Satyabati Swain

Tragedy

2  

Satyabati Swain

Tragedy

ତୁ ଜାଣିଛୁ ମାମା!

ତୁ ଜାଣିଛୁ ମାମା!

3 mins
528


ତୁ ଜାଣିଛୁ ମାମା

ମାମା ଏ...ଏ...ଏ...ମା..ମା

ଶୋଇ ପଡିଲୁଣି କି

ମାମା...ମାମା ଲୋ

ଛାଇ ଛାଇଆ ନିଦରେ ଆଖି ଲାଗି ଆସୁଥିଲା ପ୍ଲାଜାର। କାହାର ଏ କୁହୁକିନୀ,ମିଠା ମିଠା ଡାକ

କିଏ ଏତେ ସରାଗ,ଆଦରରେ ତା ମାମାଙ୍କୁ ଡାକୁଛି। କଡ଼ ଲେଉଟାଇ କାନ ପାରିଲା କେଉଁଠୁ ଆସୁଛି ସେ ଡାକ ଶୁଣିବା ପାଇଁ


ଟିକେ ରହି ପୁଣି ଶୁଭିଲା ମାମା....ଏ ମାମା,ମୋତେ ଶୁଣି ପାରୁଛୁ

ପ୍ଲାଜାର ଜିଜ୍ଞାସା ବଢିଗଲା। ଏକାଗ୍ର ଚିତ୍ତରେ ସେ ନିବିବେଶ ହୋଇ ଶୁଣିବାକୁ ଚେଷ୍ଠା କଲା;କୁଆଡୁ ଆସୁଛି ମନକୁ ଚୋରେଇ ନେଲା ପରି ଡାକ।ପଚାରିଲା କିଏ?କେଉଁଠୁ ଡାକୁଛ

ହଠାତ୍ ସେ ଅନୁଭବ କଲା ଏକ ଅଲୋଡନ ତା ପେଟ ଭିତରୁ।କିଏ ଯେମିତି ଧିମା ଚକା ଭଉଁରୀ ଖେଳୁଛି।ଠେଲୁଛି ଗୋଡ଼ରେ ତା ପେଟକୁ।ଟିକେ ଅଣନିଃଶ୍ଵାସୀ ଲାଗିଲା।ପେଟ ଉପରେ ହାତ ଥୋଇ ସେ ଶୁଣିବାକୁ ପାଇଲା ଯେପରି


ମାମା ତୁ ଏଣେ ତେଣେ କୁଆଡେ ଖୋଜୁଛୁ,ଶୁଣି ପାରୁଛୁ ମୁଁ ବା ତୋ ଭିତରୁ କହୁଛି। ଶୁଣି ପାରୁଛୁ ତ ମୋତେ


ଅପୂର୍ବ,ଅନାଶ୍ରୁତ ଅନୁଭବ,ହଲ୍ ଚଲ ପେଟ ଭିତରେ। ହୃଦୟ,ମନ ଓ ମସ୍ତିଷ୍କରେ ଅଦ୍ଭୁତ ଉନ୍ମାଦନା


ଓଃ ତୁ ମୋ ପେଟ ଭିତରୁ ଡାକୁଛୁ!ପଚାରିଲା ଅଧା ଛାଇ ନିଦରେ ପ୍ଲାଜା।


ହଁ ...ଅଁ।ମାମା ବାହାର ଦୁନିଆଁ ଦେଖିବାକୁ ମୋର ଭାରି ଇଚ୍ଛା। ତୋ ମୁହଁ ଓ ମୋ ବାବା ମୁହଁ ଦେଖିବାକୁ,ମୋ ଆପଣାର ଲୋକଙ୍କ ସ୍ପର୍ଶ ପାଇବାକୁ ଭାରି ବ୍ୟାକୁଳ।


ମାମା ମୁଁ ଭାବୁଥିଲି ତୁମ ବାହାର ଦୁନିଆଁଟା କୁଆଡେ ଭାରି ସୁନ୍ଦର।କଙ୍କି ,ପ୍ରଜାପତି,ବଗିଚା,ଫୁଲ,ଗଛ

,ପାହାଡ଼,ନଈ,ସମୁଦ୍ରରେ ଭରା!ଉପରେ ନୀଳ୍ ଆକାଶ ତଳେ ସବୁଜ ପୃଥିବୀ ଏତେ ସୁନ୍ଦର ତୁମ ଦୁନିଆଁ


ହେଲେ ମାମା ମୋର ଆଗରୁ ଖୁବ୍ ମନ ହେଉଥିଲା ତୋ ଭିତରୁ ବାହାରକୁ ଆସିବାକୁ।ମନ ଭରି ଉପଭୋଗ କରିବାକୁ ଦିନର ଆଲୁଅ,ରାତିର ଆକାଶ।କିନ୍ତୁ


