ଉତ୍ତରର ପ୍ରତିକ୍ଷାରେ
ଉତ୍ତରର ପ୍ରତିକ୍ଷାରେ
ସାହିତ୍ୟ ସମାଜର ଦର୍ପଣ ; ସାହିତ୍ୟ ବି ଏକ ପ୍ରକାର ସମାଜସେବା କହିଲେ ଅତ୍ଯୁକ୍ତି ନାହିଁ । ସାହିତ୍ଯ ଏ ସମାଜର ମଙ୍ଗଳ ବିଧାନାର୍ଥେ ଉତ୍ସର୍ଗୀକୃତ ହେବା ଦରକାର । ସମସ୍ତେ ଜାଣନ୍ତି ଯିଏ ସାହିତ୍ଯ ଅନୁରାଗୀ ଓ ସାହିତ୍ୟ ସର୍ଜନା କରେ ସେ ସାହିତ୍ଯିକ । ସମସ୍ତଙ୍କ ପାଖରେ ସାହିତ୍ୟ ଅଛି ; ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସାହିତ୍ଯ ସବୁରି ସହିତ ଜଡ଼ିତ । ସମସ୍ତେ ଜଣେ ଜଣେ ସାହିତ୍ଯିକ ହୋଇ ପାରିବେ ; କିନ୍ତୁ ସମସ୍ତେ ସୁସାହିତ୍ଯିକ ହେବା ଜଟିଳସାଧ୍ଯ । ସାହିତ୍ୟିକ ବି ପରୋକ୍ଷରେ କହିବାକୁ ଗଲେ ଜଣେ ଜଣେ ସମାଜସେବୀ । ସମାଜର ହିତ ସାଧନ କରୁଥିବା ବ୍ୟକ୍ତି ଜଣେ ବଳିଷ୍ଠ ସମାଜସେବୀ ; ସମାଜର ହିତାର୍ଥେ କଲମ ଚ଼ାଳନା କରୁଥିବା ବ୍ୟକ୍ତି ଜଣେ ସୁଲେଖକ ବା ସୁସାହିତ୍ଯିକ ବୋଲି ଭାବି ନେବାକୁ ହେବ । କିନ୍ତୁ ଆମ ଓଡ଼ିଆ ସାହିତ୍ଯରେ ଏଭଳି କିଛି ବ୍ଯକ୍ତି ଅଛନ୍ତି , ଯିଏକି ନିଜର ସ୍ବାର୍ଥ ହାସଲ ପାଇଁ ସର୍ବଦା କଲମ ଚ଼ଳାନ୍ତି । ନିଜକୁ ପ୍ରତିଷ୍ଠିତ ଓ ମହାନ କରିବାକୁ ଏମିତି କିଛି କରି ବସନ୍ତି , ଯାହା ସମାଜରେ ନିନ୍ଦନୀୟ କର୍ମ ଭାବେ ଗୃହୀତ ହୁଏ । କଥାବାର୍ତ୍ତାରେ ଶାଳୀନତା,କାର୍ଯ୍ଯରେ ସଂଯମତା, ଲେଖାରେ ସମାଜକୁ ଶିକ୍ଷା ଓ ନିଜର ନୈତିକତା, ଜ୍ଞାନ, ବିବେକ ଏସବୁକୁ ସଞ୍ଚୟ କରି ପାରିଲେ ସେ ଜଣେ ଉତ୍ତମ ସାହିତ୍ଯ ସାଧକ ହୁଏ । ଆମ ଓଡ଼ିଆ ସାହିତ୍ଯରେ ଏଭଳି କିଛି ବ୍ଯକ୍ତି ଅଛନ୍ତି ; ଯିଏ ଏସବୁକୁ ଭୁଲି ସ୍ବାର୍ଥ ହାସଲରେ ଲାଗି ପଡ଼ନ୍ତି । ଜଣାପଡେ ସେମାନେ ସାହିତ୍ଯିକ ଓ ସାହିତ୍ୟ ଶବ୍ଦର ଅର୍ଥ ଉପରେ ଅନଭିଜ୍ଞ । ଏମିତି ଏକ ବ୍ଯକ୍ତିତ୍ବ ବିଷୟରେ ମୁଁ ଆଜି ଉପସ୍ଥାପନ କରିବାକୁ ଯାଉଛି ; ସମସ୍ତ ସାହିତ୍ଯିକ ତଥା ବୁଦ୍ଧିଜୀବୀ ମାନେ ଉପଯୁକ୍ତ ବିଚ଼ାର ପୂର୍ବକ ଏଭଳି ସାହିତ୍ଯିକଙ୍କର କାରନାମା ଉପରେ ଆଲୋକପାତ କରିବା ହେବେ ।
