Sunanda Mohanty

Abstract Classics Fantasy

4  

Sunanda Mohanty

Abstract Classics Fantasy

ଉପରବାଳାଙ୍କ ଆଖି

ଉପରବାଳାଙ୍କ ଆଖି

2 mins
341


ଉପରଵାଲା ସବୁ ଦେଖୁଛନ୍ତି ବୋଲି ଆମର ବିଶ୍ୱାସ। ସେଇଥିପାଇଁ ଏ ସଂସାରରେ ପାପ କରିବା ପୂର୍ବରୁ ଶହେ ଥର ଭାବିଥାଏ ପାପୀ।ଦୋଷ କରିବା ପୂର୍ବରୁ ହଜାରେ ଥର ଚିନ୍ତାକରିଥାଏ ଦୋଷୀ। ପାପୀ ହେଉ ଅବା ଦୋଷୀ ବା ଯେ କୌଣସି ମଣିଷର କାର୍ଯ୍ୟକଳାପ ଉପରବାଲାଙ୍କ, ଆଖି ଭଳି କ୍ୟାମେରାରୁ ଖସି ଯାଏନି। ନିଶ୍ଚୟ ଦଣ୍ଡ ପାଏ। ତା ମନ ମାନେ କେବେ ସହଳ ତ କେବେ ଡେରିରେ।

   ବାସନ୍ତୀ ବହୁ ଡେରିରେ ଆସୁଛି କାମକୁ। ଗୋଟେ ଯୋଡ଼େ ଦିନ କଥା ଅଲଗା ହେଲେ ରୋଜ ରୋଜ ଡେରି। କହେ ତା ଛେଳିମାନଙ୍କୁ ସକାଳୁ ଟିକେ ଜଗି ରଖି ଚରାଇ ପୁଣି ଗୁହାଳରେ ଛାଡ଼ି ଆସିବାରୁ ଡେରି ହେଉଛି। ଜଗିବା କଣ ଦରକାର ପଚାରିଲେ କହୁଛି ଯେ ଛେଳି ଚୋରୀ ହେଉଛି। ପାଖାପାଖି ପଚିଶ ଛେଳିରୁ ଆଉ ଅଠରଟି ଅଛନ୍ତି। ହଁ, ମଣିଷଗୁଡାଙ୍କ ଠି ମଣିଷପଣିଆ ନାହିଁ। ଏକରେ ମାରି ଖାଉଛନ୍ତି ଦୁଇରେ ଚୋରୀ କରୁଛନ୍ତି କହି ବିସ୍ମୟ ପ୍ରକାଶ କଲେ ମାନୁ। କହିଲେ ହଉ ତୁ ବ୍ୟସ୍ତ ହୁଅନା।ଉପରବାଲା ସବୁ ଦେଖୁଛନ୍ତି। ବାସନ୍ତୀ କହୁଥିଲା ହଁ ମା ସେୟା ନୁହେଁ ଆଉ କଣ? କାହାକୁ ଆଖିରେ ଦେଖିନି ତ କାହାକୁ କହିବି।

