The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Writer Roja Panda

Inspirational

5.0  

Writer Roja Panda

Inspirational

ତପୁ ଓ ରିଙ୍କି

ତପୁ ଓ ରିଙ୍କି

3 mins
399



ସେଦିନ ତପୁ ତା ପ୍ରେମିକା ରିଙ୍କିକୁ ଗାଡି ପଛରେ ବସେଇ ଗାଁ ଦାଣ୍ଡ ଦେଇ ଗଲାବେଳେ ହଠାତ କେଦାର ମୋଉସାଙ୍କ ଆଖିରେ ପଡିଗଲା । କେଦାର ମଉସା ତପୁର ପଡୋଶୀ । ଭାରି ଗପୁରା ଲୋକଟିଏ । ତପୁ ଗାଡି ପଛରେ ଗୋଟେ ଝିଅକୁ ବସିଥିବାର ଦେଖି ସେ ସଙ୍ଗେ ସଙ୍ଗେ ଯାଇ ଗାଁଟା ସାରା ଡିଙ୍ଗୁରା ପିଟିଦେଲେ । ଏକଥା ତପୁର ମାଆ କାନରେ ପଡ଼ିଲା । ତପୁର ମାଆ ଏକଥା ଶୁଣି ଘର ଭିତରଟା ସାରା ଖାଲି ଏପଟ ସେପଟ ହେଉଥାନ୍ତି । କେମିତି ତପୁ ଘରକୁ ଆସିବ ଆଉ ତାକୁ ସେ ଝିଅ ବିଷୟରେ ପଚାରିବେ । ଶେଷରେ ତପୁ ଆସି ଘରେ ପହଞ୍ଚିଲା । ମାଆ ସଙ୍ଗେ ସଙ୍ଗେ ତପୁ ପାଇଁ ଖାଇବା ବାଢ଼ିଦେଲେ । ଏବଂ ଅନ୍ୟ ଦିନ ତୁଳନାରେ ଟିକିଏ ଅଧିକା ଯତ୍ନ କରିଚାଲିଲେ । ମାଆଙ୍କର ଅଦିନିଆ ଝଡ ପରି ଏତେ ସ୍ନେହ ଶ୍ରଦ୍ଧା ଦେଖି ତପୁ ହଠାତ କିଛି ବୁଝିପାରିଲାନାହିଁ । ସେ ତାର ଖାଇ ଚାଲିଲା ।ଆରେ ଏ କଣ ? ଅନ୍ୟ ଦିନ ଅପେକ୍ଷା ଆଜି କଣ ଏତେ ପ୍ରକାର ଖାଦ୍ୟ ଦରବ ? "କିଛି ସ୍ପେସିଆଲ ଅଛି କି ମାଆ"? ତପୁ ମାଆକୁ ପଚାରିଲା । 

ମାଆ କହିଲେ, ନାଁ ତ । ମୁଁ ପରା ଏସବୁ ମୋ ପୁଅ ପାଇଁ ତିଆରି କରିଛି । ତୁ ଖାଆ ବାପା,ଖା । ତପୁ ଟପାଟପ ଖାଇଚାଲିଥାଏ । ଏତିକିବେଳେ ମାଆ ପଚାରିଲେ, ସେ ଝିଅଟା କିଏ କିରେ ? ତପୁ ଆଁ କରି ଆଶ୍ଚର୍ଯ୍ୟରେ ମାଆକୁ ଚାହିଁଲା ଆଉ ମନେମନେ ଭାବିଲା ମାଆ କୋଉ ଝିଅ ବିଷୟରେ କହୁଛି,ସେ ଆଉ ରିଙ୍କି ବିଷୟରେ ପଚାରୁନି ତ ? ମାଆ ପୁଣି ଥରେ ପଚାରିଲେ,କିରେ କହୁନି ? 

