Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Satyabati Swain

Tragedy Inspirational

3  

Satyabati Swain

Tragedy Inspirational

ଉଡାଣ

ଉଡାଣ

4 mins
368


ସ୍ୱପ୍ନ ନାହିଁ ତ ଜୀବନ ନାହିଁ।ସ୍ବପ୍ନ; ମୁଠେ ସମ୍ମୋହନ

ବ୍ଢ଼ିବା,ଗଢିବା ପାଇଁ ଜବରଦସ୍ତ ଗୋଟେ ଆକର୍ଷଣ।ଧାରୁଆ ଅସ୍ତ୍ରଟିଏ।ଯିଏ ମନୁଷ୍ୟକୁ ଦୌଡା ଶିଖାଏ

ଜିତିବାକୁ ଖେଂଜେ ,ବଞ୍ଚିବାକୁ ପ୍ରେରଣା ଦିଏ।ଲକ୍ଷ୍ୟ ପଥରେ ସଫଳ ହେବା ପାଇଁ ସ୍ବପ୍ନ ହିଁ ପ୍ରୋତ୍ସାହିତ କରେ ସ୍ୱପ୍ନ ଗୋଟେ କେବେ ଜୀବନ ତମାମ ନ ଶୁଖୁଥିବା ନଈ।ଶେଷ ହିଁନ୍ ଶୋଷ। ସ୍ବପ୍ନ ବ୍ୟତିରେକେ ଆକାଶ ଛୁଇଁବା,ସମୁଦ୍ରରେ ପହଁରିବା କି ହିମାଳୟରେ ପତାକା ପୋତିବା ଅସମ୍ଭବ।ସ୍ବପ୍ନ ନଥିଲେ ମଣିଷ ଜହ୍ନରେ ଜାଗା କିଣତା କି!!ମଙ୍ଗଳରେ ଘର କରିବା ଯୋଜନା ଓ ନକ୍ସା ଗଢନ୍ତା ନାହିଁ ଯଦି ସ୍ୱପ୍ନ ଟିଏ ନଥାନ୍ତା।ପ୍ରତ୍ୟେକ ମଣିଷର ଅସଂଖ୍ୟ ସ୍ୱପ୍ନ ଥାଏ।ଅସଂଖ୍ୟ ମଧ୍ୟରୁ କେତୋଟି

ମୁଖ୍ୟ ସ୍ଥାନରେ ଥାଆନ୍ତି।ତାକୁ ସତ କରିବା ପାଇଁ ମଣିଷ ସମୟ ସହ ପ୍ରତିଯୋଗିତା କରେ।ଦୌଡେ ଖାଲି ଦୌଡେ।ସ୍ବପ୍ନ ସାକାର କରିବା ପଛରେ ଥାଏ ସାଧନା,

ଅଧ୍ୟବସାୟ।କେଇଟି ମୁହଁ,କେତୁଟା ଦିନ ବି ସ୍ବପ୍ନ ସତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥାନ୍ତି।

      ସବୁ ଦିନ ସବୁ ମୁହଁ ହୃଦୟ କାନ୍ଥରେ ଛାପି ହୋଇ ରୁହେ ନାହିଁ।ସମୟ କ୍ରମେ ଦିନ,ମୁହଁ,ସମ୍ପର୍କ ତଥା ଦୁଃଖ ବି ଭୁଲି ହୋଇଯାଏ।କିନ୍ତୁ କିଛି ଦିନ,ମୁହଁ

,ଦୁଃଖ ବା ସମ୍ପର୍କ ହୃଦୟ କାରାଗାରରେ ବନ୍ଦୀ ହୋଇ ମଲା ଯାଏ ରହି ଯାଆନ୍ତି।ଚାହିଁଲେ ବି ସେ ସବୁ ଭୁଲି ହୁଏନି।ସେମାନେ ନିବୁଜ କୋଠରୀ ଭିତରେ ଗହମ ନିଦରେ ଶୋଇ ପଡ଼ିଥାନ୍ତି।ବେଳ ଅବେଳରେ ଉଠନ୍ତି।ଦିଅନ୍ତି ମିଠା ମିଠା ଦରଜ।ଦଲକାଏ ଦଲକାଏ ରକ୍ତ ବି ବୁହାନ୍ତି ଉଖାରି।ଏମିତି କେତେ କ୍ଷତ ଅଛି ଯେ ସମୟ କ୍ରମେ ମେଲି ମେଲି ଯାଏ କ୍ୟାନ୍ସର ଘା ପରି।ଖାଇଦିଏ ମନ,ହୃଦୟ,ଓ ଆତ୍ମା।କିନ୍ତୁ ଖୁସି ଦେଇଥିବା,ସ୍ୱପ୍ନକୁ ସାକାର କରିବାରେ ଅବଦାନ ଥିବା ବ୍ୟକ୍ତିଙ୍କ ପରୋକ୍ଷ ବା ପ୍ରତ୍ୟେକ୍ଷରେ ପ୍ରଚ୍ଛନ୍ନ ହାତକୁ କୌଣସି ଦିନ ଭୁଲିହୁଏ ନାହିଁ।ସେ ସେମିତି ମନ ସିଂଧୁକରେ ସାଇତା ଥାଏ ଆଜୀବନ।