  ମାନୁ କହିଲେ ଗୋଟେ କାମ କର। ଠାକୁରଙ୍କ ଛଡା ଫୁଲ ତୁଳସୀ କପଡାରେ ବାନ୍ଧି ସଭିଙ୍କ ବେକରେ ବାନ୍ଧିଦେ। ଦେଖିବୁ ଚୋର ଧରା ପଡ଼ିଯିବ। ବାସନ୍ତୀ କହୁଥିଲା ଠାକୁରଙ୍କ ପ୍ରତି ଭକ୍ତି ଭାବ ରଖି ତୁମେ ସିନା ଏକଥା କହୁଛ ମାଆ, ହେଲେ ମଣିଷ ଏବେ ଠାକୁରଙ୍କୁ ପଥର ବୋଲି ଭାବିଲେଣି ପରା ମାଆ। ବେଳ ପଡିଲେ ପଥର ମୁଣ୍ଡରେ ସିନ୍ଦୁର ମାରି ରୋଜଗାର କରି ଚଳୁଛନ୍ତି ତାଙ୍କରି ନାମ ନେଇ, ଆଉ ବେଳ ପଡିଲେ ତାଙ୍କୁ ପଥର ସଜେଇ ଚୋରୀ କରିବାକୁ ପଛଉ ନାଂହାନ୍ତି ପରା ମାଆ। ବାସନ୍ତୀ ଦୁଃଖରେ ବିଚଳିତ ଓ ମ୍ରିୟମାଣ ହୋଇ ମାନୁ କହିଲେ ବାସନ୍ତୀ ତତେ ଗୋଟେ କଥା କହିବି ଖରାପ ଭାବିବୁନି ତ। ନାଇଁ ମାଆ କହୁନ। ତ ଭରଷା ଓ ବିଶ୍ୱାସ ଗଦଗଦ ହୋଇ ମାନୁ କହିଲେ ଜଗନ୍ନାଥଙ୍କ ଅଭଡ଼ା, ଡାଲି ବେସର ସବୁ ରାତିରୁ ଆସି, ଖିଆପିଆ ସରିବା ପରେ କିଛି ବଳି ପଡିଛି। ଫ୍ରିଜ ଜିନିଷ, ତୁ ଘରକୁ ନେଇଯା ଖାଇବୁ ଓ ଛେଳିମାନଙ୍କୁ କିଛି ଖୁଆଇ ଦବୁ। ଦେଖିବୁ ଛେଳି ଚୋର ଆପେ ଆପେ ଧରା ପଡ଼ିଯିବ। ଠୋ ଠୋ ହସିଲା ବାସନ୍ତୀ। ତମର ଯୋଉ କଥା ମାଆ!

  ଦୁଇଦିନ ହେଲାଣି ବାସନ୍ତୀ କାମକୁ ଆସିନି। କିଏ ଅଛି ଯେ ତା ଘରକୁ ଯାଇ ବୁଲିକି ତା ଭଲ ମନ୍ଦ ବୁଝି ଆସିବ? ତାକୁ ଚାହିଁ ଚାହିଁ ଏଘର ସେଘର ହେଉଥାଆନ୍ତି ବାସନ୍ତୀ, ଝଡ଼ ପରି ଆସିଲା ବାସନ୍ତୀ କହିଲା ତୁମ କଥା ସିନା ହସରେ ଉଡାଇ ଦେଲି ମାଆ କିନ୍ତୁ ତୁମେ ଯେମିତି କହିଥିଲ ସେମିତି କରିବାରୁ ପରା ଛେଳି ଚୋର ଧରାପଡ଼ିଗଲା। କେମିତି ଲୋ???ଛେଳି ମାରି ମାଂସ ତରକାରୀ ଖାଇ ଅନାମ, ମୋ ପଡୋଶୀ ପରା ଝାଡା ବାନ୍ତି ହୋଇ ହସ୍ପିଟାଲରେ ପଡିଛି। ଅଭଡ଼ା ତୋରାଣୀ ଖାଇଥିବା ପିଇଥିବା ଛେଳି ହାଣି ଖାଇଲେ, ଦଇବ ସହିବ ମାଆ। ଉପରବାଲା ପରା ସବୁ ଦେଖୁଛନ୍ତି ମାଆ । ସହଜେ ଅଭଡ଼ା ମହିମା କୁଆଡେ ଯିବ। ହସିବେ କି କାନ୍ଦିବେ କିଛି ବୁଝିନପାରି ମାନୁ କହୁଥିଲେ ହଁ ଯେ ପ୍ରମାଣ କଣ? ବାସନ୍ତୀ ଅବୁଝା ଆଖିରେ ଚାହିଁଥିଲା ମାନୁଙ୍କୁ ଆଉ ସ୍ୱତଃ ତା ପାଟିରୁ ପୁଣି ଥରେ ବାହାରୁଥିଲା, ଉପରବାଲା ପରା ସବୁ ଦେଖୁଛନ୍ତି।



Rate this content
Log in

Similar oriya story from Abstract