ତପୁ କହିଲା, କୋଉ ଝିଅ ମୁଁ ତ ଜାଣିନି ? ମାଆ ତୋର କଣ ତୋ ପୁଅ ଉପରେ ଭରସା ନାହିଁ ? ମୁଁ କୋଉ ଝିଅକୁ ଜାଣିନି । ତପୁର ମୁହଁରୁ ଏମିତି ଶୁଣି ମାଆ କହିଲେ,ମୁଁ ଜାଣିଥିଲି ପରା ମୋ ପୁଅ ପୁରା ସୁନା ମୁଣ୍ଡାଟାଏ । ସେ କେଦାର ଆଉ କାହାକୁ ଦେଖିଥିବ ? ମିଛରେ ମୋ ପୁଅ ବୋଲି କହୁଛି । ମାଆଙ୍କ ଠାରୁ ଏମିତି ଶୁଣି ତପୁ ଜାଣିଗଲା ଯେ କେଦାର ମଉସା ଏସବୁ ମାଆକୁ କହିଛି । ସେଦିନ ତ ତପୁ ସମସ୍ତଙ୍କ ନଜରରୁ ବଞ୍ଚିଗଲା କିନ୍ତୁ ସତ ଆଉ କେତେ ଦିନ ଲୁଚିବ । ଏମିତି କିଛିଦିନ ବିତିଗଲା । ଏପଟେ ରିଙ୍କି ଘରେ ରିଙ୍କି ପାଇଁ ବୋହୁତ ଜାଗାରୁ ବିବାହ ପ୍ରସ୍ତାବ ଆସି ପହଁଚିଲା । ରିଙ୍କି ଏସବୁ ବିଷୟରେ ତପୁକୁ କହିଲା । ତପୁ କେମିତି ନିଜ ପ୍ରେମ ବିଷୟରେ ଘରେ କହିବ କିଛି ବାଟ ପାଇଲାନାହିଁ । ଦୀର୍ଘ ସାତବର୍ଷ ଧରି ଯେଉଁ କଥା ଘରଲୋକଙ୍କୁ ଲୁଚେଇଥିଲା ତାହା ଆଜି କେମିତି ବଖାଣିବ କିଛି ବୁଝିପାରିଲାନାହିଁ । ଶେଷରେ ସାହସ କରି ମାଆଙ୍କୁ କହିଲା । ମାଆ ଯାଇ ବାପାଙ୍କୁ କହିଲେ । ବାପାଙ୍କର କିନ୍ତୁ ଏକା ଜିଦ୍ ଯେ ସେ ଝିଅ ସହିତ ତପୁର ବିବାହ ହେଇପାରିବନାହିଁ । ତପୁ ବିଚରା କଣ କରିବ ? ନିରୁପାୟ ସେ । ବାପାଙ୍କ ସାମ୍ନାରେ ମୁହଁ ଖୋଲି କିଛି କହିବାର ସାହସ ତାର ନାହିଁ । ଏମିତି ଅସନ୍ତୋଷରେ କିଛିଦିନ ବିତିଗଲା । ତପୁ ମନରେ ଭୟ । ସେ କଣ ତା ପ୍ରେମୀକାକୁ ହରେଇଦେଵ ? ତାର ଏତେ ଦିନର ପବିତ୍ର ପ୍ରେମ କଣ ଆଧୁରା ହେଇ ରହିଯିବ ? ଏମିତି ଅନେକ ପ୍ରଶ୍ନ ତପୁ ମନରେ ଉଙ୍କି ମାରୁଥାଏ । 

ଦିନେ ହଠାତ ତପୁର ବାପାଙ୍କ ଦେହ ଭୀଷଣ ଖରାପ ହେଲା । ସେତେବେଳକୁ ତପୁ ଘରେ ତପୁକୁ ଛାଡି ଆଉ କେହି ନଥାନ୍ତି । ତପୁ ବାପାଙ୍କୁ ନେଇ ମେଡ଼ିକାଲ ଗଲା । ସେଠି ତପୁର ବାପା ସାତଦିନ ଚିକିତ୍ସାରେ ରହିଲେ । ଠିକ୍ ସେଇ ସମୟରେ ରିଙ୍କି ନିଜର ବଦାନ୍ୟତା ଦେଖାଇଲା । ତପୁର ବାପାଙ୍କୁ ଦେଖିବାପାଇଁ ମେଡ଼ିକାଲ ଗଲା । ସେଠି ଯାଇ ବାପାଙ୍କର ବହୁତ ସେବା ଶୁଶ୍ରୁଷା କଲା । ରିଙ୍କିର ନିଷ୍କପଟ ସେବା ଶୁଶ୍ରୁଷା ଫଳରେ ତପୁର ବାପା ପୁରାପୁରି ଠିକ୍ ହେଇଗଲେ । ଶେଷରେ ତପୁର ବାପା ନିଷ୍ପତ୍ତି ନେଲେ ଯେ ରିଙ୍କି ସହିତ ହିଁ ତପୁର ବିବାହ ହେବ । ପ୍ରକୃତରେ ବିପଦରେ ପଡିଥିବା ସମୟରେ ଯିଏ ପାଖରେ ଠିଆ ହୁଏ ସେ ହିଁ କିଛି ସମ୍ପର୍କ ନଥାଇ ମଧ୍ୟ ବହୁତ ଆପଣାର ହେଇଯାଏ । ଆଜି ତପୁ ଆଉ ରିଙ୍କିର ବିବାହ ସରି ତାଙ୍କର ଗୋଟେ ଛୋଟ ପୁଅଟିଏ ହେଇଛି । ସେମାନେ ଏବେ ବହୁତ ଖୁସି । ତାଙ୍କ ପ୍ରେମ ଶାଶ୍ୱତ ଏବଂ ପବିତ୍ର । 

ଏହା ଥିଲା ରିଙ୍କି ଆଉ ତପୁର ପ୍ରେମ କାହାଣୀ । ମୁଁ ରୋଜା ଆଗକୁ ଆହୁରି ନୂଆ ନୂଆ ପ୍ରେମ,ମିଳନ ଆଉ ବିଚ୍ଛେଦ ଭାରା କାହାଣୀ ନେଇ ଆସିବି । ସେ ପର୍ଯ୍ୟନ୍ତ ବିଦାୟ । 




Rate this content
Log in

Similar oriya story from Inspirational