STORYMIRROR

Alok Kumar Meher

Drama Inspirational

3  

Alok Kumar Meher

Drama Inspirational

ତୁମେ କେବେ ଫେରିବ

ତୁମେ କେବେ ଫେରିବ

1 min
135

ପୁରୁଣା ନିଆଁରା କେବେ ଅପୂର୍ବ ଲାଗେ ତ କେବେ ହଜେଇ ଦେଇଥିବା ସ୍ମୃତି ଗୁଡିକୁ ମନେ ପଡି ପଡି ଆଖିରେ ଲୁହ ହଜି ଯାଏ । ଦୀପରେ ଘିଅ ନାହିଁ ତ ମଣିଷ ଜୀବନରେ ଭଲପାଇବା ନାହିଁ । ସେହି ସମୟରେ ସେହି ମୁହୂର୍ତ୍ତରେ ମନେ ପଡେ ତୁମ କଥା ।ବିଗତ ପନ୍ଦର କୋଡିଏ ଦିନ ହେଲାଣି ମୁଁ ତୁମକୁ ଚାହିଁ ରହିଛି ଯେବେଠୁ ପରିଚୟ ହୋଇଛି ସେହି ଦିନଠୁ ମୁଁ ନିରୁପାୟ ହୋଇଯାଇଛି ।ତୁମେ କେବେ ଆସିବ ମୁଁ ତମ ବାଟକୁ ପାଛୁଡ଼ି ବସିଛି , ମୁଁ ଯେତେବେଳେ ତୁମ ସନ୍ଧାନରେ ବାହାରିଲେ ତୁମେ କୁଆଡେ ହଜି ଯାଉଛ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତୁମରି ଗପକୁ ପଢୁଛି ଗପରେ ନାୟିକା ବିନା ସବୁ ଅଧୁରା ଅଧୁରା ଲାଗୁଛି ହାତ ବଢ଼ାଇଥିଲି ହେଲେ ହାତ ଫେରି ପାଇଲିନି ।ବେଳେବେଳେ ଲାଗୁଥିଲା ପୁଣି ନୂଆ ଗପ ଆରମ୍ଭ କରିବି ହେଲେ ତୁମ ଆଖିର ପୃଷ୍ଠା ସରୁ ନଥାଏ ।ଗପ ସମାପ୍ତିର ଶେଷ ଅସ୍ତକୁ ଚାହିଁ ରହିଥାଏ । ମନଟା ଅସ୍ତିର ଭଳିଆ ଲାଗୁଥାଏ ବେଳେବେଳେ ଅନ୍ୟ କୁଆଡେ ହଜି ଯାଉଥାଏ ସେତେବେଳେ ନିଜକୁ ବି ପାଉନଥିଲି ମୁଣ୍ଡ ବ୍ୟଥା ଯୋଗୁଁ ତୁମକୁ ଚାହିଁ ପାରୁନଥିଲି । ତୁମ ଆଗରେ ମୁଁ ଭଲପାଇବାର ଗରିବ ହୋଇ ଯାଇଥିଲି । ଏବେ ଆଉ ଅପେକ୍ଷାର ଧର୍ଯ୍ୟ ସମାପ୍ତି ହୋଇଯାଇଛି "ତୁମେ କେବେ ଫେରିବ" ତୁମକୁ ମୁଁ ଲେଖିବି ତୁମେ ମୋ ଆଖିର ଧାରା । ତୁମେ ଲେଖନୀର ନିଆଁରା । ତୁମେ ପ୍ରତି ଗପରେ ନାୟିକା । ତୁମେ ସେଇ କବିଙ୍କ ଅବନ୍ତିକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama