକାଟିରେ । ତେବେ ଲେଖାଟା ସେ ଜଣେ ବଡ଼ ଅଧିକାରୀ ବୋଲି ଲେଖା ଛପା ଗଲା ସେ ନିଶ୍ଚିନ୍ତ ହେଲେ । କାରଣ ସେ ପ୍ରଥମ ବାର ପ୍ରକୃତ ଅତି ଉଚ୍ଚ କୋଟିର ଲେଖାଟିଏ ପଠାଇଥିଲେ  । ସେଥର ସମ୍ପାଦକ ମଣ୍ଡଳୀ ଦୃଷ୍ଟି ଆକର୍ଷଣ କଲା ନାହିଁ । ପଡିଥିବ କେଉଁ ଡଷ୍ଟବିନ୍ ରେ । ଦ୍ଵିତୀୟ ବାର ପ୍ରଥମ ଠାରୁ ନିଶ୍ଚିନ୍ତ ନିୟୁନ ମାନର ପରଖିବା ପାଇଁ ପଠାଇଥିଲେ ଲେଖାଟି  । କିନ୍ତୁ ଯୋଡି ଦେଇଥିଲେ ତାଙ୍କ ପଦବୀଟି । ଏଣୁ ତାଙ୍କ ଲେଖାଟି ପ୍ରଥମ ସ୍ଥାନ ଅଧିକାର କଲା ।


      ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବାକୁ ଯେଉଁ ଫାଇଲ ଯାଏ କିବା ଯେଉଁ ବହି ଡିଜିଟାଲ ହେବାକୁ ଆବଶ୍ୟକ ପଡେ;ଅଣ ଓଡ଼ିଆ ଅଫିସରଙ୍କ ପାଖକୁ ଫାଇଲ ଗଲେ ସେ ତାଙ୍କ ଓଡ଼ିଆ ପି ଏ ସହ ପରାମର୍ଶ କରି ସାଙ୍ଗେ ସାଙ୍ଗେ ଦସ୍ତଖତ କରିଦିଅନ୍ତି । ମାତ୍ର ଯଦି ଆମ ଓଡ଼ିଆ ଅଫିସର୍ ପାଖକୁ ଯାଏ ସେ ଅନେକ ଯୁକ୍ତି ବାଢ଼ନ୍ତି । କାହିଁକି ଇଂରାଜୀରେ ଲେଖିନ,ଓଡ଼ିଆ ହେଲେ କଣ ଅଧିକଟା ହୋଇଯିବ ଏମିତି ଅନେକ ଅବାନ୍ତର କଥା କହି ଫାଇଲ ପକେଇ ରଖନ୍ତି ।

 

   ଥରେ ସାହିତ୍ୟ ଏକାଡେମୀକୁ ସେ ଯାଇଥିଲେ । ସେଠି ଦେଖିଲେ କେବଳ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସମାବେଶ । ସାହିତ୍ୟ ଶୁଣି ବୁଝିବା ଲୋକଙ୍କୁ ସେଠିକୁ ନିମନ୍ତ୍ରଣ କରାଯାଇନଥିଲା । ସେ ପଚାରିଲେ ସାହିତ୍ୟ ପ୍ରେମୀ କାହାନ୍ତି ? କେବଳ ତ ଲେଖିବା ମଣିଷ ଏଠି । ପାଠକ କାହାନ୍ତି?


   ଏବେ ପୁସ୍ତକ ଉନ୍ମୋଚନ ଗୋଟେ ବାଧ୍ୟ ମାନସିକତା ହୋଇଗଲାଣି । ଯଦି ଏବେ ପ୍ରାଚୀନ ପ୍ରସିଦ୍ଧି ପ୍ରାପ୍ତ କବି ମାନେ ଜନ୍ମ ନେଇଥାନ୍ତେ ବୋଧେ ସେମାନେ ବିଶିଷ୍ଟ କବି ଉପାଧିରେ ଭୂଷିତ ହୋଇନଥାନ୍ତେ । କାରଣ ସେମାନେ ବହି ଉନ୍ମୋଚନ ପରମ୍ପରା ଜାଣିନଥିଲେ ।


