STORYMIRROR

Pravanjan Dash

Abstract Classics Thriller

4  

Pravanjan Dash

Abstract Classics Thriller

ଟାଟୁ

ଟାଟୁ

2 mins
400

“ସେ ମତେ ଧୋକା ଦେଇଛି। ସେ ମୋ ଭଲପାଇବାରେ ଛଳନା କରିଛି। ପର ପୁରୁଷ ସହ ସମ୍ପର୍କ ରଖି ମୋ ପ୍ରତି ଅନ୍ୟାୟ କରିଛି ସେ। ଏକଥା ଖାଲି ମୁଁ କହୁନି। ତା’ ଦେହରେ ଯୋଉଁ ଟାଟୁ ଅଛି ସେହିଟା ହିଁ ତାର ଖୋଦ ପ୍ରମାଣ। ମୁଁ ସରକାରଙ୍କୁ ଅନୁରୋଧ କରୁଛି ତାକୁ କଠିନ ଦଣ୍ଡ ମିଳିବା ଉଚିତ୍। ମୁଁ ଡିଭୋର୍ସ ଚାହେଁ। ମତେ ନ୍ୟାୟ ଦରକାର”।

ଥାନା ଆଗରେ ଚିତ୍କାର କରି କହୁଥିବା ସ୍ୱାମୀଜଣଙ୍କର ନିଜ ସ୍ତ୍ରୀକୁ ନେଇଥିବା ଏପରି ଏକ ଅପ୍ରୀତିକର ବୟାନ ଶୁଣିବାକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ପ୍ରତିଯୋଗିତା ବେଶ୍ ବଢ଼ିଯାଇଥାଏ। ଶାସ୍ତ୍ରରେ ଉକ୍ତିଟିଏ ଅଛି, “ତୁଣ୍ଡ ବାଇଦ ସହସ୍ର କୋଷ”। ଗଣମାଧ୍ୟମ ସମ୍ମୁଖରେ ସ୍ୱାମୀର ମୁହଁରୁ ଏକଥା ସରୁ ନସରୁଣୁ ସାମାଜିକ ଗଣମାଧ୍ୟମରେ କଥାଟା ବିଜୁଳି ବେଗରେ ଘୁରି ବୁଲିଲା। “ଯେତେ ମୁନି ସେତେ ମତ” ସମ୍ବାଦଟିକୁ ଶୁଣି କିଏ ସ୍ୱାମୀକୁ ସତ୍ୟବାନ କହିଲା ତ ଆଉ କାହା ମତରେ ସ୍ତ୍ରୀଟା ଗୋଟେ ଚରିତ୍ରହୀନା। ହେଲେ ଏ ଅଳ୍ପ ଜ୍ଞାନ ଥିବା ମନ୍ତବ୍ୟଟା ଯେ କେତେ ଭୟଙ୍କର ସେ କଥା ବା କିଏ ଜାଣେ? ନଜାଣି ନଶୁଣି କାହାର ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ବୋଧହୁଏ ଆମ ଅଳ୍ପ ଶିକ୍ଷିତ ସମାଜର ଗୋଟେ ଚିରା ଚରିତ ଢଙ୍ଗ। ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ତଦନ୍ତ ଜୋର ଧରିଲା। ବାରମ୍ବାର ଗଣମାଧ୍ୟମର ପ୍ରଶ୍ନବାଣରେ ଝିଅଟିର ନିରବ ଓଠ ଅନେକଙ୍କ ମନର ସନ୍ଦେହକୁ ବହୁଗୁଣିତ କରିଦେଲା। ଶେଷରେ ଘଟଣାର ବହୁ ଆଲୋଚନା, ସମାଲୋଚନା ଓ ପର୍ଯ୍ୟାଲୋଚନା ପରେ ପୋଲିସ୍ ସ୍ୱାମୀର ବୟାନ ଅନୁସାରେ ପ୍ରମାଣ ସ୍ୱରୂପ ସେହି ଟାଟୁର ସତ୍ୟତା ଉପରେ ଜାଣିବାକୁ ଚେଷ୍ଟା କଲା। କିଛି ଲେଡି ପୋଲିସ୍ ଅଫିସରଙ୍କ ସହାୟତାରେ ଝିଅଟିର ଶରୀର ଯାଞ୍ଚ କରାଗଲା। ହେଲେ ଶରୀରରେ ଟାଟୁ ଥିଲା କି ନାହିଁ ଜଣା ନାହିଁ କିନ୍ତୁ ଥିଲା ଅସଂଖ୍ୟ ନିଆଁ ଚେଙ୍ଗର ଦାଗ। ସ୍ୱଚ୍ଛ କୋମଳ ଗୋରା ଚମ ଉପରେ ବାରିହୋଇ ପଡୁଥିଲା ଯଉତୁକ ନିର୍ଯ୍ୟାତନାର ସ୍ପଷ୍ଟ ରୂପରେଖ। ଖବରଟି ଗଣମାଧ୍ୟମରେ ପ୍ରସାରିତ ହବା ପରେ ସମସ୍ତଙ୍କ ମୁହଁ ପୁରା ଚୁପ୍।                         


Rate this content
Log in

Similar oriya story from Abstract