     ସେମିତି ହାତ ଥିଲେ ମୋ ରେଭେନ୍ସାର୍ ବନ୍ଧୁ ବର୍ଗ।କଲେଜ ପଢା ପରେ ପରେ ମୋର ବାହା ଘର ହୋଇଗଲା।ନଈରୁ କେନାଲ ହୋଇ ମୁଁ ମୋ ସ୍ୱପ୍ନର ଡେଣା କାଟି ରହିଲି ବିଧି ବିଧାନ,ପ୍ରଥା ପରମ୍ପରାର ଅଗଣାରେ।ଛଟ୍ ପଟ ହେଲି ନିଃଶବ୍ଦେ।କାନ୍ଦିଲି କିନ୍ତୁ ସେ କାନ୍ଦ କେବଳ ମୋତେ ଶୁଭିଲା।ମୋତେ ହିଁ କାଟିଲା।ପଞ୍ଜୁରୀ ଆଦରି ନେଲି।ଶଗଡ଼ ଗୁଳାରେ ଚାଲିବା ଅଭ୍ୟାସ କଲି।ମନ କିନ୍ତୁ ସବୁବେଳେ ଖୋଜିଲା ଖୋଲା ଆକାଶର ବୁକୁ।

     ସ୍ୱପ୍ନକୁ ଥାପୁଡ଼ାଇ ଶୁଆଇ ଦେଲି ଜୋର୍ ଜବରଦସ୍ତ।କାହିଁକିନା ମୋ ଭାଗ୍ୟରେ ମିଳିଥିବା ଲୋକଙ୍କୁ ମୋ ପାଗଲାମୀ କି ସ୍ବପ୍ନ ପସନ୍ଦ ନଥିଲା।ସେମାନେ ଖାଲି କହୁଥିଲେ ସଂସାର ଭିତରେ ହଜେ।ପିଲା ଛୁଆ ଜନ୍ମ କର।ପରିବାର ସଦସ୍ୟଙ୍କ ଦେଖା ଚାହାଁ ମୋର କରିବା କୁଆଡେ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ।ସ୍ୱାମୀର ସୁଖ ଦୁଃଖ ଭାଗିଦାର ହଅ।ମୋର ନିଜସ୍ୱ ସ୍ବପ୍ନ,ଆଶା ଅଛି ସେକଥା କେହି ଭାବିଲେ ନାହିଁ।ସମସ୍ତଙ୍କ ପଛରେ ଶୋଇ ସଭିଙ୍କ ଆଗରେ ଉଠିବା ମୋ ଜୀବନର ନିଶ୍ଚିନ୍ତ କାର୍ଯ୍ୟ।ତ୍ୟାଗ,ସେବା,ଦେବା,କରିବା

,ଶୁଣିବା,ସହିବା,ଲୁଚେଇ କାନ୍ଦିବା ମୋର କୁଆଡେ ଜନ୍ମ ଜାତକର ଠିକଣା।

     କାନ୍ଦିଲେ ଦୋଷ,ହସିଲେ ଦୋଷ,କହିଲେ ଦୋଷ ପୁଣି ଚୁପ୍ ରହିଲେ ବି ଦୋଷ।ମୁଁ ବୁଝି ପାରେ ନାହିଁ କଣ କରିବା ମୋର ଠିକ୍।

     ଏମିତି ଜୀବନ ଜିଇଁବାରେ ଅଭ୍ୟସ୍ତ ହୋଇଗଲି ମୁଁ।ମୋ ସର୍ବଶ୍ରେଷ୍ଠ ସ୍ବପ୍ନ ମୁହଁ ମାଡି ଶୋଇ ପଡିଲା।ଭଲ ଝିଅ ଓ ଭଲ ବୋହୂର ଷ୍ଟାମ୍ପ ପାଇବା ପାଇଁ ମୋର ଚାଲିଲା କୁଛ୍ର ସାଧନା।ମୁଁ ବି ଆସ୍ତେ ଆସ୍ତେ ଭୁଲିଗଲି ସ୍ବପ୍ନ ଦେଖା।