   ଉପରୋକ୍ତ କଥାଗୁଡିକ ଆଜି ଗୋଟିଏ ସାହିତ୍ୟ ଆସରରେ ଜଣେ ବଡ ପାହ୍ୟା ପ୍ରଶାସକ ଯେ କି ଜଣେ ଭଲ ସାହିତ୍ୟିକ କିନ୍ତୁ ଅଜଣା ସେ  । ତାଙ୍କ ଲେଖା ଆଉ ଜଣେ ନିଜ ନାଁ ରେ ଲେଖି ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ଅଥଚ ଆମ ଓଡ଼ିଆ ସାହିତ୍ୟ ଜାଣି ନାହିଁ ଏପରି ଜଣେ ମହାନ ବ୍ୟକ୍ତିଙ୍କୁ । ଏଗାର ଖଣ୍ଡ ଗପ,ଚାରିଖଣ୍ଡ ଉପନ୍ୟାସ,ପଶ୍ଚିମ ଓଡିଶା ବିଷୟରେ ଦୁଇ ଖଣ୍ଡ ପୁସ୍ତକର ରଚୟିତା ସେ । ଅଥଚ ଜାଣିନୁ ଆମେ ତାଙ୍କୁ ଚିହ୍ନିନି ଆମ ସାହିତ୍ୟ ସେ ପରି ଜଣେ ଅମାୟିକ ବ୍ୟକ୍ତିତ୍ୱକୁ !


    ଏଇଥିରୁ ଅନୁମେୟ ହୁଏ ଆମ ସାହିତ୍ୟ ଓ ସାହିତ୍ୟିକର ଭବିଷ୍ୟ  ।  ମୋ ଗାଳ୍ପୀଙ୍କ ମନ ଓ କଲମ ଠୋ କରି ଭାଙ୍ଗି ଟୁକୁରା ଟୁକୁରା ହୋଇଗଲା ସେଇ ମହାନ ହସ୍ତୀଙ୍କ ବକ୍ତବ୍ୟ ଶୁଣି ।  ମୋତେ ଲାଗିଲା ଏ ଘୋଡା ରେସ୍ ରେ ମୁଁ ପାରିବି ନାଇଁରେ ବାବା । ଭଲ ବଣ ମଲ୍ଲୀ ହେବା । କଲମ ତୁ ଲେଖେ କିନ୍ତୁ ଭରସା ରଖେନା । ତୁ ଯେ ଲେଖକ ତାଲିକା ଅନ୍ତର୍ଭୁକ୍ତ ହେବୁ ତା ବି ଭାବେନା । ଏଠି ଘୋଡା ରେସ୍ ।  ମୋ ସାହିତ୍ୟର ଆଗକାଳର ମହାନ ଲେଖକ କବି ଯଦି ଜନ୍ମ ନେଇଥାନ୍ତେ ତାଙ୍କ କଥା କଣ ହୋଇଥାନ୍ତା ! ପଚାରିଲି ମନକୁ । ମନ କହିଲା ଅଣ୍ଟିରେ ନାଇଁ ଧନ ପୁଅ ବାହା କରି ମନ । ଯା ଯା ମନ ହେଉଛି ଯଦି ଖେ । ତୋତେ କିଏ ବାଧ୍ୟ କରୁଛି କି । ପୁଳା ପୁଳା ଲେଖକ ଲେଖିକା ପା ଏଠି । ତୋତେ କିଏ ପଚାରେ ବା । କୋଉ ଗାଈର ଗୋବର କି ତୁ ! ନିଜେ ଲେଖେ ନିଜେ ପଢ଼ । କିଛି ଆଶା ରଖନା । ତୋତେ କେହି ଡାକି ମାନପତ୍ର ଦେବେନି । ଯଦି ପାରିବୁ କିଣିବୁ । ମୋ ମନ କହିଲା "ମୁଁ ଜାଣେ ତୁ ଜମା କିଣିବୁଣି ମାନପତ୍ର କି କାହାର କୁଞ୍ଚ ସୁନ୍ଦର ଲାଞ୍ଜ ସୁନ୍ଦର ତୋଷାମୋଦି କରି ପାରିବୁନି । ତୋ ସ୍ୱାଭିମାନ ତୋତେ ସ୍ୱୀକୃତି ଦେବିନି । ଯା ସେମିତି ବଣ ମଲ୍ଲୀ ହୋଇ ରହିଯାଆ" । 


Rate this content
Log in

Similar oriya story from Tragedy