ମୁଁ ଯାହା ବିଷୟରେ କହିବାକୁ ଯାଉଛି , ସେ ବୃତ୍ତିରେ ଜଣେ ଶିକ୍ଷକ । ବୟସ ପାଖାପାଖି ୪୮ ହେବ । କେନ୍ଦୁଝରର ଜଣେ ସାହିତ୍ଯିକ । ଆଜି ତାଙ୍କ ପାଇଁ ସାହିତ୍ଯ ଶବ୍ଦ ପ୍ରୟୋଗ କରିବାକୁ ନିଜକୁ ସରମ ମାଡୁଛି । କାରଣ କୌଣସି ସାହିତ୍ଯିକର କାର୍ଯ୍ୟକଳାପ ଏପରି ହେବା ଅନୁଚିତ୍ । ବୃତ୍ତିରେ ଶିକ୍ଷକତା କରୁଥିବା ମଣିଷର ସ୍ବଭାବ ଶାନ୍ତ,ସରଳ,ନମ୍ର ଓ ଭଦ୍ର ହେଲେ ତା'ର ଶିକ୍ଷାର ତଥା ଶିକ୍ଷକ ପଦବୀର ମର୍ଯାଦା ରହେ । କିନ୍ତୁ ଜଣେ ଶିକ୍ଷକର ଅଶାଳୀନ ବ୍ଯବହାର ଓ ଜଣେ ସାହିତ୍ଯିକର ସ୍ବାର୍ଥ ସାଉଁଟା କାର୍ଯ୍ଯକଳାପ ନିଜର ପଦ ମର୍ଯାଦା କ୍ଷୁର୍ଣ୍ଣ କରୁନାହିଁ କି ? ସାହିତ୍ୟକୁ ନେଇ ବେପାର କରିବା ତ ସମ୍ପୂର୍ଣ୍ଣ ରୂପେ ଅପରାଧ ଓ ନିନ୍ଦନୀୟ ; କାରଣ ସାହିତ୍ୟ ପଣ୍ଯ ଦ୍ରବ୍ଯ ନୁହେଁ । ସାହିତ୍ୟ ସମାଜର ହିତ ସାଧନରେ ବିନିଯୋଗ । ସମାଜର ହିତ ଚିନ୍ତକ କେବେ ନିଜକୁ ବିକ୍ରି କରି ପାରେନା । ବରଂ ସେ ସମାଜ ସେବକ ଭାବରେ ରହିଥାଏ ।
କିନ୍ତୁ ଏଭଳି କିଛି ବ୍ଯକ୍ତି ତୁଚ୍ଛା ସମ୍ମାନ ପଛରେ ଧାଇଁ ନିଜକୁ ପ୍ରତିଷ୍ଠିତ କରିବା ଆଶାରେ ଅଜସ୍ର ଅର୍ଥ ବ୍ଯୟ କରି ସମ୍ମାନ ସାଉଁଟିବାରେ ବ୍ଯସ୍ତ । ବେଳ ପଡ଼ିଲେ ଗୋଡ଼-ହାତ ଧରି ସମ୍ମାନ ପାଇବା ପାଇଁ ବ୍ଯାକୁଳିତ ବ୍ଯକ୍ତି ବିଶେଷଙ୍କ ମଧ୍ଯରେ ଏ ବାବୁ ଜଣକ ସାମିଲ୍ । ଏଭଳି ଆହୁରି ଅନେକ ବ୍ଯକ୍ତି ଅଛନ୍ତି ; କିନ୍ତୁ ମୁଁ ଏ ବ୍ଯକ୍ତିଙ୍କୁ କାହିଁକି ପ୍ରାଧାନ୍ୟ ଦେଲି ଅଧିକ ମାତ୍ରାରେ ଆପଣମାନେ ନିଜେ ଉପଲବ୍ଧି କରନ୍ତୁ ମୋର ଏ ଲେଖାରୁ । ଏ ବ୍ଯକ୍ତି ଜଣେ ସମ୍ମାନ ଲୋଭୀ କହିଲେ ବି ଅତ୍ଯୁକ୍ତି ହେବନି । ଆଜିକାଲି ସମ୍ମାନ "ଯାଚ଼ି ତିଅଣ ମାଗି ଓଳଗି" କହିଲେ କିଛି ଭୂଲ୍ ନାହିଁ । ସମ୍ମାନ ମଗା ଯାଏନି ; ଦାନ ସୂତ୍ରରେ ଦିଆଯାଏ । ଉଚିତ୍ କର୍ମ , ନିଜର ନୈତିକତା , ଉତ୍ତମ ସର୍ଜନା , ସୁନ୍ଦର ଚିନ୍ତାଧାରା , ନିଜର ନମ୍ର,ଭଦ୍ର ବ୍ଯବହାର ମଣିଷକୁ ଉଚ୍ଚ ସମ୍ମାନର ଅଧିକାରୀ କରାଇଥାଏ । ସମ୍ମାନ ପାଇବାକୁ ଅର୍ଥର ଆବଶ୍ଯକତା ବଦଳରେ ଏସବୁ ରହିବା ଉଚିତ୍ । ଏଭଳି ବ୍ଯକ୍ତି କେତେ ସମ୍ମାନନୀୟ ଆପଣମାନେ ମୋ' ଲେଖା ପଢ଼ି ବୁଝି ପାରିବେ ।
ଏ ବ୍ଯକ୍ତି ଅର୍ଥ ଦେଇ ସମ୍ମାନ କିଣନ୍ତି । କିଛି ଜାଗାରେ ଚଞ୍ଚକତାର ସହ ଏବଂ ଅନୁରୋଧ କରି ସମ୍ମାନ ସାଉଁଟିଛନ୍ତି । ତାଙ୍କ ସହ ଆଉ କିଛି ବ୍ଯକ୍ତି ବି ଯୋଡ଼ି ହୋଇଛନ୍ତି । ଏକ ହ୍ବାଟ୍ସଆପ୍ ଗ୍ରୁପ୍ରେ ଥିଲେ । ସେ ଗ୍ରୁପ୍ଟି ଧିରେ ଧିରେ ଏକ ସାହିତ୍ୟ ଅନୁଷ୍ଠାନ ଭାବରେ ଗଢ଼ି ଉଠିଲା । କିଛି ନାମକରା ସାହିତ୍ଯିକ ବି ସେଥିରେ ଥିଲେ । ପତ୍ରିକା ପ୍ରକାଶ କରିବା ଏବଂ ସାହିତ୍ଯ କାର୍ଯ୍ଯକ୍ରମ କରିବାକୁ ସ୍ଥିର କରି ପଦବୀ ପ୍ରଦାନ କରାଗଲା । ପତ୍ରିକା ପାଇଁ ଲେଖା ସଂଗ୍ରହ କରିବା ସହ ପ୍ରତି ଲେଖା ପାଇଁ କିଛି ଅର୍ଥ ଧାର୍ଯ୍ୟ କରାଗଲା । ଅନୁଷ୍ଠାନର ସଭାପତି ଏହାକୁ ବିରୋଧ କରି ସାହିତ୍ୟ ବିକ୍ରି ନ କରିବାକୁ ପରାମର୍ଶ ଦେଲେ । ତାଙ୍କ ପରାମର୍ଶ ବା ଶୁଣୁଛି କିଏ ? ତାଙ୍କ କଥାକୁ ଭ୍ରୁକ୍ଷେପ ନକରି ଅନେକ ଅର୍ଥ ବି ଆଦାୟ କରାଗଲା । ଜୀବନକାଳ ସଦସ୍ଯତା ପାଇଁ ବି ଉଚ୍ଚ ଅର୍ଥରାଶି ଧାର୍ଯ୍ୟ କରାଗଲା । ସେ ଯାହା ବି ହେଉ ; ଏ ବିଷୟରେ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ । ମୁଁ ଆଉ ବିଶଦ ବର୍ଣ୍ଣନା କରି ସେମାନଙ୍କୁ ପ୍ରତ୍ଯକ୍ଷ ଭାବରେ ନିନ୍ଦା କରିବାକୁ ଅନିଚ୍ଛୁକ । ପ୍ରଥମ କାର୍ଯ୍ୟକ୍ରମ ଏକ ହୋଟେଲ ଭିତରେ କରାଯାଇଥଲା । ଅନେକ ବି ସମ୍ମାନ ପାଇବା ଆଶାରେ ଅର୍ଥ ଫିଙ୍ଗି ସମ୍ମାନ ସାଉଁଟି ଥିଲେ । ଖଣ୍ଡେ ଛପା କାଗଜ ପାଇଁ ଅନେକ ଅର୍ଥ ବ୍ଯୟ ; ସେ ସମ୍ମାନର ମୂଲ୍ଯ କେତେ ଏଠି ବୁଦ୍ଧିଜୀବୀ ମାନେ ମତାମତ ଦେବେ ।
ଦ୍ବିତୀୟ ସାହିତ୍ୟ କାର୍ଯ୍ଯକ୍ରମ କିନ୍ତୁ ଏମାନଙ୍କର ଅସଲ ମୁଖା ଖୋଲି ଦେଇଥିଲା । ଅନେକ ଅର୍ଥ ବ୍ଯୟ କରି କେତେ କିଏ ମାନପତ୍ର ସାଉଁଟି ଚ଼ାଲିଲେ । ଏହି ମାନ୍ଯବର ବ୍ଯକ୍ତି ଜଣକ ଚଞ୍ଚକତାର ସହ ଏକ ନୂଆ ଖେଳ ସୃଷ୍ଟି କରିଦେଲେ । ଗଣଶିକ୍ଷା ମନ୍ତ୍ରୀଙ୍କର ନିକଟତର ହେବା ତଥା ତୁଚ୍ଛା ସମ୍ମାନ ପାଇବା ଆଶାରେ ଜଣେ ବିଜ୍ଞ, ଉଚ୍ଚ ପ୍ରଶଂସିତ ଓ ପ୍ରତିଷ୍ଠିତ ସାହିତ୍ଯିକଙ୍କର ତଥା ସଂସ୍ଥାର ପୂର୍ବତନ ସଭାପତିଙ୍କର ଅପମାନ କରିବାକୁ ଟିକେ ବି କୁଣ୍ଠା ବୋଧ କଲେନି । ସେ ବୁଝି ପାରିଲେନି ତାଙ୍କ-ତାଙ୍କ ଭିତରେ ବୟସର ତାରତମ୍ୟ , ଶିକ୍ଷାର ମାନ, ଜ୍ଞାନର ପରିସୀମାକୁ ; ଚଞ୍ଚକତାର ସହ ନିଜେ ସଭାପତି ଆସନ ମାଡ଼ି ବସିଲେ । କାର୍ଯ୍ୟକ୍ରମ ଦିନ ପର୍ଯ୍ୟନ୍ତ ବି ବାରମ୍ୱାର ସମ୍ବାଦ ପ୍ରେରଣ ପୂର୍ବକ ଆସିବାକୁ ଅନୁରୋଧ କରିବା ସହ ପୂର୍ବତନ ସଭାପତିଙ୍କୁ ସଭାପତି ଦାୟିତ୍ବରେ ଅଛନ୍ତି ବୋଲି କୁହାଯାଇଛି ; କିନ୍ତୁ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନୀତ ଅତିଥି କରି ସମ୍ବର୍ଦ୍ଧିତ କରାଗଲା । ମାନ୍ଯବର ମନ୍ତ୍ରୀଙ୍କ ଠାରୁ ମାନପତ୍ର ଗ୍ରହଣ କରିବାକୁ ସମସ୍ତେ ଆଶାୟୀ ହୋଇ ପଡ଼ିଲେ । ଏମିତିକି ସଂସ୍ଥାର କର୍ମକର୍ତ୍ତା ମାନେ ବି ନିଜ ନିଜ ଭିତରେ ମାନପତ୍ର ସାଉଁଟି ନେଲେ । ଏ ମହାଶୟ ଜଣକ (ଯିଏ କେନ୍ଦୁଝରର ସାହିତ୍ୟିକ) ନିଜେ ମାନପତ୍ର ଲେଖୁଥିଲେ ; ଏପରିକି ନିଜ ମାନପତ୍ର ନିଜେ ମଧ୍ୟ ଲେଖିଛନ୍ତି । କର୍ମକର୍ତ୍ତା ମାନେ ଅନ୍ଯ ସାହିତ୍ୟିକ ମାନଙ୍କୁ ସମ୍ମାନ ଦିଅନ୍ତି ; କିନ୍ତୁ ନିଜେ ନିଜ ଅନୁଷ୍ଠାନରୁ ସମ୍ମାନୀତ ବା ସମ୍ବର୍ଦ୍ଧିତ ହେବା କେତେଦୂର୍ ଠିକ୍ ବିଜ୍ଞମାନେ କହିବେ । ଖାଲି ସେତିକି ନୁହେଁ ହଜାର ହଜାର ଟଙ୍କା ଦାବି କରାଯାଇଛି ମାନପତ୍ର ଦେବା ପାଇଁ ; କିଛି ସାହିତ୍ୟିକ ମଧ୍ଯ ଅର୍ଥ ଫୋପାଡ଼ି ମାନପତ୍ର କ୍ରୟ କରିଥିବା ବେଳେ କିଛି ଅର୍ଥ ଦେଇ ବି ନିରାଶରେ ବାହୁଡ଼ିଛନ୍ତି । ଚଞ୍ଚକତାର ସହ ଅନ୍ୟର ଉତ୍ତରୀୟ ଓ ମାନପତ୍ର ଧରି ଫଟୋ ଉଠାଇଛନ୍ତି ; ପରେ ମାନପତ୍ର ମିଳିବ ବୋଲି ବଚନ ବି ପାଇଛନ୍ତି । ସମସ୍ତେ ଜାଣିବେ ମାନପତ୍ର ଦିଆଯାଇଛି । କିନ୍ତୁ ଦୀର୍ଘଦିନ ବିତି ଯାଇଥିଲେ ବି ମାନପତ୍ର ପ୍ରାପ୍ତ କରି ନାହାନ୍ତି କିଛି ; ଅର୍ଥ କିନ୍ତୁ ଦେଇ ସାରିଛନ୍ତି । ବିଶିଷ୍ଟ ସାହିତ୍ଯିକ ଯଥା ଫକୀରମୋହନ ସେନାପତି, ଶୁଦ୍ରମୂନୀ ଶାରଳା ଦାସ ପରି ସମ୍ମାନ ନିଜେ ନିଜେ ଗାରେଇ ପାଇଗଲେ । ସେଭଳି ସମ୍ମାନ କୋଉମାନେ ପାଆନ୍ତି , ସେ ଜ୍ଞାନ ନାହିଁ । ଏମାନଙ୍କ ବିଷୟରେ ଦିଶଦ ଭାବରେ ଜାଣିଥିବା ବ୍ଯକ୍ତି ଏବଂ ଏମାନଙ୍କ ଲେଖା ସହ ନିଜର ଲେଖାର ସମାନତା ଥିଲେ ଏଭଳି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହେବା ଉଚିତ୍ । ଏ ମହାଶୟ ବି ନିଜେ ଏଭଳି ସମ୍ମାନ ନିଜେ ଗାରେଇ ସାମାଜିକ ଗଣମାଧ୍ୟମରେ ତଥା ଲୋକ ଲୋଚନରେ ପ୍ରତିଷ୍ଠିତ ହେବାର ବୃଥା ଚେଷ୍ଟା କଲେ । କିଛି ବ୍ଯକ୍ତି ବି ସମର୍ଥନ କଲେ ; ପ୍ରକୃତ ସାହିତ୍ଯିକ ଏହାର ନିନ୍ଦା ବି କରିଛନ୍ତି ।
ଯେତେବେଳେ ମଧୁ ବର୍ଣ୍ଣବୋଧ ପୋଡ଼ି ଘଟଣା ନଜରକୁ ଆସିଲା ; ପ୍ରତି ଓଡ଼ିଆ ସାହିତ୍ଯିକ ତାତି ଉଠି ସ୍ବର ତୋଳିଲେ । କିନ୍ତୁ ଫକୀରମୋହନଙ୍କ ନାମକୁ ବିକୃତ କରି ଏଭଳି କରାଗଲା , କାହାର ସ୍ବର-ଶବ୍ଦ ଶୁଭିଲାନି । ପରୋକ୍ଷରେ ସମର୍ଥନ ଜଣାଇଲେନି ତ ଆଉ କ'ଣ କୁହାଯିବ ଏଠି ? ଜଣେ ସାହିତ୍ଯିକ ସେମାନଙ୍କ ଫୋନ୍ କଲ୍ ପାଇ ବାରମ୍ବାର ଅନୁରୋଧକୁ ଏଡ଼ାଇ ନ ପାରି ଆଜୀବନ ସଦସ୍ୟ ପାଇଁ ଏକ ହଜାର ଟଙ୍କା ଦେଇଥିଲେ । ପନ୍ଦର
