Madhabi Patel

Inspirational

3  

Madhabi Patel

Inspirational

ଉଚ୍ଚ ଆକାଂକ୍ଷା

ଉଚ୍ଚ ଆକାଂକ୍ଷା

4 mins
193


ପାହାନ୍ତି ହେବାକୁ ବସିଲାଣି ପୂର୍ବାକାଶ ସିନ୍ଦୁରା ରଂଗରେ ରଂଗାୟିତ ହେବାର ଉପକ୍ରମରେ ଲାଗିଛିl ପକ୍ଷୀମାନଙ୍କର କଳରବ ହେବା ଆରମ୍ଭ ହୋଇଗଲାଣିl କାଉଙ୍କର କା କା ରାବ ଓ କୁକୁଡାଙ୍କର କକରେ କଁ ଶୁଭିଭା ଆରମ୍ଭ ହୋଇଯାଇଛିl ହେଲେ ମନ୍ମଥର ଆଖିରେ ନିଦନାହିଁl ଫୁଲପାଖୁଡା ମାନଙ୍କରୁ କାକର ସବୁ ନିଗିଡି ପଡୁଥିବାବେଳେ ତା ଆଖିରୁ ବି ନିଗିଡି ପଡୁଥିଲା କେଇଟୋପା ଲୁହ l ତା ସଂସାର କଣଥିଲା ଏବେ କଣ ହେବାକୁ ଯାଉଛି l ପ୍ରେମର କେତେ ଉଚ୍ଚ ଉଚ୍ଚ ଗମ୍ବୁଜ ଗଢିଥିଲେ ସେମାନେ ହେଲେ ଚିନ୍ମୟୀ ଉଚ୍ଚାକାଂକ୍ଷା ଓ ଉଗ୍ରଆଧୁନିକତାର

ଶିକାର ହେଲାl

ପଥହୁଡି ଦିଗହରା ପୋତଟିଏ ପରି କେବେ ଏ କୂଳ ତ କେବେ ସେ କୂଳରେ କିନାରା ଖୋଜିଲାl ଭୂଲିଗଲା ସେ ତିନି ବର୍ଷର ଏକ ପୁତ୍ର ସନ୍ତାନର ଜନନୀl ପାଶ୍ଚାତ୍ୟ ସଭ୍ୟତାର ବ୍ୟବସାୟିକ ବୁଦ୍ଧିମତା ମାତୃତ୍ବର ଅପତ୍ବ ମମତାକୁ ଗ୍ରାସ କରିଦେଲାl

ସେ ସବୁବେଳେ ଆଗକୁ ଉଠିବାକୁ ଚାହୁଁଥିଲାl ଠିକ୍ ଅଛି ସମସ୍ତେ ଚାହାଁନ୍ତି ହେଲେ ଠିକ୍ ରାସ୍ତାରେ ନିଜ ପରିଶ୍ରମ ବଳରେl ଭୁଲ ରାସ୍ତାରେ କାହାରି ଅନୁଗ୍ରହରେ ନୁହେଁl