କିନ୍ତୁ କଣ ଧନ

ମୁଁ ବି ତୋ ପାଇଁ ଦିନ ଗଣୁଛି। କେବେ ତୁ ମାଟି ଛୁଇଁବୁ। କେବେ ତୋ କଅଁଳ କୁଆଁ କୁଆଁ ରାବରେ ମୋ ଦୁନିଆଁ ହସିବ। କେଉଁ ଦିନ ତୋତେ କୋଳରେ ଧରି,ଛାତିରେ ଜାକି ଚୁମା ଦେବି। ତୋ କୁନି କୁନି ଆଖିରେ ମୋ ମା ପଣିଆ ଦେଖିବି। ତୋ ମୁଲାୟମ ନାଲି ନାଲି ହାତକୁ ମୋ ଗାଲରେ ଲଗାଇ ଅନୁଭବ କରିବି ମୋ ମାତୃତ୍ୱ। ଯାହାକୁ ତେର ବର୍ଷ ଧରି ଖୋଜୁଛି। ଧନ ଲୋ ମୁଁ ବି ଉଦବିଗ୍ନ ତୋତେ ଦେଖିବାକୁ। କିନ୍ତୁ ପୁଣି କଣରେ ଧନ ତୁ ଜାଣିଛୁ ମାମା "ତୋ ଧନଟି ଗୋଟେ ଝିଅ ହେବ ହେଉ ସେଉଠୁ କଣ ହେଲା। ଝିଅ ହେଉ କି ପୁଅ ମା ପାଇଁ ସେ ତ ଧନ


ତୁ ବୁଝୁନୁ ମାମା,ମୋର ଆଉ ତୁମ ଦୁନିଆକୁ ଯିବାର ଇଚ୍ଛା ମରି ଗଲାଣି।


କାହିଁକି ରେ ସୁନା ତୋ ପାଇଁ ମୁଁ ସ୍ବେଟର ବୁଣି ରଖିଛି,ଦୋଳି,ଖେଳନା ଓ ଡ୍ରେସ୍ ରଖିଛି। ତୁ ଆସିବୁ ବୋଲି ଆମେ ଦିନ ଗଣୁଛୁ।


ଜାଣିଛୁ ଧନ! ବାହାଘର ତେର ବର୍ଷ ଅତିକ୍ରାନ୍ତ କରିଥିଲେ ବି ମୋ କୋଳ ପୁରୁ ନ ଥିଲା। ତେର ବର୍ଷ ପରେ ତୁ ଆସିବୁ ବୋଲି ଆମ ଗୋଡ଼ ତଳେ ଲାଗୁନି। ତୋ ବାବା ତ ପାଗଳ ହୋଇ ଗଲେଣି ତୋତେ ଦେଖିବେ ବୋଲି। ତୋ ଜେଜେମା କେତେ ମାନସିକ କରିଛନ୍ତି ତୋ ଲାଗି। ତୁ କଣ କହୁଛୁ ନା ତୋର ଆସିବାକୁ ଇଚ୍ଛା ନାହିଁ। ଏ କେମିତି କଥା ଧନ!ଏମିତି ଆଉ ଦିନେ କହିବୁ ନାହିଁ।


ମାମା ମୁଁ ଏଇଠି ତୋରି ପେଟ ଭିତରେ ରହିବି। ବାହାରକୁ ଯିବା କଥା କହନି।


ଆରେ କାଇଁକି ଧନ


ମାମା ତୁ ପେପର୍ ପଢିଲା ବେଳେ,ଟିଭି ଦେଖିଲା ବେଳେ କେମିତି ଡରୁଛୁ। କେତେ କୁନି କୁନି ଛୁଆ ଙ୍କର କି ସାଙ୍ଘାତିକ ଅବସ୍ଥା ହେଉଛି ଇସ୍!କି କାଦାକାର ତୋ ପୃଥିବୀ ହୋଇ ଗଲାଣି ମାମା। ମୁଁ ଜମା ଯିବିନି ତୋ ପୃଥିବୀକୁ । ମଣିଷ ବାଘ ହୋଇ ଯାଇଛି। ମୋତେ ସେ ଖାଇଦେଵ। ତୁ ଯେତେ ଚାହିଁଲେ ବି ମୋତେ ସୁରକ୍ଷା ଦେଇ ପାରିବୁନି। ମୁଁ ବଳତ୍କାର ହେବାକୁ ଚାହେଁନା। କେହି ମୋତେ ବଳତ୍କାର କରି ମୋ ତଣ୍ଟି ଚିପିବ,କେଉଁ ବୁଦା ମୂଳେ ଫିଙ୍ଗିବ,କି ଖାତ କରି ପୋତି ଦେଉ ଏହା ମୁଁ ଚାହେଁନା ମାମା