ଶହ ଟଙ୍କା ନିଜର ଦାରିଦ୍ର୍ୟତା ହେତୁ ଦେଇ ନ ପାରି ଏକ ହଜାର ଦେଲେ ; ସମ୍ବର୍ଦ୍ଧିତ ହେବାର ପ୍ରତିଶ୍ରୁତି ପାଇଥିଲେ । ନା ସମ୍ବର୍ଦ୍ଧିତ ହେଲେ , ନା ତାଙ୍କ ଲେଖା ସେ ପତ୍ରିକାରେ ପ୍ରକାଶ ହେଲା ; ଓଲଟା ଅସଭ୍ଯ ଭାଷାର ଗାଳି ଶୁଣିବା ପାଇଁ ମିଳିଲା । ଜଣେ ସାହିତ୍ଯିକର ଏଭଳି ଅସଭ୍ଯ ଗାଳି କେତେ ଯୁକ୍ତିଯୁକ୍ତ ବୁଦ୍ଧିଜୀବୀ ମତ ଦେବେ । ଏହିପରି ଅନେକ ଉଦାହରଣ ଅଛି । ମୁଁ ଏହି ସାହିତ୍ଯ ବେପାର ଉପରେ କାହିଁ କେବେଠୁ ସ୍ବର ତୋଳି ଆସୁଛି । ଫେସବୁକରେ ଏମିତି ଏକ ସ୍ବର ତୋଳିଥିଲି ; ଯୋଉଥିରେ କି ଜଣେ ନାରୀ କବୟିତ୍ରୀ ମନ୍ତବ୍ୟରେ କହିଥିଲେ - "ଅର୍ଥ ନ ଥିଲେ ସାହିତ୍ଯ କେମିତି କରିବ ? କେତେଦିନ ବୋପା ସମ୍ପତ୍ତି ବିକ୍ରି କରି ସାହିତ୍ଯ କରିବ ?" ମୋର ଉତ୍ତର ଥିଲା - "ଅର୍ଥ ସାହାଯ୍ୟ ଓ ସହଯୋଗର ଅନେକ ପନ୍ଥା ଅଛି । ପତ୍ରିକା ଛାପିବା ପରେ ପତ୍ରିକାର ମୂଲ୍ଯ ନେଇପାର ; ଲେଖା ସହ ଅର୍ଥ ନେବା ଲେଖା ବିକ୍ରି ସହ ସମାନ । ନିଜ ସୃଜନୀ ବିକ୍ରି କରିବା କେତେଦୂର ଠିକ୍ କହିବେ କି ? ଅର୍ଥ ନେଇ ସମ୍ମାନ ଦେବା କେତେ ଠିକ୍ ? ସେ ତେବେ ସମ୍ମାନର ସହିତ ମାନପତ୍ର କି ସମ୍ବର୍ଦ୍ଧନା କିପରି ପାଇଲା ? ସେ ତ ସମ୍ମାନ କିଣିବା ସହ ସମାନ ।" ଯଦି ସମ୍ପତ୍ତି ନାହିଁ ତେବେ କାର୍ଯ୍ୟକ୍ରମ କରୁଛନ୍ତି କାହିଁକି ? ଏହାପରେ ସେ ମତେ ବ୍ଲକ୍ କଲେ । ଏଭଳି ମାନସିକତା ଥିବା ବ୍ଯକ୍ତିଙ୍କୁ କ'ଣ କୁହାଯିବ କୁହନ୍ତୁ । ଛାଡ଼ନ୍ତୁ ; ଏବେ ମୁଖ୍ଯ ପ୍ରସଙ୍ଗକୁ ଯିବା ଆସନ୍ତୁ ।
ସେହି କେନ୍ଦୁଝରର ସାହିତ୍ୟକଙ୍କ କଥା ; ଅନେକ ଜାଗାରୁ ଚଞ୍ଚକତାର ସହ, ବଳ ପୂର୍ବକ, ଅନୁରୋଧ କରି, ଅର୍ଥ ଦେଇ ସମ୍ମାନ ସାଉଁଟିଛନ୍ତି । ସେସବୁର ପ୍ରମାଣ ଥିଲେ ବି ମୁଁ ତାଙ୍କୁ ଅଧିକ ଅସମ୍ମାନୀତ କରିବାକୁ ଅନିଚ୍ଛୁକ ; ତେଣୁ ଉପସ୍ଥାପନ କରୁନାହିଁ । ଗୋଟେ ଉଦାହରଣ ଦେଉଛି ; ଯାହା ଆପଣମାନେ ଜାଣି ପାରିବେ ମୋ' ପାଖରେ ପ୍ରମାଣର ଅଭାବ ନାହିଁ । ଦିନେ ଏକ ସାହିତ୍ୟନୁଷ୍ଠାନରେ ଏକ ସାହିତ୍ୟ କାର୍ଯ୍ଯକ୍ରମର ଆୟୋଜନ କରାଗଲା । ଏ ବାବୁଙ୍କ କାନରେ ପଡ଼ିଲା ଖବର । ଫୋନ୍ରେ ବାରମ୍ବାର କରି ଚ଼ାଲିଲେ ଅନୁରୋଧ - "ମତେ କିଛି କହିବାର ସୁଯୋଗ ଦିଅ ; ଆଉ ମାନପତ୍ରଟେ ଦିଅ ।" ବାରମ୍ବାର ଅନୁରୋଧକୁ ପ୍ରତ୍ଯାଖ୍ଯାନ କରି ନ ପାରି ସଙ୍ଗଠନର କର୍ମକର୍ତ୍ତା ମାନେ ବାଧ୍ଯ ହୋଇ ନିମନ୍ତ୍ରଣ କଲେ । ସେ ପୁଣି କୁଆଡ଼େ ଦୁଇ ହଜାର ଟଙ୍କା ଲାଞ୍ଚ ଯାଚିଛନ୍ତି ; କିନ୍ତୁ କର୍ମକର୍ତ୍ତା ଲାଞ୍ଚ ନେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି । ସୁଦୂର କେଉଁଝରରୁ ଦୁଇଟା ବସ୍ ବଦଳାଇ କାର୍ଯ୍ୟକ୍ରମରେ ଉପସ୍ଥିତ ହେଲେ । ସଙ୍ଗଠନର ଜଣେ ଉଚ୍ଚ ପଦବୀ ବ୍ଯକ୍ତି ତାଙ୍କୁ ଦେଖି କର୍ମକର୍ତ୍ତାଙ୍କ ଠାରୁ ସବୁକିଛି ବୁଝି ନେଲେ ଏବଂ ମହାଶୟଙ୍କୁ ପଚ଼ାରିବାରେ ସେ କହିଲେ - "ମତେ ବାରମ୍ବାର ଅନୁରୋଧ କଲେ , ତେଣୁ ବାଧ୍ଯ ହୋଇ ଆସିଲି ।" ଉଚ୍ଚ ପଦସ୍ଥ ବ୍ଯକ୍ତି କହିଲେ - "ସେ ଅନୁରୋଧ କଲେ ନା ଆପଣ ଅନୁରୋଧ କରି ବାଧ୍ଯ କଲେ ?" ଏ ମହାଶୟ କିଛି କହି ନ ପାରି ହସିଲେ । ତେବେ ବୁଦ୍ଧିଜୀବୀମାନେ ଧ୍ଯାନ ଦେବେ ଯେ , ଏଇ ମହାଶୟ ଜାଣି ଜାଣି ନିଜର ଓଜନ ନିଜେ କିପରି ହାରିଲେ । ଖଣ୍ଡେ ମାନପତ୍ର ପାଇଁ ମଣିଷ ଯେ ଏତେ ତଳକୁ ଖସି ଯାଇପାରେ ; ଏ ମହାଶୟ ତା'ର ଜ୍ବଳନ୍ତ ଉଦାହରଣ ।
ଏବେ ପ୍ରତ୍ଯକ୍ଷ କଥାଟେ ଶୁଣନ୍ତୁ । ଏ ମହାଶୟଙ୍କର ମାନସିକତା କେମିତି ମୁଁ ତା'ର ଉଦାହରଣ ଦେଉଛି । ହ୍ବାଟ୍ସ୍ଆପ୍ରେ ଏକ ଗ୍ରୁପ୍ ଉଦୟ ଭାନୁ (ସାହିତ୍ୟ ଓ ସମାଜସେବା ସଙ୍ଗଠନ) ; ଯାହା ୧୯୭୮ରୁ ପଞ୍ଜୀକୃତ । ସଦାସର୍ବଦା ସମାଜର ମଙ୍ଗଳ ପାଇଁ ପ୍ରଚେଷ୍ଟିତ ; ସେବା ଓ ସମର୍ପଣର ଏକ ପରିବାର । ସାହିତ୍ୟକ ମାନଙ୍କୁ ବିନା ଅର୍ଥରେ ଯଥୋଚିତ ସମ୍ମାନ ସହ ସମାଜର ସେବା କରିବାକୁ ଅହରହ ପ୍ରୟାସ ଜାରି ରଖିଛି । ସେହି ଗ୍ରୁପ୍ରେ ଏକ ସଦସ୍ୟ ଥିଲେ ଏ ମହାଶୟ । କୌଣସି କିଛି କାରଣ ନଥାଇ ଏକ ବିଚିତ୍ର ଉପସ୍ଥାପନ କଲେ । ସେ ଲେଖିଥିବା କଥାଟି ହେଲା - " 1991 ମସିହାରେ ଏକ ରାଜ୍ୟସ୍ତରୀୟ ଶୈକ୍ଷିକ ସମ୍ମିଳନୀ ଖୋର୍ଦ୍ଧାରେ ହୋଇଥିଲା। ମୁଁ କେନ୍ଦୁଝରରୁ ପ୍ରତିନିଧିତ୍ୱ କରିବାକୁ ଆସିଥିଲି। ଭୋର ୫ଟା ରେ ବସଷ୍ଟାଣ୍ଡର ଗୋଟିଏ କେଭିନ ଆଗ ପଟା ଉପରେ ବସିଛି,ଏକ ପାଗଳ ଗାଇ ଗାଇ ଆସିଲା। ସେହି ପଦଟି ଆଜି ବି ମୋର ମନେ ପଡୁଛି,ତାହା ଲେଖୁଛି,ଯାହା ଆଜିର ଯେକୌଣସି ଗଠନମୂଳକ ବିହୀନ ବ୍ୟକ୍ତି,ବିକୃତ ମସ୍ତିଷ୍କ ,ଅକ୍ଷର ଶୁନ୍ୟ ଭଟ୍ଟାଚାର୍ଯ୍ୟଙ୍କ ପାଇଁ ଭାବୁଛି ପ୍ରଯୁଜ୍ୟ।
ମଣିଷ ଚିହ୍ନେ ମଣିଷକୁ
ପଶୁ ଚିହ୍ନେ ପଶୁକୁ