     ହଠାତ୍ ଦିନେ ମୋ କଲେଜ ପଢିବା ବନ୍ଧୁ ପହଂଚିଲେ ମୋ ଶାଶୁଘରେ।ଯେବେ ସୋସିଆଲ ମିଡିଆରେ ଆମେ ଯୋଡି ହୋଇଗଲୁ,ଚିହ୍ନା ପରିଚୟ ବଢ଼ିଲା ।ସେମାନେ ମୋତେ ଦେଖି କହିଲେ "ତୁ ସ୍ୱପ୍ନା ତ!!!"

     ମୁଁ ମୁହଁରେ ବେଶୀ ଭିତରେ କିନ୍ତୁ କମ୍ ହସି କହିଲି କାଇଁ ମୋର କଣ ଏତେ ପରିବର୍ତ୍ତନ ହୋଇଛି ଯେ ଚିହ୍ନିବା ମୁସ୍କିଲ ହେଉଛି!!!

     "ନିଶ୍ଚିନ୍ତ....।କାଇଁ ସେଇ ସ୍ବପ୍ନଭିଳାଷୀ,ସ୍ମାର୍ଟ ,ହସକୁରି ଝିଅ ସ୍ୱପ୍ନା!!!ତୁ ତ ପକ୍କା ଘରଣୀ ପାଲଟି ଯାଇଛୁ।ତୋ ଲେଖା ଲେଖି କଥା କ'ଣ??ଆଉ କରୁଛୁ ନା ନାଇଁ ମ।ତାକୁ ବି ସମାଧି ଦେଇ ଦେଇଛୁ ଧନ୍ୟ କହିବ ତୋତେ।ଈଶ୍ୱର କି ସୁନ୍ଦର ପ୍ରତିଭା ତୋତେ ଦେଇଥିଲେ;ତୁ କିନ୍ତୁ ଅନ୍ୟାୟ କଲୁ।"

     କେମିତି କହନ୍ତି ମୋ ସାଙ୍ଗ ମାନଙ୍କୁ କି ମୋ ସ୍ୱାମୀ,ଓ ଶାଶୁ ଘର ଲୋକେ ଲେଖା ଲେଖି କଲେ ସମୟର ଅପଚୟ ବୋଲି କୁହନ୍ତି। ଲେଖା ଲେଖିରେ ଅଯଥା ସମୟ ନଷ୍ଟ ନ କରି ବରଂ କମ୍ପିଟେଟିଭ୍ ପରୀକ୍ଷା ଦେଇ ଟିଚରରୁ ଓ ଏ ଏସ୍ କି ଆଇ ଏ ଏସ୍ ହେବାକୁ ଚେଷ୍ଟା ଜାରି ରଖ ବୋଲି ସାଧୁ ପରାମର୍ଶ ଦିଅନ୍ତି।

     ସେମାନେ କେମିତି ବୁଝିବେ ଲେଖା ଲେଖିରେ ମୁଁ କି ଆନନ୍ଦ ପାଏ....।ଯାହାକୁ ସେମାନେ ଅଯଥା ସମୟ ଅପଚୟ ବୋଲି କୁହନ୍ତି!!!ପ୍ରତିବାଦ କରି ଶିଖିନି।ଏଣୁ ଚୁପ୍ ରୁହେ।ନିଜ ଲୁହ କୋହ ଶୋଇବା ପୂର୍ବରୁ ଉତ୍ତାରିବାକୁ ଚେଷ୍ଟା କରେ।ଏହା ପୁଣି ଲୁଚାଇ ସବୁରି ଅଲକ୍ଷେ।ପତିଦେଵ ବେଶୀ ଅସନ୍ତୁଷ୍ଟ ହୁଅନ୍ତି ତାଙ୍କ ଖୁସି ଭାଗ ସମୟରୁ ଲେଖା ଲେଖିରେ ବର୍ବାଦ କରେ ବୋଲି।ଖୁବ୍ ରାଗନ୍ତି ବି।ଅଭିମାନରେ କୁହନ୍ତି ସେଇ ଲେଖା ଲେଖିକୁ ବାହା ହେଲନି...

