ସବୁ ଅଲୋଡ଼ା ଯେବେ ଲୋଡ଼ା ହେବେ
ସବୁ ଅଲୋଡ଼ା ଯେବେ ଲୋଡ଼ା ହେବେ
ଗତ କାଲି ଜଣେ ବନ୍ଧୁଙ୍କ ଜନ୍ମ ଦିନ ଥିଲା। ସକାଳେ ଜନ୍ମ ଦିନ ଶୁଭେଚ୍ଛା ଜଣେଇବା ପରେ ଯାହା ତାଙ୍କ ଉତ୍ତର ପାଇଲି ସେଇଟା ମୋତେ ପୁରା ଦିନ ଘାରିଲା । ଉତ୍ତର ଟା ଥିଲା Thanks Pinu... bhainanku mu manepakeili... ... se office paleileni.... budhi age re au celebration kn......
ବୋଧେ ହୁଏ ଆମ ସମାଜରେ ଘରେ ସ୍ତ୍ରୀ ଲୋକଙ୍କ ଜନ୍ମ ଦିନ କେହି ମନେ ରଖନ୍ତି ନାହିଁ କିମ୍ବା ଏତେ importance ରଖେ ନାହିଁ।
ମୁଁ କାଲି ଆମ whatsaap ଗ୍ରୁପରେ ବନ୍ଧୁଙ୍କ ପାଇଁ ଉଦ୍ଧିଷ୍ଟ ସବୁ sms ଧ୍ୟାନ ଦେଇ ପଢୁ ଥିଲି । କେତେ ସାଙ୍ଗ ତାଙ୍କୁ ଶୁଭେଚ୍ଛା ରେ ପୋତି ପକେଇଲେ ଥଟ୍ଟା କଲେ ହସାଇଲେ କଥା ହେଲେ । ତାଙ୍କୁ ଚେତେଇ ଦେଲେଯେ ଦେଖ ତୁମ ସୁଖରେ ସୁଖୀ ହେବା ପାଇଁ କେତେ ସାଙ୍ଗ ଅଛନ୍ତି। ସତରେ କେତେ ଖୁସି ହେଇଛନ୍ତି ସେ । ଲାଗିଲା ଯେମିତି ଅନେକ ଦିନ ପରେ ଅଲୋଡ଼ା କୁ ଲୋଡ଼ା ଯାଇଛି ।
ମୁଁ ଦେଖିଛି ଅଧିକାଂଶ ଜାଗାରେ ଘରେ ବୟସ୍କ ମାନଙ୍କ ବିଶେଷ ଭାବେ ମା ମାନଙ୍କ ଜନ୍ମ ଦିନ ପ୍ରାୟ କେହି ମନେ ରଖନ୍ତି ନାହିଁ । ପିଲାମାନେ ନିଜ gf ର ପୁରା ଖାନଦାନ ର ସବୁ ବିଶେଷ ଦିନ ଘୋସିଥିବା ବେଳେ କିନ୍ତୁ ନିଜ ବାପ ମା ଙ୍କ ବିଶେଷ ଦିନ ସବୁ ଭୁଲିଯାନ୍ତି । ହଁ ମା ତ ଚଳିବ । ମା କୁ ପଚାରିଲେ କହିବ ମୋର ଆଉ ମନେ ନାହିଁ ଜନ୍ମ ଦିନ ତାରିଖ । ଏ ବୟସରେ କଣ ଦରକାର । କିନ୍ତୁ ତାର ସବୁ ପିଲା ମାନଙ୍କ ସହ ସବୁ ନାତି ନାତୁଣୀ ଙ୍କର ଜନ୍ମ ଦିନ ମନେଥିବ ।