Lalita Mohan Mishra

Inspirational

4  

Lalita Mohan Mishra

Inspirational

ଯେ ପାଞ୍ଚେ ପରମନ୍ଦ ତା ମନ୍ଦ

ଯେ ପାଞ୍ଚେ ପରମନ୍ଦ ତା ମନ୍ଦ

2 mins
321


ଯେ ପରର ଅମଙ୍ଗଳ ପାଇଁ ପ୍ରାର୍ଥନା କରେ । ଶେଷରେ ତାର ନିଜର ହିଁ ସେ ଅମଙ୍ଗଳ ହୋଇଥାଏ । ବ୍ୟକ୍ତି ଯଦି ଅନ୍ୟକୁ କଷ୍ଟ ବା ଯନ୍ତ୍ରଣା ଦେଇଥାଏ ତେବେ ତାର ପରିଣାମ, ତାକୁ ହିଁ ଭୋଗିବାକୁ ପଡିଥାଏ । ଏହାର ପରିଣାମ କିପରି ହୋଇଥାଏ ଓ କେଉଁ କାରଣରୁ ହୋଇଥାଏ ସେହି ବିଷୟରେ କହୁଛି - ଜଣେ ସନ୍ଥ ଭିକ୍ଷା କରିବା ପାଇଁ ଏକ ଗ୍ରାମ କୁ ଯାଇଥିଲେ । ବାଟରେ ସେହି ସମୟରେ ବର୍ଷା ଆରମ୍ଭ ହେଲା । ତଥାପି ସନ୍ଥ ଜଣକ ଭିକ୍ଷା କରିବା ପାଇଁ ଆଗେଇଲେ । ଏହା ପରେ ସନ୍ଥ ଦେଖିବାକୁ ପାଇଲେ ବର୍ଷା ଜଳରେ ରାସ୍ତାରେ ନଦୀର ଭ୍ରମ ସୃଷ୍ଟି କରୁଛି । ସନ୍ଥ ମହାତ୍ମା ବର୍ଷା ଜଳକୁ ଉପଭୋଗ କରି ଆଗକୁ ବଢିବାରେ ଲାଗିଲେ । ସେ ମନେ ମନେ ଚିନ୍ତା କରୁଥାନ୍ତି “ହେ ପ୍ରକୃତି ରାଣୀ ତୁମେ କେତେ ସୁନ୍ଦର, ବର୍ଷ ଜଳରେ ପ୍ରକୃତିକୁ ଭରି ଦେଇଛ" । କଥାରେ ଅଛି-" ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ" । ସନ୍ଥ ଜଣକ ରାସ୍ତାରେ ବର୍ଷା ପାଣିକୁ ଗୋଡରେ ମାରି ମାରି ଆନନ୍ଦରେ ଚାଲିଲେ । ସେ ଏମିତି ଯାଉଥିବା ସମୟରେ ଦୁଇ ଦମ୍ପତି ସେ ମାର୍ଗରେ ଆସୁଥିଲେ । ହଠାତ ସନ୍ଥଙ୍କ ଗୋଡର ପାଣି, ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀ ଉପରେ ପଡିଗଲା । ତାଙ୍କର ସ୍ଵାମୀ ସନ୍ଥ ମହାତ୍ମାଙ୍କୁ ଗାଳି ଗୁଲଜ କଲେ । ଏବଂ କ୍ରୋଧରେ ସନ୍ଥଙ୍କ ଉପରକୁ ହାତ ଉଠାଇଦେଲେ । ସ୍ତ୍ରୀର ପ୍ରତିବାଦ ସତ୍ତ୍ବେ ସ୍ବାମୀ କିଛି ହେଲେ ଶୁଣିଲେ ନାହିଁ । ଏହା ପରେ ସନ୍ଥ ମହାତ୍ମା ଦୁଇ ଜଣକୁ ହାତ ଯୋଡି କ୍ଷମା ଯାଚନ କରିଥିଲେ । ଦୁଇ ଦମ୍ପତି ନିଜ ଘରକୁ ଯିବା ପରେ ଅଚାନକ ସ୍ଵାମୀ ତଳେ ପଡିଯାଇ ତାଙ୍କର ମୁଣ୍ଡ ଫାଟି ରକ୍ତ ଝରିବାରେ ଲାଗିଲା । ଏହା ପରେ ସ୍ତ୍ରୀ ସମସ୍ତଙ୍କୁ ଡାକିଲେ । ଉପସ୍ଥିତ ଲୋକ ମାନେ ପଚାରି ଥିଲେ , ଏମିତି କେମିତି ହେଲା ? ଉତ୍ତରରେ ସ୍ତ୍ରୀ ଜଣକ କହିଥିଲେ ବାଟରେ ଆସିବା ସମୟରେ ସନ୍ଥଙ୍କର ଗୋଡର ପାଣି ଆମ ଉପରକୁ ପଡିଥିଲା। ଏ ତାଙ୍କର ଉପରକୁ ହାତ ଉଠାଇ ଦେଲେ । ସେ ଆମକୁ ଅଭିଶାପ ଦେଲେ ଯାହା ଫଳରେ ଏପରି ଅବସ୍ଥା ହୋଇଗଲା । ଲୋକ ମାନେ ଏହା ଶୁଣି ତୁରନ୍ତ ସନ୍ଥଙ୍କ ପାଖକୁ ଯାଇ ପଚାରିଥିଲେ । ସନ୍ଥ ଜଣକ ନିଜ ଉତ୍ତରରେ କହିଥିଲେ ଯେ ମୋ ଗୋଡର ପାଣି ତାଙ୍କ ସ୍ତ୍ରୀ ଙ୍କ ଉପରେ ପଡିବା ଯୋଗୁ ମୁଁ କ୍ଷମା ମାଗିଥିଲି । କିନ୍ତୁ ତାଙ୍କ ସ୍ଵାମୀ ମୋ ଉପରକୁ ହାତ ଉଠାଇଥିଲେ । ଏହା ଦ୍ବାରା ଭଗବାନଙ୍କୁ କଷ୍ଟ ହେଲା ଯାହା ଫଳରେ ମୁଁ ଅଭିଶାପ ଦେଲି । ସନ୍ଥ କହିଲେ ଯଦି ଆମେ ଅନ୍ୟ କୌଣସି ବ୍ୟକ୍ତିକୁ କିମ୍ବା ପଶୁପକ୍ଷୀକୁ କାୟ ମନ ବାକ୍ଯରେ କଷ୍ଟ ଦେବା। ତାହାର ପରିଣାମ ଆମକୁ ହିଁ ଭୋଗିବାକୁ ପଡିବ । କଥାରେ ଅଛି “ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ” । ଆମେ ଅନ୍ୟର ଭଲ କଲେ ଆମର ଭଲ ହେବ । ଆମେ ଯଦି ଅନ୍ୟର କ୍ଷତି କରିବା ଆମର କ୍ଷତି ହେବ ।



Rate this content
Log in

Similar oriya story from Inspirational