ଖୋର୍ଦ୍ଧା ଚିହ୍ନେ ଭୁବନେଶ୍ୱରକୁ
ଭୁବନେଶ୍ୱର ଚିହ୍ନେ ପୁରୀକୁ
ଉପରୋକ୍ତ କଥାଟିକୁ ଟିକେ ଗୁରୁତର ସହ ବିଚାରକୁ ନିଅନ୍ତୁ । ୧୯୯୧ରେ ଶୈକ୍ଷିକ ସମ୍ମିଳନୀ , ଏତେ ଦିନର କଥା ମନେ ରଖିବା ଏବଂ ନିଜ ବୟସର ମୂଲ୍ଯାଙ୍କନ ସହ ପ୍ରଦତ୍ତ ପଶୁ - ମଣିଷ - ଖୋର୍ଦ୍ଧା - ଭୁବନେଶ୍ବର - ପୁରୀ କଥାକୁ ଦୃଷ୍ଟି ଦିଅନ୍ତୁ ; ସବୁକିଛି ବୁଝି ପାରିବେ ଟିକେ ଗଭୀର ସମୀକ୍ଷା କଲେ । ଖୋର୍ଦ୍ଧା , ଭୁବନେଶ୍ବର , ପୁରୀରେ ପଶୁ ରହନ୍ତି ; କେନ୍ଦୁଝରରେ ମଣିଷ ! କାଇଁ ଶେଷରେ ଲେଖିଲେନି ତ ପୁରୀ ଚିହ୍ନେ କେନ୍ଦୁଝରକୁ ! ଏଇ ଖୋର୍ଦ୍ଧା - ଭୁବନେଶ୍ବର -ପୁରୀ ପରା ତମ ପରି କେତେଜଣ ପଶୁଙ୍କୁ ମଣିଷ କରାଇ ସମାଜରେ ପରିଚିତ କରାଇ ଛାଡ଼ିଛି । ଅର୍ଥ ଦେଇ ତମେମାନେ ଏଇ ଜାଗାରୁ ସମ୍ମାନ କିଣିଛ । ଯାହାର ଖାଉଛ , ତା' ଟାଙ୍କ ଛେଦିବାକୁ ସରମ ମାଡୁନି ଟିକେ ? ମୁଁ ଯେତେବେଳେ ଏହା ଦେଖିଲି ଆଶ୍ଚର୍ଯ୍ୟ ହୋଇଗଲି । ମନ୍ତବ୍ୟଟିଏ ଦେଲି - " ପାଗଳର କଥା ପାଗଳ ବୁଝି ପାରେ , ଯେମିତି କାଲ କଥା କାଲ ମା' ହିଁ ଜାଣେ ।" ଏତିକି କହି ମୁଁ ମୋ' କାମରେ ଲାଗିଗଲି । ହ୍ବାଟ୍ସ୍ଆପ୍ରେ କଲ୍ ଆସିଛି ; ମୁଁ କାର୍ଯ୍ୟ ବ୍ଯସ୍ତ ହେତୁ ଉଠାଇ ପାରିନି । ପରେ ଯାଇ ଦେଖିଲି ସେ ମୋ' ମା' ବାପାଙ୍କୁ ନେଇ ଅସଭ୍ଯ ବୋଲି କହିଛନ୍ତି ମତେ ଏବଂ ସଙ୍ଗେ ସଙ୍ଗେ ଗ୍ରୁପ୍ରୁ ଲେଫ୍ଟ୍ ନେଇ ଯାଇଛନ୍ତି । ଜଣେ ଶିକ୍ଷକ ହୋଇ ଏଭଳି ମନ୍ତବ୍ୟ ଓ କାହାର ମା'-ବାପାଙ୍କୁ ନେଇ କହିବା କେତେ ଠିକ୍ ବୁଦ୍ଧିଜୀବୀ କୁହନ୍ତୁ । ମୋ' ଉତ୍ତରକୁ ପ୍ରତୀକ୍ଷା ନ କରି ଗ୍ରୁପ୍ରେ ଏଭଳି ଲେଖି ବିଦାୟ ନେବା କେତେ ଶିକ୍ଷିତ ବ୍ଯକ୍ତିର ପରିଚୟ ବୁଦ୍ଧିଜୀବୀମାନେ କୁହନ୍ତୁ । ମୁଁ ମନ୍ତବ୍ୟ ଦେଇଛି , ମତେ କହିବେ ; ମୋ' ମାଆ ବାପା କ'ଣ କଲେ ? ମୋ' ମା'-ବାପା କ'ଣ ତାଙ୍କ ମାଆ-ବାପା ପରି ନୁହନ୍ତି କି ? ସେ ପୁଣି କହିଛନ୍ତି -" ଯୋଉଦିନ ଏ ଅସଭ୍ଯ ଲୋକ ବର୍ଣ୍ଣବୋଧ ପଢ଼ି ଶିଖିବେ , ସେଇଦିନ ମୁଁ ଏଇ ଗ୍ରୁପ୍କୁ ଆସିବି ।" ବର୍ଣ୍ଣବୋଧ ଜ୍ଞାନ ଥିବା ଲୋକ ସେଇ ବର୍ଣ୍ଣବୋଧର ଅପମାନ କରିଛି କିପରି ? ନିଜେ ନିଜର ମାନପତ୍ର ଫକୀରମୋହନ ସେନାପତି ସମ୍ମାନ ଲେଖି ଅନୁଷ୍ଠାନର କର୍ମୀ ଥାଇ ବି ସମ୍ମାନ ପାଇଛି କେମିତି ? ସାହିତ୍ୟକୁ ଅର୍ଥ ଦେଇ କିଣୁଛି କେମିତି ?