     ସେବେଠୁ ସବୁ ବନ୍ଦ ହୋଇଗଲା।ମନ ମରିଗଲା।ବନ୍ଧୁ ମାନେ କିନ୍ତୁ ଘୋର ଆପତ୍ତି ଉଠାଇଲେ କି ମୋ ପ୍ରତିଭାକୁ ଠିକ୍ ନ୍ୟାୟ ମିଳୁନି।ଅବିଚାର ହୋଇଛି ମୋ ବିଧି ଦତ୍ତ ସୃଜନ ପାଇଁ।ମୋତେ ସୁଯୋଗରୁ ବଞ୍ଚିତ କରାଯାଇ ମୋ ପ୍ରତି ଅତ୍ୟନ୍ତ ଅନ୍ୟାୟ ହୋଇଛି।

     ତାପରେ ମୋ ସ୍ୱାମୀ କ'ଣ ଭାବିଲେ କେଜାଣି ମୋ ସବୁ ଲେଖା ମୋ ଅଜାଣତେ ନେଇ ଜଣେ ବିଶିଷ୍ଟ ଗାଳ୍ପିକ ଙ୍କୁ ଦେଖାଇଲେ।ଏ ସବୁ ମୋ ଅଜ୍ଞାତରେ ହେଉଥିଲା।ପ୍ରସିଦ୍ଧି ପାଇଥିବା ଗାଳ୍ପିକ ଜଣକ ମୋ ଲେଖା ପଢି ଅଭିଭୂତ ହୋଇ ତୁରନ୍ତ ଏହାର ଆତ୍ମ ପ୍ରକାଶ କର ବୋଲି କହିଥିଲେ।ବହୁତ ପ୍ରଶଂସା କରିଥିଲେ ମୋ କଲମକୁ।ଯାହା ପଛରେ ମୋତେ ମୋ ସ୍ୱାମୀ କହିଲେ।

     କିନ୍ତୁ ମୋ ବନ୍ଧୁ ମାନେ ଆସିବାର ତିନି ମାସ ପରେ ଦିନେ ମୋତେ ଚମକାଇ ମୋ ସ୍ୱାମୀ ଓ ଶାଶୁ ଘର ଲୋକେ ଗୋଟେ ବଡ଼ ସର୍ ପ୍ରାଇଜ ଦେଲେ।ସର୍ ପ୍ରାଇଜଟା ଏତେ ବଡ଼ ଥିଲା ଯେ ମୁଁ କିଛି କ୍ଷଣ ତୁନି ପଡ଼ିଗଲି।ବାକ୍ଶୁନ୍ୟ ହୋଇ ମୁଁ କେବଳ ସମସ୍ତଙ୍କ ମୁହଁକୁ ଚାହିଁଲି।ଏହା କ'ଣ ସତ....!!

     ଆମ ସାତ ବର୍ଷ ପୂର୍ତ୍ତି ବିବାହ ବାର୍ଷିକୀ ପାଳନ ଅବସରରେ ମୋତେ ଗୋଟେ ବଡ଼ ଝଟ୍କା ଦେଲା ପରି ଉପହାର ଟିଏ ଦିଆଗଲା।ମୋ ହାତରେ ଥିଲା ମୋ ନିଜ ଲିଖିତ ଗଳ୍ପ ପୁସ୍ତକ" ଉଡାଣ"।ଓଃ କ'ଣ ବର୍ଣ୍ଣନା କରି ପାରିବି ସେଇ ଖୁସିର ମୁହୂର୍ତ୍ତର ଅନୁଭବକୁ!!!ସତରେ ଉଡାଣ ଭିତରେ ମୋ ସ୍ବପ୍ନ ଉଡାଣ ଭରୁଥିଲା ଆକାଶ ଛୁଇଁବାକୁ।ମୁଁ ଭାଵ ବିହ୍ଵଳ ହୋଇ ଚୁମିବାକୁ ଲାଗିଲି ଉଡାଣ ଗଳ୍ପ ପୁସ୍ତକଟିକୁ।ସ୍ବପ୍ନ ଯେବେ ସତ ହୁଏ ;ଆକାଶର ଜହ୍ନ ସତେ କି ଖସି ପଡେ ହାତରେ!!ପୁଣି ସେ ଯଦି ହୋଇଥିବ ଅନ୍ତର୍ନିହିତ ପ୍ରତିଭାର ଉଡାଣ।ସତ କହୁଛି "ଉଡାଣ "ବହିଟି ଧରି ଉଡୁଥିଲି ମେଘକୁ ଛୁଇଁ ସୂର୍ଯ୍ୟଙ୍କୁ ଘେରି ଘେରି ସେଦିନ।


Rate this content
Log in

More oriya story from Satyabati Swain

Similar oriya story from Tragedy