ବିଳାସ ବ୍ୟସନର ଜୀବନ ମଦନିଶା ପରପୁରୁଷର ସାନିଧ୍ୟର ସୁଖରେ ମତୁଆଲି ରହୁଥିଲା ସବୁବେଳେl

ମନ୍ମଥର ଉଚ୍ଚପଦସ୍ଥ ଅଫିସରମାନଙ୍କ ସହ ରାତ୍ରୀ ଯାପନ କରୁଥିଲାl ତାଙ୍କ ଜରିଆରେ ସେ ଚାହୁଁଥିଲା ମନ୍ମଥର ଶୀଘ୍ର ପଦୋନ୍ନତି ହେଉ ଓ ସେ ବିଦେଶ ଯାତ୍ରାର ସୁଖ ପାଉl ହେଲେ ମନ୍ମଥର ଚିନ୍ତାଧାରା ସଂପୂର୍ଣ୍ଣ ଭିନ୍ନ ଥିଲାl ସେ ଏକ ଗ୍ରାମିଣ ପରିବେଶରେ ବଢି ଆସିଛିl ବପାମାଆଙ୍କ ଏକ୍ସିଡେଣ୍ଟରେ ମୃତ୍ୟୁ ପରେ ପିତୃ ମାତୃହରା ହୋଇ ଅଜା ଆାଈଙ୍କ ପାଖର ବଢିଛିl ମାତୃ ସୁଖରୁ ବଞ୍ଚିତ ହୋଇ ସେ ମାଆର ମମତାକୁ ସବୁବେଳେ ଝୁରିହେଉଥିଲାl ସାଙ୍ଗମାନଙ୍କ ମାଆମାନେ ନିଜ ପିଲାଙ୍କୁ ଆକଟକରି ନାନା ଶିକ୍ଷା ଦେଲାବେଳେ ସେ ଲପଣ୍ଡୁ ପରି ଏଆଡେ ସେଆଡେ ଘରିବୁଲୁଥିଲା ନିୟନ୍ତ୍ରଣହୀନ ପତାଙ୍ଗି ବା ଗୁଡିଟିଏ ପରି ଦୁଇପହର ସାରା ଖରାତରାରେl ସ୍କୁଲ ଗଲେ କିଛି ବୁଝିନପାରିଲେ ଘରେ ବୁଝାଇ ଦେବା ପାଇଁ କେହିନଥିଲେl ଅଜାଆଈ ତାର ଚାଟଶାଳି ମାଡିନଥିଲେl ତଥାପି ସେ ଭଲ ପାଠ ପଢୁଥିଲାl ନିଜେ କିଛି ଗୋଟେ କରିବାର ସଂକଳ୍ପଟେ ତା ମନଭିତରେ ଉଜ୍ଜୀବିତ କରି ରଖିଥିଲାl ମମତା ରଂକୁଣା ମନ୍ମଥ ବଡହୋଇ ସ୍ତ୍ରୀ ପାଖରୁ ସେତକ ପାଇବାର ଅଭୀପ୍ସା ସଂଚିତ କରି ରଖିଥିଲା ହୃଦୟ ଭିତରେl ପ୍ରଥମେ ପ୍ରଥମେ କେଇବର୍ଷ ତାର ବୈବାହିକ ଜୀବନ ସୁଖପ୍ରଦ ଥିଲାl ଚିନ୍ମୟୀକୁ ସେ ବହୁତ ଭଲ ପାଉଥିଲାl ଚିନ୍ମୟୀ ତାର ଭାଗ୍ୟରେ ମିଳିବା ତା ଆଶା ବାହାରେ ଥିଲାl ବଡ ଅଫିସରର ସୁନ୍ଦରୀ ଏକଇ ଉଚ୍ଚ ଶିକ୍ଷିତା ଦୁଳାଳୀ ତାପରି ଏକ ଅନାଥ ଭାଗ୍ୟରେl ସେଥିପାଇଁ ସେ ନିଜକୁ ଗୌରବାନ୍ବିତ ଭାବୁଥିଲାl ଚିନ୍ମୟୀ ବି ତାର ପ୍ରେମର ଅଳି ଅଝଟକୁ ନିସଂକୋଚରେ ପୂରା କରୁଥିଲା ଖୁସିରେl ସେ ଚିନ୍ମୟୀର ଛାତିରେ ମଥାରଖି ଶୋଉଥିଲା ଓ ତା ମୁଣ୍ଡର କେଶଗୁଚ୍ଛରେ ଅଙ୍ଗୁଳି ଚାଳନ କରିବାକୁ କହୁଥିଲାl ଯାହା ମାଆଠାରୁ ସେ ପାଇନି ସେସବୁ ସେ ସ୍ତ୍ରୀଠାରୁ ପୁରା କରୁଥିଲାl କହିବାକୁ ଗଲେ ଚିନ୍ମୟୀ ଥିଲା ତାପାଇଁ ଏକା ସାଙ୍ଗରେ ମାଆ ପ୍ରେମିକା ଓ ସହଧର୍ମିଣୀର ସମ୍ମିଶ୍ରଣl ପୁଅ ହେବାପରେ ତା ଭାଗ ବସାଇ ନେଲାl ଏବେ ଦିଜଣଙ୍କ ମଝିରେ ସେ ଶୋଇଲାl ମନ୍ମଥକୁ ଆଉ ଚିନ୍ମୟୀକୁ ଧରି ଶୋଇବାର ଶୁଖ ମିଳିଳାନିl ତଥାପି ସେ ଖୁସି ଥିଲା ଏତିକି ତ ତ୍ୟାଗ କରିପାରିବ ତା ଛୋଟୁପାଇଁl

ଥରେ ଚିନ୍ମୟୀକୁ ଧରି ସେ ପାର୍ଟିକୁ ଯାଇଥାଏl ଚିନ୍ମୟୀ ତ ଏମିତି ସୁନ୍ଦରୀ ଥିଲା ତା ସାଙ୍ଗରେ ଆଧୁନିକା ବିl ସବୁପ୍ରକାର ଆଧୁନିକ ପ୍ରସାଧନଓ ପାଶ୍ଚାତ୍ୟ ପୋଷାକର ସୌକିନ ଥିଲା ସେl ପାର୍ଟିରେ ତାର ବସ୍ ତାର ସୁନ୍ଦରତାର ପ୍ରଶଂସାର ପୋଲ ବାନ୍ଧିଦେଲେl ସେ ଦିନଠୁ ସେ ବଦଳିବାକୁ ଲାଗିଲାl