ଜଣେ ଶିକ୍ଷକ ଏଭଳି କରିବା କେତେ ଯୁକ୍ତିଯୁକ୍ତ ବିଜ୍ଞ ମାନଙ୍କୁ ମୁଁ ଖେଦୋକ୍ତ ମାନସେ ବିନମ୍ର ପ୍ରାର୍ଥନା କରି ପଚ଼ାରୁଛି କୁହନ୍ତୁ । ଖାଲି ଉଦୟ ଭାନୁ ପରିବାର ନୁହନ୍ତି ; ଯିଏ ବି ଶୁଣୁଛି ଓ ଦେଖିଛି ସେ ବି ବିଷାଦିତ । ଯେଉଁ ସାହିତ୍ୟ ଅନୁଷ୍ଠାନ ବା ସାହିତ୍ୟିକ ଏଭଳି ବ୍ଯକ୍ତିଙ୍କୁ ସମର୍ଥନ ଜଣାଇ ସମ୍ବର୍ଦ୍ଧିତ ଓ ସମ୍ମାନ ପ୍ରଦାନ କରୁଛନ୍ତି ସେମାନେ ଜାଣି ରଖିବା ଉଚିତ୍ ସାହିତ୍ୟର କେତେ ଉନ୍ନତି କରୁଛନ୍ତି । ଏ ମହାଶୟ ଶିକ୍ଷକ ; ଛାତ୍ର -ଛାତ୍ରୀଙ୍କୁ କି ଶିକ୍ଷା ଦେଉଥିବେ ନିଜ ଆଖିରେ ଦେଖୁଛନ୍ତି । ଖାଲି ଅନୁଚିନ୍ତା ଲେଖିଦେଲେ ହେବନି ; ତା'ର ପାଳନ ଦରକାର । କଥା ଗୋଟେ କାମ ଆଉଗୋଟେ ; ବହୁରୂପୀ ଏଣ୍ଡୁଅ ପରି ରଙ୍ଗ ବଦଳାଇଲେ ଜଣେ ମାନ୍ୟ ହୋଇ ପାରିବ ଏକଥା ଭୂଲ୍ । ଏଭଳି ଜଣେ ହୀନମନ୍ଯତା ବ୍ଯକ୍ତି ବିଶେଷ ଜଣେ ସୁସାହିତ୍ୟିକ କେମିତି ହୋଇ ପାରିବ ? ଯାହାର ସହନଶୀଳତା ନାହିଁ ସେ ସାହିତ୍ଯିକ 'ସୁ' ନା 'କୁ' ବୁଦ୍ଧିଜୀବୀ କହିବେ । ଏଭଳି ବ୍ଯକ୍ତିକୁ ଅର୍ଥ ଲୋଭରେ ହେଉ କି ଯାହା ବି ଯେମିତି ହେଉ , ସମ୍ମାନ ଦେବା ପୂର୍ବରୁ କି ସମ୍ବର୍ଦ୍ଧନା ଦେବା ପୂର୍ବରୁ ପ୍ରତ୍ଯେକ ସାହିତ୍ଯନୁଷ୍ଠାନ ଶହେ ଥର ଚିନ୍ତା କରିବା ଉଚିତ୍ ବୋଲି ମୁଁ ମନେ କରେ । ଏହାର ବିଚ଼ାର ମୋ' ପରି ଜଣେ ମୁର୍ଖ ଅକିଞ୍ଚନ କରିପାରିବ କିପରି ? ବିନମ୍ର ପ୍ରାର୍ଥନା ମୋର ପ୍ରତ୍ଯେକ ସାହିତ୍ଯନୁଷ୍ଠାନ ଏବଂ ବୁଦ୍ଧିଜୀବୀ ମାନଙ୍କୁ ; ନିଶ୍ଚିତ ଏହାର ଏକ ଉପାୟ ବାହାର କରିବେ ଉପଯୁକ୍ତ ବିଚ଼ାରଧାରାରେ । ଏଭଳି ଲୋକଙ୍କ ପାଇଁ ପ୍ରକୃତ ସାହିତ୍ଯିକ ସମ୍ମାନରୁ ଯେପରି ବଞ୍ଚିତ ନ ହୁଅନ୍ତି , ସେ ପ୍ରତି ଧ୍ୟାନ ଦେବାକୁ ବିନମ୍ର ପ୍ରାର୍ଥନା । ଆଶା , ମୋ' ପରି ଜଣେ ଅଜ୍ଞାନର ଅନୁରୋଧକୁ ଆପଣ ମାନେ ନିଶ୍ଚିତ ରୂପେ ସାକାର କରିବେ ଉପଯୁକ୍ତ ବିଚ଼ାର ବିମର୍ଷ ସହିତ । ଭାଷା ସାହିତ୍ଯକୁ ଭଲ ପାଉଥିବା ମଣିଷଟେ ବୁଦ୍ଧିଜୀବୀ ମାନଙ୍କୁ ପ୍ରାର୍ଥନା ବାଢ଼ି ଉତ୍ତରର ପ୍ରତୀକ୍ଷIରେ ।