ଯାନ୍ତ୍ରିକ ଜୀବନ
ଯାନ୍ତ୍ରିକ ଜୀବନ
ମଣିଷ ଆଜି ଯନ୍ତ୍ରର ଦାସ ପାଲଟି ଯାଇଛି।ସବୁ କାମରେ ଯନ୍ତ୍ର ଉପରେ ନିର୍ଭରଶୀଳ।ନିଜ ହାତଗୋଡ ହଲାଇ ଯାହାକିଛି ଶାରିରିକ ପରିଶ୍ରମ କରୁଥିଲା ସବୁ ଛାଡିଦେଲାଣି।ସେଥିପାଇଁ ସେ ଅନେକ ରୋଗକୁ ବି ନିଜ ଶରୀରକୁ ନିମନ୍ତ୍ରଣ ଦେଉଛି।ଆଜି ପ୍ରତିମଣିଷ କିଛିନା କିଛିରୋଗର ଶିକାର।ମଧୁମେହ କୋଲେଷ୍ଟ୍ରଲ ଡିପ୍ରେସନ୍ ଥାଏରଡ ଆହୁରିକେତେ ରୋଗରେ ପୀଡିତ ଆଜିରମଣିଷ।ସବୁବେଳେ ଘରେ ବସି ରହୁଛି କମ୍ପ୍ୟୁଟର ବା ମୋବାଇଲ ସାଙ୍ଗରେ ।ଏସି ରୁମ୍ରେ ବସି ରହୁଛି।ଦେହରେ ଖରାଟିକେ ବାଜୁନି ତେଣୁ ଚର୍ମ ଜନିତ ରୋଗ ର ଶିକାର ହେଉଛି।
ଯେତେବେଳେ ହାତରେ ଏସବୁ କାମ ହେଉଥିଲା ମଣିଷ ନିରୋଗ ରହୁଥିଲା।ଦେହରୁ ଅଦରକାରି ଜିନିଷ ସ୍ବେଦ ଦେଇ ବାହାରି ଯାଉଥିଲା।
ହେଲେ ଏବେତ କାମ ନାଇଁକି ସ୍ବେଦ ନାହିଁ।କର୍ମକାତର ପାଲଟି ଯାଇଛି ମଣିଷ।ଶିଶୁରୁ ବୃଦ୍ଧଯାଏ ସଭିଏଁ ମୋବାଇଲର ଦାସ। ସବୁକାମ ସେଇମୋବାଇଲ୍ ବା ଲ୍ୟାପଟପ୍ ଦ୍ବାରା ସମ୍ଭବ ହେଉଛି।ରୋଷେଇଠୁ ବିଜ୍ଞାନ ଯାଏ ସବୁପାଇଁ ଏ ମୋବାଇଲର ସହାୟତା ଲୋଡା ପଡୁଛି।ବେଙ୍କ କାମଠୁ ବିଲ୍ ଦେବାଯାଏ ସବୁ ଏ ଯନ୍ତ୍ରକଲା।ଖାଇବା ଜିନିଷ ଅର୍ଡର କରିବାକୁ ହେଲେ ଏହାର ଆବଶ୍ୟକତା ପଡୁଛି।ପାଠପଢା ଅଫିସକାମ କବିତା ଆସର ସବୁ ମିଟିଙ୍ଗ ଏଇ ମୋବାଇଲ ଦ୍ବାରା ଘରେ ବସି ସମ୍ଭବ ହେଇ ଯାଉଛି।ଅନଲାଇନ ରହି ସେବା ବି ଯୋଗାଇ ହେଉଛି।ତାସହ ଆହୁରି ଅନେକ ଯନ୍ତ୍ର ଆମ ରୋଷେଇକାମ ,ଚାଷକାମର ଧାନବୁଣା ଧାନକଟା ,ହଳକରା ପାଇଁବି ସାହାଯ୍ୟ କରୁଛି।ଯାତୟତପାଇଁଗାଡି ଉଡାଜାହାଜ ସେବାପାଇଁ ଅନେକ
ଯନ୍ତ୍ରଆସି ସବୁ କାମକୁ ସହଜ କରିଦେଇଛି।
ଯନ୍ତ୍ର ମଣିଷକୁ ଯେତିକି ଉନ୍ଳତି ପଥରେ ଆଗେଇନେଇଛି ସେତିକି ମାନବିକତାଠୁ ଦୂରେଇ ବି ଦେଉଛି।ଆଜି ଯାନ୍ତ୍ରିକ ମଣିଷ ପାଖରେ ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ସମୟ ନାହିଁ।ସମସ୍ତେ ନିଜନିଜ ମୋବାଇଲଧରି ବ୍ୟସ୍ତ।କାହାର ମାନସିକ ଅବସ୍ଥାକୁ ଅନ୍ୟଜଣେ ନିଘା ଦେଉନାହିଁ।ବୃଦ୍ଧ ବୃଦ୍ଧାମାନେ ଜରାଶ୍ରମକୁ ସ୍ଥାନାନ୍ତର ହେବାକୁ ଲାଗିଛନ୍ତି।ମାନବିକତା ଗୁଣ ସ୍ନେହ ପ୍ରେମ ଭଲ ପାଇବା ସାହାଯୋଗୀ ମନୋବୃତ୍ତିି ଧିରେ କମିବାରେ ଲାଗିଛି ମଣିଷ ମନରୁ।ମଣିଷ ର ଭାବନା ଆବେଗ ଗୁଡାକ ଯନ୍ତ୍ରସହ ରହି ଯନ୍ତ୍ରପରି ନିର୍ଜିବ ପାଲଟି ଯାଉଛି।ସେଥିପ୍ରତି ଧ୍ୟାନଦେବାକୁ ହେବ ଆମକୁ।ନହେଲେ ମଣିଷ ବି ଦିନେ ପୂରା ଯନ୍ତ୍ର ପାଲଟିଯିବ। ମାଳତୀ ଏବେ ଚାକିରି ପରେ ଘରେରହୁଛି|ଚାକିରି ସମୟରେ ଏସି ପାଖରେ ବସିବସି ମୋଟାପା ବୃଦ୍ଧି ହୋଇ ଯାଇଛି|ବସିଲେ ଉଠିବା ବଡକଷ୍ଟ ତା ପାଇଁ |ଅନେକ ରୋଗର ଘର ଏବେ ତା ଶରୀର |ଡାଏବେଟିସ, ଉଚ୍ଚ ରକ୍ତଚାପ ଅଣ୍ଟା ଗଣ୍ଠି ଦରଜ ର ସମସ୍ୟା ହେଉଛି|
ଡାକ୍ତର କହୁଛନ୍ତ ବସି ରହିବା ଫଳରେ ଏସବୁ ରୋଗ ହୁଏ |ଯାହାକୁ ଦିନେ ସେ ସୁଖର ଜୀବନ ଭାବୁଥିଲେ ସେଇଟା ଏବେ ତାଙ୍କପାଇଁ କାଳ ସାଜିଛି|ଏବେ ବଡ ଅନୁତାପ କରୁଛନ୍ତି କାହଁକି କରମକୋଢି ହେଲେ ବୋଲି।