STORYMIRROR

sumita behera

Comedy Inspirational

2  

sumita behera

Comedy Inspirational

ତୁ ଆଉ ମୁଁ

ତୁ ଆଉ ମୁଁ

3 mins
148

     

ସତେ କି ଅୟୁତ ଯୁଗର ନିଦ ଏବେ ଭାଙ୍ଗିଲା ! ଦୁଇ ମାସ କୋମାରେ ରହିବା ପରେ ସଂକେତଙ୍କର ଚେତା ଫେରିଲା। ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ସେ। ତାଙ୍କ ବାଇକ୍ ଗୋଟିଏ ଟ୍ରକ୍ ସହ ଧକ୍କା ଲାଗିଥିଲା। ବାସ୍ ଏତିକି ହିଁ ମନେ ଅଛି ତାଙ୍କର। ଆଖି ଖୋଲିଲା ପରେ ନିଜକୁ ହସ୍ପିଟାଲ୍ ର ବେଡ଼୍ ଉପରେ ପାଇଲେ। ସାମ୍ନାରେ ତାଙ୍କର ଠିଆ ହୋଇଥିଲେ ଅଜୟ।


ଅଜୟ... ସଂକେତଙ୍କର ବାଲ୍ୟସାଥୀ। ରହନ୍ତି ସୁଦୂର ମୁମ୍ବାଇରେ। ଏବେ କରୋନା ସମୟରେ , ତାଙ୍କ ନିକଟରେ ହସ୍ପିଟାଲ୍ ରେ !! ପତ୍ନୀ ଲୋନା ଧାଇଁ ଆସିଲେ ପାଖକୁ। ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲେ, " ଶୋଇ ରୁହ। ଉଠିବାକୁ ଚେଷ୍ଟା କରନି। ଅଜୟକୁ ଚିହ୍ନି ପାରୁନ ? " ସଂକେତଙ୍କର କ୍ଳାନ୍ତ ଆଖିପତା ବନ୍ଦ ହୋଇଯାଉଥିଲା। 


ଅଜୟ ଚାଲି ଯାଇଥିଲେ ଡାକ୍ତରଙ୍କୁ ଡାକିବା ପାଇଁ। ଡାକ୍ତର ପରୀକ୍ଷା କରି କହିଲେ, " ବହୁତ ଖୁସିର କଥା। ସେନ୍ସ୍ ଫେରି ଆସିଛି। ଏବେ ସଂକେତ ବହୁତ ଜଲ୍ଦି ଠିକ୍ ହୋଇଯିବେ। ଆଉ ସପ୍ତାହେ ଭିତରେ ଡ଼ିସ୍ଚାର୍ଜ୍ ହୋଇ ଘରକୁ ଯାଇ ପାରିବେ। "


ଅଜୟ ଓ ସଂକେତ.. ଗାଁ' ପୋଖରୀରେ ବୁଡ଼ିବାଠାରୁ ଆରମ୍ଭ କରି ଚାହାଳି ମାଷ୍ଟ୍ରଙ୍କ ବେତ ଲୁଚେଇବା ପର୍ଯ୍ୟନ୍ତ ଯେତେ ଦୁଷ୍ଟାମୀ ସବୁ ଏକାଠି କରିଥିଲେ। 


ଅଜୟ ଓ ସଂକେତ... ହେଡ ସାର୍ ଙ୍କ ଝିଅ ରଶ୍ମିର ମନ ନେବା ପାଇଁ ଖୁଦୁରୁକୁଣୀରେ ଅନ୍ୟର ବାଡିରୁ ଫୁଲ ଚୋରି କରିବାଠୁ ଆରମ୍ଭ କରି ତାକୁ ଇଂପ୍ରେସ କରିବା ପାଇଁ ପରୀକ୍ଷାରେ ପ୍ରଥମ ହେବା ପାଇଁ କଠିନ ପରିଶ୍ରମ କରି ପଢୁଥିଲେ।


ଅଜୟ ଓ ସଂକେତ କେତେବେଳେ ଯେ ପରସ୍ପରର ପ୍ରତିଦ୍ବନ୍ଦୀ ହୋଇଗଲେ କଲେଜ୍ ମାଟି ମାଡ଼ୁ ମାଡ଼ୁ ନିଜେ ବି ସେମାନେ ଜାଣି ପାରିଲେନି। ଗାଁ' ଛାଡି ସହରରେ ଉଭୟ ହଷ୍ଟେଲରେ ରହି ପଢୁଥିଲେ। ଶ୍ରେଣୀର ଗୋଟିଏ ସେକ୍ସନ୍ ରେ ଦୁହେଁ । 


ଅଜୟ ଓ ସଙ୍କେତ...କଲେଜ୍ ଡିବେଟ୍ କମ୍ପିଟିସନ୍ ହେଲେ ଉଭୟ ଉଭୟଙ୍କର ବିପକ୍ଷରେ ବିଷୟ ଚୟନ କରିବେ, ଇଲେକ୍ସନ ରେ ପରସ୍ପର ବିପକ୍ଷରେ ଠିଆ ହେବେ। ଟମ୍ ଓ ଜେରୀ ପରି ତାଙ୍କର ସମ୍ପର୍କ। ଉଭୟ ଉଭୟଙ୍କ ପଛରେ ଲାଗିଥିବେ। ଥରେ ଅଜୟ କଲେଜ୍ ଇଲେକ୍ସନ୍ ଜିତିବା ପରେ କିଛି ବିରୋଧୀ ଛାତ୍ର ତାଙ୍କୁ ଏକେଲା ପାଇ ପିଟି ଦେଇଥିଲେ। ଅବଶ୍ୟ ସେତେବେଳେ ସଂକେତ ଯାଇ ତାଙ୍କୁ ରକ୍ଷା କରି ହସ୍ପିଟାଲ ନେଇ ବ୍ୟାଣ୍ଡେଜ କରେଇ ଆଣିଥିଲେ।


ଅଜୟ ଓ ସଂକେତ...ବି. ଟେକ ପଢିଲେ ପୁଣି ଯାଇ ସେଇ ଗୋଟିଏ କଲେଜ୍ ରେ । ଲୋନା... ସଂକେତଙ୍କର ପ୍ରେମ । ଅଜୟ ଏ କଥା ଭଲରେ ଜାଣନ୍ତି , ତଥାପି ସବୁବେଳେ ଏମିତି କିଛି କରି ଦିଅନ୍ତି ଯାହା ଫଳରେ ଦୁହିଁଙ୍କର ଝଗଡା ଲାଗିଯାଏ। ସଂକେତ ରାଗରେ ଅଜୟଙ୍କୁ ବହୁତ କିଛି ଶୁଣେଇ ଦିଅନ୍ତି। ଅବଶ୍ୟ ପରେ ସେ ନିଜେ ହିଁ ଭିତରେ ପଶି ସମାଧାନ କରନ୍ତି। 


ଲୋନା କୁହନ୍ତି, " ସତରେ .. ମୁଁ ତୁମ ଦୁଇଜଣଙ୍କର ପ୍ରେମ ଜମା ବି ବୁଝି ପାରେନି। ସବୁବେଳେ ଦୁହେଁ ଦୁହିଁଙ୍କ ପଛରେ ଟମ୍ ଓ ଜେରୀ ପରି ଲାଗିଥିବ। କାହାର ଟିକେ ଅସୁବିଧା ହେଇଗଲେ ପ୍ରାଣ ଦେଇ ସାହାଯ୍ୟ କରିବ। ଅଦ୍ଭୁତ..! "


ସବୁଠୁ ଚିଡ଼ିଗଲେ ସଂକେତ ସେଇଦିନ ଯେଉଁଦିନ ଅଜୟ ଚୁପ୍ କରି ଯାଇ ସଂକେତଙ୍କର ବାପାଙ୍କୁ ଲୋନା ଓ ସଙ୍କେତଙ୍କର ପ୍ରେମ ବିଷୟରେ ସବୁ କହି ଦେଇଥିଲେ। ବାପା ସିଧା ଯାଇ ଚାକିରୀ ସ୍ଥାନରେ ହାଜର। କାନ ମୋଡ଼ି କହିଲେ, " ହଇରେ ବାଳୁଙ୍ଗା ଟୋକା ! ତତେ ପାଠ ପଢ଼ିବାକୁ ଛାଡିଥିଲି ନା ପ୍ରେମ କରିବାକୁ ? କହିଦେଲି.... ଅଜାତିଆ ଝିଅ ସାଙ୍ଗରେ ବାହାଘର ମୁଁ ବଞ୍ଚିଥିଲା ଯାଏଁ, କେବେହେଲେ କରେଇ ଦେବିନି। " ସଂକେତଙ୍କର ମନେ ହେଉଥିଲା, ଏବେ ଯଦି ଅଜୟ ଦେଖା ହୁଅନ୍ତା, ବାଡେଇକି ତା' ଗୋଡ଼ ଭାଙ୍ଗି ଦିଅନ୍ତେ।