ସେ ଜଣେ ବଡ ଆର୍ମୀ ଅଫିସରଙ୍କ ଝିଅଥି୍ଲାl ଦୁଇଜଣଙ୍କ ପ୍ରଥମ ଦେଖା ହେଇଥିଲା ଫ୍ଲାଇଟରେ |ଯାତ୍ରା ସମୟରେ ଦୁଇଜଣ ଗୋଟିଏ ସିଟରେ ବସିବାର ସୌଭାଗ୍ୟ ପାଇଥିଲେl ସେଠାରେ ଦୁଇଜଣଙ୍କର ପରିଚୟ ହୋଇଥିଲାl ମନ୍ମଥ ବି ଦେଖିବାକୁ ହେଣ୍ଡସମ୍ ଓ ଚିନ୍ମୟୀ ବି ସୁନ୍ଦରୀl ଦି ଜଣଙ୍କ ଯୋଡି ଫିଟ୍ ଥିଲାl

ସେମାନେ ଫୋନ ନମ୍ବର ଆଦାନ ପ୍ରଦାନ ହେଲେl ପରେ କଥାବାର୍ତ୍ତା ହେଉ ହେଉ ଘରେବି ତାଙ୍କ କଥା ପଡିଲାl ଦୁଇଜଣଙ୍କ ପରିବାର ରାଜିହେଲେ ଜାକଜକମରେ ବାହାଘର ସରିଗଲାl ମନ୍ମଥ ବି ଜଣେ ମେଧାବୀ ଛାତ୍ରଥିଲା ଇଞ୍ଜିନିୟର ହିସାବରେ ଦେଢଲକ୍ଷ ଖଣ୍ଡେ ଦରମା ପାଉଥିଲାl ଇନ୍କମ୍ଟେକ୍ସ ପାଇଁ କିଛି କଟି ତଥାପି ଲକ୍ଷେ କୋଡିଏ ହାତକୁ ଆସୁଥିଲାl ଚଳିବାରେ ସେମିତି କିଛି ଅସୁବିଧା ନ ଥିଲାl ହେଲେ ଚିନ୍ମୟୀର ବିଦେଶ ଯିବାର ଅଭିଳାଷ ତାକୁ ପଥଭ୍ରଷ୍ଟ କରିଦେଲାl ସେ କ୍ଲବର ମେମ୍ବରଟିଏ ହୋଇଯାଇ ହାକିମଙ୍କ ଖୁସି କରିବା ପାଇଁ ସବୁପ୍ରକାରେ ଚେଷ୍ଟିତ ଥିଲାl ତାଙ୍କସହ ନାଚ ଗୀତ ବିଅର ନେବା ସବୁ ଶିଖିଗଲାl ରାତିରେ ବିଲମ୍ବରେ ଫେରିଲାl ପୁଅକୁ ଆୟା ଭରସାରେ ଛାଡି ଦିଜଣ ନିଜ କାମରେ ଚାଲି ଯାଉଥିଲେl ପୁଅ ଏକାକୀ ମାଆକୁ ଝୁରି ହେଉଥିଲାl ଆୟାର କଥା ନମାନି ଚିଡିଚିଡା ହେବାକୁ ଲାଗିଲାl ମନ୍ମଥ ଚିନ୍ମୟୀକୁ ବହୁତ ଭଲ ପାଉଥିଲା ବୋଲି ତାର ଏ କଦର୍ଯ୍ୟ ରୂପକୁ ବି ସହିଯାଉଥିଲାl ହେଲେ ପୁଅର ଅଲୋଡାପଣ ଦେଖି ତାର ପୌରୁଷତ୍ବ ବେଳେବେଳେ ଚିହିଙ୍କି ଉଠୁଥିଲାl ମନ ଚାହୁଁଥିଲା ଚିନ୍ମୟୀର ତଣ୍ଟିଚିପି ମାରିଦବl ସେଦିନ ଏମିତି ପାହାନ୍ତି ଯାଏ ଆବୁରୁ ଜାବୁରୁ ଭାବୁ ଭାବୁ କତେବେଳେ ଟିକେ ନିଦ ଆସିଯାଇଥିଲାl ସକାଳ ପହପହକୁ ଚିନ୍ମୟୀର କାର୍ ଆସିବାର ଶବ୍ଦ ହେଲାl

ସେ ମଦନିଶାରେ ଟଳିଟଳି ଆସୁଥାଏl ସେଦିନ ପୁଅକୁ ଜ୍ବରଥିଲା l ରାତିରେ ବହୁତ କନ୍ଦାକଟା କରି ମନ୍ମଥ ଠାରୁ ଲୋରି ଶୁଣି କେତେ କଷ୍ଟରେ ଶୋଇଛିl ପୁଅର ଦଶା ମନ୍ମଥ ପାଇଁ ଅସହନୀୟ ଥିଲାl ଚିନ୍ମୟୀ ଆସି ଖଟରେ ମନ୍ମଥ ସହ ପୁଅକୁ ଦେଖି ଆଚମ୍ବିତ ହୋଇ କହିଲା, ଡାର୍ଲିଂ ପୁଅ ଆଜି ଆମ ବେଡରେ ଶୋଇଛି କାହିଁକି l ସେ ତ ଏବେ ଆୟା ସଂଗେ ସୁଏl