ପେଟ ଭିତରେ ଖୁବ୍ ଜୋରେ ଯନ୍ତ୍ରଣା ଅନୁଭବ କଲା ପ୍ଲାଜା। ସୁନ୍ଦର କାନ୍ଦୁରା ଫୁଲ ପରି କୁନି ମୁହଁଟେ କଇଁ କଇଁ ହେଉଥିଲା ଯେପରି। ହାତ ପାଆନ୍ତାର ଦୂରକୁ ଦୂରକୁ ସେ ଚାଲି ଯାଉଥିଲା । ହାତ ବଢ଼ାଇ ପ୍ଲାଜା କହୁଥିଲା ଯାଆନା ଧନ ଯା ଆ ନା।


ଭୁସ୍ କରି ନିଦରେ ଗଲି ପଡିଲା ବେଡ୍ ରୁ ପ୍ଲାଜ଼ା। ଯନ୍ତ୍ରଣାରେ ଚିତ୍କାର କଲା ଆଃ...ମା ମରିଗଲି।


ଦିନି ଦିନ ପରେ ପ୍ଲାଜ଼ା ନିଜକୁ ଆବିଷ୍କାର କଲା ଗୋଟେ ନର୍ସିଂ ହୋମ୍ ରେ। ପେଟ ଖାଲି,ମନ ବି ଖାଲି। ସବୁଥରକ ପରି ବେବି ତାର ରହିପାରିନି ଗର୍ଭାଶୟରେ। ଏଥରକ ବି ହତାଶ ସେ ଓ ତା ପରିବାର। ଡ଼ଃ ଘୋଷଣା କରି ଦେଇଛନ୍ତି ଆଉ ପ୍ଲାଜ଼ା ଜୀବନରେ ମା ହୋଇ ପାରିବନି।


ବାରମ୍ବାର ସନ୍ତାନ ହରେଇବା ଦୁଃଖରେ ପ୍ଲାଜ଼ା ଅବଶ,ବିବଶ। ମନେ ପଡିଲା ଯେଉଁ ସ୍ବପ୍ନ ସେ ଦେଖୁଥିଲା ଓଃ ମୋ ବେବି ତୁ ସତରେ ଏ ପୃଥିବୀକୁ ଡରି ଏ ଦୁଃଖିନୀ ମାମାର ଆଶା,ଭବିଷ୍ୟତ ଧୂଳିସାତ୍ କରିଦେଲୁ କି ଧନ ଆ ମା ତୋତେ ମୁଁ ଲୁଚେଇ ରଖିବି। କାହାର ଛାଇ ତୋ ଉପରେ ପକାଇ ଦେବିନି। ଆ ଆ ମୋ ସୁନା,ରାଣୀ....କହି ଦୁଇ ହାତ ମେଲାଇ ବେଡ୍ ରୁ ଉଠି ଯାଉଥିଲା ପ୍ଲାଜ଼ା।


ନର୍ସ ଧରି ନେଲେ। ବ୍ଲଡ଼ ଚାଲିଛି। ଉଠନ୍ତୁନି ମାମ୍।


ଝିଙ୍କି ଓଠାରି ହେଉଥିଲା ପ୍ଲାଜ଼ା। ଛାଡ଼ ...ଛାଡ଼ ମୋତେ। ଦେଖ ମୋ ଧନ ଚାଲି ଯାଉଛି। ତାକୁ ଅଟକାଅ। ଡରି ଚାଲି ଯାଉଛି ସେ ଧ....ନ.....ଧ.... ବେଚେତା ହୋଇଗଲା ପ୍ଲାଜ଼ା।


ପିଲାଟା ନଷ୍ଟ ହୋଇଯିବାରୁ ପାଗଳ ପରି ହେଉଛନ୍ତି ମାମ୍ କହିଲେ ନର୍ସ ପ୍ଲାଜ଼ା ମିଷ୍ଟର ବିରେନ୍ ଙ୍କୁ। ତାଙ୍କ ପାଖରେ ଟିକେ ରୁହନ୍ତୁ।


ବିରେନ୍ ଦୀର୍ଘଶ୍ଵାସ ଛାଡି ଆଉଁସୁଥିଲେ ପ୍ଲାଜ଼ାର ମୁଣ୍ଡ।



Rate this content
Log in

Similar oriya story from Tragedy