ଜନ୍ମ ଦିନ ପାଇଁ ବିରି ବତୁରା ସହ ଆଉ ସବୁ କାମ ତାର ଆଗରୁ ସରିଯାଇଥିବ ଖାଲି ଯାହା ଜନ୍ମ ଦିନ କୁ ରୋଷେଇ, ବଢା ବଢି ଓ ସାହି ପଡିଶା ଘରେ ବଣ୍ଟା କାମଟା ବାକି ଥିବ । ଯଦି କେବେ କଥା ପଡେ ତେବେ ମୁରୁକୀ କହିବ ଗଲା ପୂର୍ଣ୍ଣିମା ଯିବାର ଦୁଇଦିନ ପରେ ତା ଜନ୍ମ ଦିନ ପଡିଥିଲା । ଆମ ମାନଙ୍କ ଗୁରୁ ଦାଇତ୍ୱ ଆମେ ପିଲାମାନଙ୍କୁ ବୁଝାଇବା ଦରକାର ଯେ ତାଙ୍କର ଜନ୍ମ ଦିନ ଟା ହେଉଛି ମାତୃତ୍ୱ ଦିବସ । ଏହି ଦିନ ମା ବୋହୁ ଭୁଆଶୁଣି ରୁ ପୋଖତ ହେଲା । ତୁମ ଜନ୍ମରେ ତ ଆମେ ସମସ୍ତେ ଖୁସି ହେଲୁ ମା କିନ୍ତୁ ଖୁସି ରେ କାନ୍ଦିଲା ଯେତେବେଳେ ତୁମକୁ ପ୍ରଥମେ ହାତରେ ଧରିଲା । ସବୁ ପ୍ରସବ ବେଦନା ଭୁଲି ସେ ଯେମିତି ଆକାଶ ରେ ଉଡୁଥିଲା । ସେହି ଅନୁଭବ କୁ ସତେଜ ରଖିବା ପାଇଁ ପିଲା ମାନେ ସେମାନଙ୍କ ଜନ୍ମ ଦିନରେ ମା କୁ ବି ମାତୃତ୍ୱ ଦିନର ଶୁଭେଚ୍ଛା ଜଣାନ୍ତୁ ।
ଗଲା ଥର ଆମେ ସବୁ ଭାଈ ଭଉଣୀ ପିଲା ଛୁଆଙ୍କୁ ଧରି ମା ର ଜନ୍ମ ଦିନ ରେ ଏକାଠି ହେଲୁ । ନାତୁଣୀ ଯେତେବେଳେ cake ଖଣ୍ଡେ ବୁଢ଼ୀମା ପାଟିରେ ଦେଲା ମା ତାକୁ କୁଣ୍ଢେଇ ପକେଇ କହିଲା ମୋତେ ମରଣ ହେଉଯାଉଲୋ । କି ଖୁସି ତାର । ମୁଁ କିନ୍ତୁ ଦେଖିପାରୁଥିଲି ଖୁସିରେ ମା ର ଆଖି ଜକେଇଲାଣି। ପଚାରିଲି ମା ଆଜି ତୋର କଣ ଦରକାର କହ । ଜକେଇଥିବା ଆଖିକୁ କାନିରେ ପୋଛୁ ପୋଛୁ ମା ର ସେଇ ଗୋଟେ ଉତ୍ତର ମୋର ଅଭାବ କଣ ।ତୁମେ ମାନେ ସବୁ ଏମିତି ଖୁସିରେ ଏକାଠି ରୁହ। ସତରେ ମା ର ଏହି ଛୋଟ ଛୋଟ ଖୁସି କୁ ପାଳନ ନ କରି ମୁଁ କେତେ ପାପ କରିଛି । ମା ର ଜକେଇଥିବା ଆଖି ଦେଖି ଭାବୁଥିଲି କେତେଯେ ଖୁସି ସିଏ ଆଜି ହେଇଥିବ ଯାହାକୁ ମୁଁ ଅଣଦେଖା କରିଆସିଥିଲି, ହଁ ମା ତ ଚଳିବ । ବୁଢ଼ୀ ମା ଆଉ ଅଲୋଡ଼ା ନୁହେଁ ତାର ଜନ୍ମ ଦିନ ସେହିପରି ହେବ ଯେମିତି ମୋ ପୁଅ ର ହେଉଛି ।
ଯେତେବେଳେ ଅଲୋଡ଼ା କୁ ସମସ୍ତେ ଲୋଡିବେ ସେତେବେଳେ ସେ ଖୁସିରେ ବିଭୋର ହେଇଯିବ । ବାସ ଏଇ ଟିକିଏ ଖୁସୀ କଣ ଆମେ ସେମାନଙ୍କୁ ଦେଇପାରିବା ନାହିଁ ।
