Kamal Kumar Dash

Abstract

2  

Kamal Kumar Dash

Abstract

ଟେନସନ

ଟେନସନ

1 min
357


ଅଫିସ ରୁ ଫେରିଲା ପରେ ସନ୍ଧ୍ୟା ରେ ଜେନା ବାବୁ ପେପର ପଢୁଥିଲେ | ପାଖ ବାଲକୋନୀ ରେ ତାଙ୍କ ଶ୍ରୀମତୀ ମୋବାଇଲ ରେ କଥା ହେଉଥିଲେ ନିଜ ଘର କୁ | ଶ୍ରୀମତୀ ବହୁତ ଚିନ୍ତାରେ ଥିଲେ କାରଣ ତାଙ୍କର ସାନ ଭାଈ ର ବିପି ବଢି ଯାଇଥିଲା ଓ ଡାକ୍ତର କହିଥିଲେ କି ବିପି କଣ୍ଟ୍ରୋଲ ନହେଲେ ହାର୍ଟ ପ୍ରୋବ୍ଲେମ ବାହାରି ପାରେ | ଶ୍ରୀମତୀ ଘରେ ଜଣ ଜଣକୁ ଫୋନ୍ ରେ ବୁଝାଉଥିଲେ କଣ ଖାଇବ ଓ କଣ ଖାଇବ ନାହିଁ ତା ପରେ ସାନ ଭାଈ ର ସ୍ତ୍ରୀ ଙ୍କୁ ଡାକି କହିଲେ ଦେଖ ମିନୁ ତାକୁ ତେଲ ଘିଅ ଜମା ଖାଇବାକୁ ଦେବୁନି ,ଘରେ ମଟନ ପୁରା ବନ୍ଦ ,ଆଉ ଶେଷରେ କହିଲେ ,ପିଲା ବେଳୁ ସେ ଟିକେ ଟେନସନିଆ ତୁ ତାକୁ ଜମା ଟେନସନ ଦେବୁନି | ଏତକ ଶୁଣି ମିନୁ କହିଲା ଅପା, ଆପଣ କଣ ଭାବୁଛନ୍ତି ମୁଁ ତାଙ୍କୁ ଟେନ୍ସନ ଦେଉଛି, ସେ ପରା ସାଇ ମୁଖିଆ ହୋଇ ଓ ସାଙ୍ଗ ସାଥୀଙ୍କ ପାଇଁ ଦୁନିଆଁ ଯାକର ଟେନସନ ଘର କୁ ଆଣି ଆସୁଛନ୍ତି , ତାଙ୍କର ବିପି ବଢିବା ନି ତ ଆଉ କାହାର ବଢିବ |

ଠିକ ସେହି ସମୟରେ ଜେନା ବାବୁଙ୍କ ଭଉଣୀ ଙ୍କ ର ଫୋନ ଆସିଲା ସିଏ ପଚାରିଲେ ଭାଉଜ କଣ କରୁଛନ୍ତି ,ଜେନା ବାବୁ ସବୁ କଥା ସ୍ୱାବିସ୍ତାର କହିଲେ | ତା ପରେ ସେ ଭାଉଜ ଙ୍କୁ କହିଲେ ଖାଲି ନିଜ ଭାଈ କଥା ଚିନ୍ତା କରୁଛ ନା ମୋ ଭାଈ କଥା ବି ବୁଝୁଛ | ହସି ହସି ଭାଉଜ କହିଲେ ମୁଁ ତମ ଭାଇ ଙ୍କୁ ଟେନସନ ଦେଉଥିଲେ ସେ କଣ ବସି ବସି କବିତା ଲେଖି ପାରିଥାନ୍ତେ ନ| ତାଙ୍କ ବିପି ନର୍ମାଲ ଥାନ୍ତା | ଭଉଣୀ କହିଲେ ମୋ ଭାଈ ପିଲା ଦିନୁ କବିତା ଲେଖୁଛି ହେଲେ ଏବେ ଖୁସିରେ ଲେଖୁଛି କି ଦୁଃଖରେ ଲେଖୁଛି ସେ କଥାଟା ବୁଝିବା ଦରକାର ,ନଣଦ ଭାଉଜ ଦି ଜଣ ଯାକ ହସି ଉଠିଲେ |



Rate this content
Log in

Similar oriya story from Abstract