Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Om Abhigyan Sahoo

Romance

4.0  

Om Abhigyan Sahoo

Romance

WRONG NUMBER

WRONG NUMBER

3 mins
201


 

ଆଜି valentine day ସକାଳୁ ଚଇନି ଚିକଣ ହୋଇ ଘରୁ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ । "ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ ଆସିଲା ବେଳେ ନେଇକି ଆସିବ ।" ଗୋଟେ ଶୁଭ କାମରେ ମଣିଷ ବହାରିଥିଲା ଯେ ପଛରୁ ଡାକି ସବୁ ବେଙ୍ଗା କରିଦେଲା । ଯାହାକୁହ ଘରଣୀ ମାନଙ୍କ ଦୌଡ଼ ଘର ଦୁଆରମୁହଁକୁ । ଆଜି ଭଳି ଦିନରେ କେତେ ସରାଗରେ ମଣିଷ ଘରୁ ବାହାରୁଛି କହିଲେ କଣ ନା ବ୍ରେଡ଼ ନେଇକି ଆସିବ । 

ଆଗ ଛକ ପାଖରେ ଛିଡା ହୋଇଛି ଏତିକି ବେଳେ ଏକ ଅଜଣା ଫୋନରୁ କଲ ଆସିଲା ।

---"ହ୍ୟାଲୋ ଆପଣ ଯାହାକୁ ଅପେକ୍ଷା କରିଛନ୍ତି ସେ ଆଜି ଆସିବେନି । ସେ ବହୁତ ଖରାପ ପିଲା । ତୁମେ ଫସିଯିବ । ଜମାରୁ ତା ସହ ସମ୍ପର୍କ ରଖନି ।"

--- ହ୍ୟାଲୋ ତୁମେ କିଏ କହୁଛ?

--- ମୁଁ ତା ସାଂଗ । ଆପଣ ଭଲ ଲୋକ । କିଛି ଜାଣିନାହାଁନ୍ତି । ତେଣୁ ଭାବିଲି ସବୁ କଥା ଆପଣଙ୍କୁ ଜଣେଇ ଦେବି ।

--- ନା ନା ସେ ବହୁତ ଭଲ । ମୋ ସହ ତ ସବୁବେଳେ ଭଲ କଥା ହୁଏ । କେମିତି ମାନିବି ସେ ଖରାପ । ମୁଁ ତାକୁ ବହୁତ ଭଲ ପାଏ ।

-- ଆଛା ଏମିତି କଥା ତାହା ହେଲେ । ମୁଁ ବେବିନା ,ତୁମ ସ୍ତ୍ରୀ । ଅନେକ ଦିନ ହେଲାଣି ତୁମ ଚାଲି ଚଳଣି ଉପରେ ମୋର ସନ୍ଧେହ ଥିଲା । ସେଇଥିପାଇଁ ମୋବାଇଲ ରେ ନୂଆ sim ଆଣି voice changer ଡାଉନଲୋଡ଼ କରିଥିଲି । କେତେ ଦିନ ହେଲାଣି ଏ ଯାତ୍ରା ଚାଲିଛି । ହଉ ଘରକୁ ଆସ ଦେଖିବ ମୁଁ ବି ତୁମକୁ କେତେ ଭଲ ପାଉଛି ।

-- ହ୍ୟାଲୋ ହ୍ୟାଲୋ ଟିକେ ଶୁଣ । ଆରେ ମୁଁ ମଜାରେ.... ହ୍ୟାଲୋ ହ୍ୟାଲୋ

ସେପଟୁ ଫୋନ କଟିଗଲା 

ଭାରି ଚିନ୍ତାରେ ଏବେ ରାଜନ ପଡିଲା । କରିବ କଣ । ଭୁଲ ତ ହେଇଯାଇଛି । ଆଜି ଘରକୁ ଗଲେ କଣ ହେବ କେଜାଣି 

କିଛି ସମୟ ପରେ ପୁଣି ଥରେ ଫୋନ ରେ କଲ ଆସିଲା ।

-- ହ୍ୟାଲୋ କିଏ ରାଜନ

-- ହାଁ ରାଜନ କହୁଛି 

-- ତୁମେ କଣ ସତରେ ରୁବିନା କୁ ଭଲ ପାଉଛ ।

ରାଜନ ଭାବିଲା ବେବିନା ବୋଧେ ପୁଣି ଥରେ voice change କରି କଥା ହେଉଛି

-- ରୁବିନା କିଏ ମୁଁ ଜାଣିନି 

-- ସତରେ ଜାଣିନ?

-- ନା । ଆଉ ତୁମେ କିଏ ମୋତେ କାହିଁକି ଫୋନ କରୁଛ ।  

-- ତୁମେ ଅବିକା ସେଇ ଛକ ପାଖ ମୋଡ଼ ରେ ଛିଡା ହୋଇଛ ନା । ଯଦି ରୁବିନା କୁ ଭଲ ପାଉନ ତେବେ ସେଠି କାହିଁକି ଅପେକ୍ଷା କରିଛ ।

-- ନା ବର୍ତ୍ତମାନ ମୁଁ ବ୍ରେଡ଼ କିଣୁଛି । ଆଉ ଶୁଣ ମୁଁ ମୋ ସ୍ତ୍ରୀ କୁ ଜୀବନରୁ ଅଧିକା ଭଲ ପାଏ । ମୋତେ ଏମିତି ଆଉ ଫୋନ କରିବନି ।

ସେପଟୁ କାନ୍ଦ କାନ୍ଦ ସ୍ୱରରେ କହିଲା ଏବେ ମୁଁ ଜାଣିଲି ତୁମେ ମୋତେ ଜମାରୁ ଭଲ ପାଉନ । ଖାଲି ଟାଇମ ପାସ କରୁଛ । ତୁମ ଭଳି ଧୋକା ବାଜ ଲୋକ ମୁଁ ଦେଖିନି । ମୁଁ ରୁବିନା କହୁଥିଲି । ମୋର ତୁମ ପ୍ରେମ ପ୍ରତି ସନ୍ଦେହ ଥିଲା । ସେଥିପାଇଁ voice change କରି ତୁମକୁ ପରୀକ୍ଷା କରୁଥିଲି ।

-- ହ୍ୟାଲୋ ହ୍ୟାଲୋ ରୁବିନା । ସତରେ ମୋତେ ବିଶ୍ୱାସ କର । ମୁଁ କେବଳ ତୁମକୁ ଭଲ ପାଏ । କଥା କଣ କି କିଛି ସମୟ ଆଗରୁ ମୋ ସେଇ ମୋଟୀ ଗେଡି ଅସୁନ୍ଦରୀ ସ୍ତ୍ରୀ ଫୋନ କରିଥିଲା । ଭାବିଲି ବୋଧେ ସେ ଆଉ ଥରେ ପୁଣି ଫୋନ କଲା । ବିଶ୍ୱାସ କର ମା ରାଣ ମୁଁ କେବଳ ତୁମକୁ ଭଲ ପାଏ ।

--- ଆଛା ତାହାହେଲେ କଥା ଏତେବାଟ ଯାଇ ପହଂଚିଲାଣି । ଶୁଣ ମୁଁ ରୁବିନା ନୁହେଁ ବେବିନା କହୁଛି ତୁମର ସେଇ ମୋଟୀ,ଗେଡି ଅସୁନ୍ଦରୀ ସ୍ତ୍ରୀ । ପ୍ରଥମେ ଜମାରୁ ବିଶ୍ୱାସ ହେଲାନି । ଭାବିଲି ଏତେବର୍ଷ ଧରି ଲୋକଟା ସାଙ୍ଗରେ ରହିଲି ଏମିତି ଟିକେ ଟିକେ କଥାରେ ଅବିଶ୍ୱାସ କରିବା ଭଲ ନୁହେଁ । ତେଣୁ ସତ ଜାଣିବାକୁ ଆଉ ଥରେ ଫୋନ କଲି । ହଉ ଏବେ ଘରକୁ ଆସିବ ନା ମୁଁ ନିଜେ ଯାଇ ସେଇ ଛକ ପାଖରେ ପହଂଚିବି ।


 *ନୀତିବାଣୀ:* ନେଇ ଆଣି ଥୋଇ ଜାଣିଲେ ଚୋରୀ ବିଦ୍ୟା ଭଲ । ତେଣୁ ଭାଇ ମାନେ ଜମାରୁ ବିଚଳିତ ହୁଅନି ଟିକେ ସତର୍କ ରହିଲେ ହାପି ଭାଲେଣ୍ଟାଇନ ନଚେତ ଖୋଦ ଭଗବାନ ବି ପିଠିରେ ପଡିବେନି ।


Rate this content
Log in

More oriya story from Om Abhigyan Sahoo

Similar oriya story from Romance