Akshayakumar Dash

Inspirational

2  

Akshayakumar Dash

Inspirational

ତୁଣ୍ଡି

ତୁଣ୍ଡି

1 min
149


ଦାମଭାଇ ବିଲରେ ହଳ କରୁଥିବା ସମୟରେ ମୁଁ ତା ପାଖରେ ଠିଆହୋଇ ଦେଖୁଥିଲି। ୨ଟିଯାକ ବଳଦ ମୁହଁରେ ଦିଆହୋଇଛି ତୁଣ୍ଡି। ନାକ ଓ ପାଟି କୁ ବନ୍ଦ କରାଯାଇଛି। ଯାଲି ଭଳି ତାହା ଝୋଟ ବା ଛଣପଟିରେ ତିଆରି କରାଯାଇଛି ତୁଣ୍ଡି । ଦାମ୍ ଭାଇକୁ ଯାଇ ପଚାରିଲି, ବଳଦ ମାନକ ମୁଖ ରେ ଏପରି ତୁଣ୍ଡି ଲଗେଇଲେ କାହିଁକି ? ଦାମ୍ ଭାଇ କହିଲେ, ତୁଣ୍ଡରେ ଚାଷ ବେଳେ କିଛି ଖାଦ୍ୟକୁ ଖାଇବା ପାଇଁ ଆକଟ କରାଯାଇଛି।


ଏବେ ସେଇକଥା  ମନକୁ ଆସେ । ଆଜିର ଦିନରେ ସାରା ବିଶ୍ଵର ମାନବ ମୁଖରେ ତୁଣ୍ଡି ଦେଇ ଘରେ ବସିବାକୁ ପଡୁଛି। କରୋନା ଭୂତାଣୁ ସଂକ୍ରମଣ ଉପାୟ ଉପରେ କଟକଣା ଜାରି କରାଯାଇଛି। ମୁଖରେ ତୁଣ୍ଡି ଦେଇ ପଦାକୁ ଅତିଆବଶ୍ୟକରେ ଯିବାକୁ ପଡେ। କରୋନା ସମାଜକୁ ମହତ୍ ଉଦ୍ଦେଶ୍ୟ ଶିକ୍ଷା ଦେଇଛି। ମନୁଷ୍ୟ କେତେକ ଜାଗାରେ ବିଶୃଙ୍ଖଳିତ କାର୍ଯ୍ୟ କରୁଛି ଯାହା ସମାଜରେ ଦେଶରେ ସାରା ବିଶ୍ଵ ଦରବାରରେ କରୋନା ପରି ଭୂତାଣୁ ସୃଷ୍ଟି ହୋଇ ଆତଙ୍କରେ ମଣିଷ ଜୀବନ୍ ବିପର୍ଣ୍ଣ ହୋଇପଡ଼ି ଛି। ଏହି ଭୂତାଣୁକୁ ମାରିବା ପାଇଁ ବିଜ୍ଞାନ ବିଭାଗର ଡାକ୍ତର ଗବେଷକ ମଧ୍ୟ ବିବ୍ରତ ହୋଇପଡ଼ି କାମ କରୁଥିବା ଜଣାପଡିଛି। ବିଜ୍ଞାନ ଯେତିକି ଆଗେଇ କାମ କରୁଛି ତା ପାଇଁ ସେତିକି ସମସ୍ୟା ସୃଷ୍ଟି ହୋଉଛି । ପୃଥିବୀ ବିଷର ବଳୟ ଭିତରେ। ସୃଷ୍ଟିର ବିନାଶ ହେବନାହିଁ ତ ?



Rate this content
Log in

Similar oriya story from Inspirational