ମନ୍ମଥର ପାରା ଚଢିଗଲା l ସେ କହିଲା ତୁମେ କେମିତି ମାଆ କେଜାଣି ?ପୁଅର ମନକଥା କିଛି ବୁଝି ପାରୁନl

ଏତେ ଛୋଟପିଲାକୁ ନିଜଠୁ ଦୂରେଇ ନିଜର ଦେହ ସୁଖ ପାଇଁ ଚାଲିଯାଉଛl ସେ ପରା ଆମର ଭବିଷ୍ୟତl ସେ ତୁମଠୁ କଣ ଶିକ୍ଷିବ? ମତେ କଣ ଭାବିବ? କେମିତି ସମ୍ମାନ ଦେବ|

ହେଲେ ଚିନ୍ମୟୀ ଠାରେ କିଛି ପ୍ରଭାବ ପଡିଲାନିl ସେ ମନ୍ମଥକୁ ଖୁସି କରିବାକୁ ତା କୋଳକୁ ଭିଡିଆଣି ଚୁମାଟେ ଦେଇ କହିଲା ଆଜି ମୋର ଚିର ଇପ୍ସିତ ଜିନିଷ ମିଳିଯାଇଛିl ଏତେ ଦିନର ପରିଶ୍ରମ ସାର୍ଥକ ହେଇଛି|

ବସ୍ ତୁମକୁ ଆମେରିକା ପଠାଇବାକୁ ରାଜି ହୋଇଯାଇଛନ୍ତିl ଆମେ ତିନିଜଣ ଏବେ ଆମେରିକା ଯିବା |

ସେଠି କେହି କାହାରି ଜୀବନରେ ହସ୍ତକ୍ଷେପ କରନ୍ତି ନାହିଁl ମୋ ବିପକ୍ଷରେ ତୁମକୁ ଆଉ କେହି କିଛି ଶୁଣେଇବେ ନାହିଁl ଆମେ ନିଜ ପସନ୍ଦରେ ଜୀବନର ସବୁଖୁସି ଲୁଟିବାl ତାର ଏପରି କଥା ଶୁଣି ମନ୍ମଥ ଆଉ ନିଜ ରାଗ ସମ୍ଭାଳି ପାରିଲାନି ତାର ହାତ ଦୁଇଟା ଆପେ ଆପେ ତା ବେକ ଆଡକୁ ବଢିଗଲା ଓ ତା ବେକକୁ ଧରି ଚିପିବାକୁ ଲାଗିଲାl ଚିନ୍ମୟୀ ଗଁ ଗଁ ଶବ୍ଦକରି ଢଳିପଡିଲା ଖଟରେl ଠିକ୍ ସେତିକି ବେଳକୁ ଗେଟରେ କାର୍ ଆସିବାର ଶବ୍ଦ ହେଲାl ମନ୍ମଥର ନିଦ ଖୋଲିଗଲାl ତାହେଲେ ଏସବୁ ସ୍ବପ୍ନଥିଲାl ସେ କେମିତି ଏମିତି ସ୍ବପ୍ନ ଦେଖିପାରିଲାl ସେ ଯଦି ଚିନ୍ମୟୀକୁ ହତ୍ୟା କରିଥାନ୍ତା ତହେଲେ ତାକୁ ବି ତ ଜେଲ ହୋଇଥାନ୍ତାl ସେତେବେଳେ ପୁଅର ଅବସ୍ଥା କଣ ହୋଇଥାନ୍ତାl କିଏ ଅଛି ତାର |

ତାର ତ ଅଜାଆଈ ହେଲେ ଥିଲେ ତାକୁ ସମ୍ଭାଲିବାକୁ |ଗୋଲୁ ବିଲ୍କୁଲ୍ ଅନାଥ ହୋଇ ଯାଇଥାନ୍ତାl ନିଜେ ମାତୃୃ ସୁଖରୁ ବଞ୍ଚିତ ହୋଇ କେତେ ଦୁଃଖ ପାଇଛିl ପୁଅକୁ କେମିତି ମାତୃହରା କରିବ?ବରଂ ସେ ଚନ୍ମୟୀକୁ ଛାଡପତ୍ର ଦେଇଦେବl ସେଇଟା ହିଁ ଉପଯୁକ୍ତ ବିକଳ୍ପ ତାପାଇଁ|



Rate this content
Log in

Similar oriya story from Inspirational