ବାପା ବଞ୍ଚି ଥାଉ ଥାଉ ହିଁ ସଂକେତ ଓ ଲୋନାର ବାହାଘର ହେଲା। ଏଥିପାଇଁ ଅବଶ୍ୟ ଅଜୟଙ୍କୁ କମ୍ କଷ୍ଟ କରିବାକୁ ପଡ଼ିନି ! ପନ୍ଦରଦିନ ଛୁଟି ନେଇ ଗାଁ' ରେ ରହି ସଙ୍କେତର ବାପା ବୋଉଙ୍କ ବୁଝେଇ ସୁଝେଇ ରାଜି କରେଇଥିଲେ। ଲୋନା ହସି ହସି କହିଥିଲେ, " ଆମ ବାହାଘର ଅଜୟର ଦୟାରୁ ହିଁ ହେଇଛି। ତମେ ତ ସବୁବେଳେ ତାକୁ ଭୁଲ ବୁଝୁଛ । "


ଅଜୟ ଓ ସଙ୍କେତ... କଲେଜ WhatsApp ଗ୍ରୁପରେ ସବୁବେଳେ ଦୁହେଁ ଦୁହିଁଙ୍କ ପଛରେ ଲାଗିଥିବେ। ଜଣେ କିଛି ପୋଷ୍ଟ କଲା କ୍ଷଣି ଆଉ ଜଣେ ଯେମିତି ତାକୁ ଚିଡ଼େଇବା ଜନ୍ମସିଦ୍ଧ ଅଧିକାର। ଅବଶ୍ୟ ଅନ୍ୟ ସାଙ୍ଗମାନେ ଏହି ମିଠା ଝଗଡ଼ା ଖୁବ enjoy କରନ୍ତି। 


ସଂକେତ ହସ୍ପିଟାଲରୁ discharge ହୋଇ ଘରକୁ ଆସିଛନ୍ତି। ଅଜୟ ଓ ଲୋନା ତାଙ୍କ ପାଖରେ ବସିଛନ୍ତି। ଲୋନା କହିଲେ, " ଜାଣିଛ ସଂକେତ ! Whatsapp ଗ୍ରୁପରୁ ଖବର ପାଇ ଅଜୟ ପ୍ରଥମ flight ଧରି ଏଠି ପହଞ୍ଚି ଯାଇଛନ୍ତି। ଅନ୍ୟ ସାଙ୍ଗମାନେ ଥରେ କି ଦୁଇଥର ହସ୍ପିଟାଲ ଆସିଛନ୍ତି, ମାତ୍ର ଅଜୟ ସବୁଦିନ ସକାଳେ ଆସନ୍ତି ଓ ରାତିରେ ଫେରନ୍ତି। ତାଙ୍କଠୁ ମେଣ୍ଟାଲ ସପୋର୍ଟ ମୁଁ ବହୁତ ପାଇଛି। ସତରେ...."


ଲୋନା କଥାକୁ ସମ୍ପୂର୍ଣ୍ଣ କରିବାକୁ ନ ଦେଇ ସଂକେତ କହିଲେ, " ଜାଣିଛି ପରା , ଏ ଶଳା ମୋତେ ଯମ ପାଖରୁ ବି ଫେରେଇ ଆଣିବ। " 


ଅଜୟ ସଂକେତଙ୍କର ହାତକୁ ମୁଠାଇ ଧରି କହିଲେ, " ତୁ ନ ଥିଲେ ମୁଁ ଆଉ କାହା ପଛରେ ଲାଗିବି? କାହାକୁ ଚିଡ଼େଇବି ? ଟମ ଆଣ୍ଡ ଜେରୀ ଶୋ ଏମିତି ଚାଲିଥିବ ନା ..। ' ଲୋନା ମୁରୁକି ମୁରୁକି ହସୁଥିଲେ। 


#Non-Stop November


Rate this content
Log in

Similar oriya story from Comedy