ତମେ ସବୁ କଣ କର କି?
ତମେ ସବୁ କଣ କର କି?
ଶିବରାତ୍ରି ପାଇଁ ଶୁକ୍ରବାର ଦିନଟା ଛୁଟି।ତା ସାଙ୍ଗକୁ ଶନିବାର ଓ ରବିବାର ବି ଅଫିସ ଛୁଟି।ମମତାର ବାପା ଅଫିସ କାମ ପାଇଁ ଭୁବନେଶ୍ୱର ଗାଡି ଧରି ଆସୁଛନ୍ତି।ସେଇ ସୁଯୋଗର ସଦୁପଯୋଗ ପାଇଁ ସେ ଗାଁ କୁ ଥରେ ଯାଇ ବୁଲି ଆସିବାର ପ୍ରୋଗ୍ରମ ବନେଇଲା।ସେ ଏଇ କଥା ତା ସ୍ୱାମୀ ମହ୍ଲାରକୁ ଜଣାଇଲା।ସେ ବି ରାଜି ହେଇଗଲେ ଥରେ ଘରଆଡୁ ବୁଲିଆସିବାକୁ।ତାଙ୍କର ଗେହ୍ଲୀଝିଅ ରୁମଝୁମ୍ ଅଜାଆଈ ନାନୁନାନିମାଆଙ୍କର ଅତ୍ୟନ୍ତ ଲାଡଲୀ।ତାକୁ ଥରେ ଦେଖିବାକୁ ସେମାନେ ଝୁରି ହେଉଥାନ୍ତି।ଦୁଇଦିନ ସେମାନଙ୍କ ସହ ରହିକି ଆସିଲେ ସମସ୍ତେ ଖୁସି ହେଇଯିବେ।ସନ୍ଧ୍ୟାଆଗରୁ ଚାରିଟାବେଳେ ସେମାନେ ଭୁବନେଶ୍ୱର ଛାଡିବା କଥା ।ହେଲେ ମମତାର ବାପାଙ୍କ କାମ ସରିଲାନି।ସେ ରାତି ଆଠଟାରେ ଫେରିଲେ ତେଣୁ ରାତି ନଅଟା ପାଖାପାଖି ସେମାନେ ଯାତ୍ରାପାଇଁ ବାହାରିଲେ।ତା ବାପା ଅଫିସ ଇନ୍ ଚାର୍ଜ୍ ଥିବାରୁ ଅଫିସର ବଲେରୋ ନେଇ ଆସିଥିଲେ କାମପାଇଁ।ସେଇ ସୁଯୋଗରେ ସେମାନେ ଆସୁଥିଲେ।ରାସ୍ତାରେ ଗୋଟିଏ ଢାବା ଦେଖି ସେମାନେ ରାତ୍ରିଭୋଜନ କଲେ।ହେଲେ ରାତ୍ରୀସାରା ଅନିଦ୍ରା ରହିବା ଫଳରେ ମମତା ରୁମ୍ଝୁମ୍ ଓ ଡ୍ରାଇଭର ତିନି ଜଣଙ୍କୁ ବାନ୍ତି ହେଲା।ପେଟ ଘାଣ୍ଟି ହେଉଥାଏ।ଏମିତି ଅବସ୍ଥାରେ ଝାରସୁଗଡା ପହଞ୍ଚିବା ବେଳକୁ ରାତି ଚାରିଟା ହେଇ ସାରିଥାଏ।ଝାରସୁଗୁଡା ତା ଶଶୁରଘରେ ବେଡରୁମ୍ ମାନଙ୍କରେ ଓ୍ବାର୍ଡରବ୍ ସବୁ ତିଆରି ହେଉଥିବାରୁ ରାତି ଏଗାର ଯାଏ ବଢେଇଙ୍କ କାମ ଚାଲୁଥିଲା । ଘର ସାରା କାଠଗୁଣ୍ଡ ହେଇଥିଲା।ବିମଳା ଚାରିଟା ଆଗରୁ ଉଠି ଘର ଝାଡୁ ପୋଛାରେ ଲାଗିଥିଲେ।ଏତିକି ବେଳକୁ ବାହାରେ ଗାଡି ଆସିବାର ଶବ୍ଦ ହେଲା।ବିମଳା ବାହାରକୁ ବାହାରିଆସିଲେ ଦରଜା ଖୋଲିବାକୁ।ଘର ବାହାରେ ତାଙ୍କର ଦରୁଆନ ରାତିସାରା ଜଗେ ।ତାକୁ କହିଲେ ଗେଟର ଦରଜା ଖୋଲିବାକୁ।ନାତୁଣୀ ରୁମଝୁମ୍ ତା ନାନୁପାଖରେ ପାଉହୋଇ ଆସୁଥିଲା।ଆଈମାଆକୁ ଦେଖି ଆସିଲା ତାଙ୍କ ପାଖକୁ। ଏବେ ଆଉ ଅଚିହ୍ନା କରୁନି।ଛୋଟବେଳେ ଅଚିହ୍ନା କରୁଥିଲା ସମସ୍ତଙ୍କୁ lକେବଳ ବାପା ମାଆ ପାଖେ ରହୁଥିଲା।ବିମଳା କହିଲେ ଏତ ରୁମ୍ଝୁମ୍ ର ଘର।ସେ ସବୁ ବଖରା ବୁଲେଇ ଦେଖେଇଦେଲେ।ତାପରେ ସେ କୋଳରୁ ଉତୁରି ଘରସାରା ବୁଲିବାକୁ ଲାଗିଲା।ପୁଅ ବୋହୁ ରାତିସାରା ଅନିଦ୍ରା ଥିବାରୁ ତାଙ୍କୁ କିଛି ସମୟ ଶୋଇଯିବା ପାଇଁ କହିଲା।ଏତେବେଳକୁ ରୁମଝୁମ୍ ତା ଡକ୍ଟରଦାଦାର ବଖରାକୁ ଯାଇ ତାଙ୍କୁ ଉଠାଇ ସାରିଥାଏ।ତାର ରୁମୁଝୁମୁ ପାଉଁଜିର ସ୍ୱରରେ ତାଙ୍କ ନିଦ ଭାଙ୍ଗି ସାରିଥିଲା।ସେ ଉଠି ତାକୁ ପାଉ କରିନେଲେ।ବିମଳା କହିଲେ ତୁମେ ରୁମଝୁମକୁ କଛିସମୟ ସମ୍ଭାଳ।ମତେ ଘର ପୋଛିବାକୁ ଅଛି ଘରଟା ଗୁଣ୍ଡ ଗୁଣ୍ଡ ହେଇଛି।ସେ ଘୁଷୁରିଲେ କୁଣ୍ଡେଇହେବ।
ଶିବରାତ୍ରୀ ପାଇଁ ମତେ ଶିବମନ୍ଦିରର କବିତାଆସରରେ ଯିବାକୁ ଅଛି ତେଣୁ ରୋଷେଇ ବି ସାରିବାକୁ ପଡିବ।ନହେଲେ ତୁମକୁ ହଇରାଣ କରିନ ଥାନ୍ତି।ତାଙ୍କର ନିଦ ପୂରା ହେଇନଥାଏ।ଏମିତି ବିଳମ୍ବରେ ଶୋଇବାରୁ ତାଙ୍କୁ ସକାଳେ ଭଲ ନିଦ ହୁଏ।ସେ ବାଧ୍ୟହୋଇ ଏ ଦାୟିତ୍ୱ ତୁଲାଇବାକୁ ରାଜି ହେଲେ।ଏବେ ରୁମଝୁମ୍ ଯୁଆଡେ ଯାଉଥିଲା ତା ପଛେ ପଛେ ସେ ଯାଉଥିଲେ।କେବେ ଏ ବେଡରୁମ କେବେ ସେ ବେଡରୁମ କେତେବେଳେ ରୋଷେଇଘରେ ଯାଇ ଡ୍ରୟର ସବୁ ଟାଣି ଦେଖୁଥିଲା।ଡ୍ରଇଂରୁମକୁ ଆସି ବିମଳାଙ୍କ ଲେଖାପଢା ପାଇଁରଖଥିବା ଖାତାପତ୍ର ଓ ପତ୍ରିକା ଡଟ୍ ସବୁ ଯାହାଥିଲା ସବୁ ଫିଙ୍ଗି ବାକୁ ଲାଗିଥାଏ।ଦାଦା ଯେତିକି ଉଠାଇ ସଜାଡୁଥାନ୍ତି ସେ ସେତିକି ଜୋରରେ ପୁଣି ଫିଙ୍ଗିଚାଲିଥାଏ।ଡଟ୍ ପେନଟେ ଧରିବାରୁ ତାକୁ ଖାତାଟେ ଦେଲେ ଲେଖିବାକୁ ହେଲେ ସେ ଖାତାରେ ଟିକେ ଗାରେଇବା ପରେ ନୂଆକରି ରଙ୍ଗ ହୋଇଥିବା କାନ୍ଥ ମାନଙ୍କରେ ଗାରେଇବାକୁ ଲାଗିଲା।ସେ ତାକୁ ନେଇ ନିଜ ବେଡରୁମକୁ ଗଲେ ସେଠି ତାକୁ କିଛି ଖେଳିବାକୁ ଦେଇ ଖଟରେ ଗଡି ପାରିବେ।ହେଲେ ସେ କଣ ଗୋଟିଏ ଜାଗାରେ ବସିବାର ଜନ୍ତୁ।ଖଟରୁ ଓହ୍ଲାଇ ପାଖ ଡ୍ରେସିଙ୍ଗ ଟେବୁଲରେ ଥିବା କ୍ରିମ ପାଉଡର ନେଲପଲିସ୍ ସେଣ୍ଟଶିଶି ପାନିଆ ଲିପଷ୍ଟିକ ସବୁ ଚାରିଆଡେ ବୁଣିଦେଲା।ସେଠୁ ତାକୁ ଟାଣିକି ବାହାରକୁ ନେଇଆସିଲେ।ବିମଳା ଘରପୋଛା ସାରିଥିଲେ।ଏବେ ରୋଷେଇରେ ଜଳଖିଆ ତିଆରି ପାଇଁ ଲାଗିିଥିଲେ।ସ୍ୱାମୀଙ୍କ ଅବସ୍ଥା ଦେଖି ହସ ମାଡୁଥିଲା।ସେ ଗିନା ରେ କିଛି ପାନମହୁରୀର କଲରଫୁଲ ଚକଲେଟ ତାକୁ ଖାଇବାକୁ ଦେଲେ।ସେଟା ତାର ବହୁତ ପସନ୍ଦ।ସେଥିରେ ବା ମୋବାଇଲରେ ରାଇମ୍ସ ଲଗାଇଦେଲେ ସେ ଟିକେ ସ୍ଥିର ହେଇବସେ।ହେଲେ ଡାକ୍ତରଙ୍କ ଦୁଇଟାଯାକ ଫର୍ମୁଲା ପସନ୍ଦ ନୁହଁ।ପିଲାଙ୍କୁ ମୋବାଇଲ ଠୁ ଦୂରେ ରଖିବାକୁ କୁହନ୍ତି।ଚକଲେଟ ବି ଭଲ ନୁହେଁ ବୋଲି କୁହନ୍ତି।ହେଲେ ଏବେ ବାଧ୍ୟହୋଇ ଚକଲେଟ୍ ଖାଇବାକୁ ଦେଲେ।ଚକଲେଟ୍ ଖାଇସାରି ପାଣି ପିଇବାକୁ ମାଗିଲା।ବିମଳା ତାର ଛୋଟଗ୍ଲାସରେ ପାଣି ପିଆଇବାକୁ ଲାଗିଲେ ହେଲେ ସେ ତାଙ୍କ ହାତରୁ ନ ପିଇ ନିଜେ ପିଇବ ବୋଲି ଟାଣି ନେଇଗଲା।ଗ୍ଲାସ ଧରି ଏଘର ସେଘର ହେଉଥାଏ।ତାପଛେ ପଛେ ଡାକ୍ତର।ଗ୍ଲାସକୁ ଛଡେଇବାର ଚେଷ୍ଟାରେ ତା ପଛେ ଲାଗିଥାନ୍ତି।ହେଲେ ସେ ତାର ଧୁନରେ ଚାଲିଥାଏ ଶେଷରେ ପାଣିଗ୍ଲାସଟା ନେଇ ଖଟର ଗଦାରେ ଢାଳିଦେଲା।
ତାର ଏପରି ଚଗଲାମି ଦେଖି ଶେଷରେ ବିମଳା କହିଲା ତୁମ ମୋବାଇଲରେ ରାଇମ୍ସ ଲଗାଇଦିଅ ସେ ବସିକି ଦେଖିବ।ସେ ରାଇମ୍ସ ଲଗାଇଲା ବେଳକୁ ସେ ତାଙ୍କଠୁ ଖସି ତା ମାଆପାଖକୁ ଚାଲିଯାଇ କୋଳରେ ପଶି ଦୁଧ ଖାଇ ଶୋଇଗଲା।ବିମଳା ସ୍ୱମୀଙ୍କୁ କହିଲେ ତୁମେ ସବୁବେଳେ କୁହ ତୁମେ ସ୍ତ୍ରୀ ମାନେ ଘରେ କଣ କରକି?ଦେଖିଲତ ତୁମେ ଘଣ୍ଟାଏ ନାତୁଣୀକୁ ସମ୍ଭାଲି ପାରିଲନି।ହେଲେ ବୋହୁ ତାକୁ ସବୁ ଘର କାମକରି କେମିତି ସମ୍ଭାଲୁଥିବ।ସ୍ତ୍ରୀମାନେ ଏସବୁ କରନ୍ତି।ହେଲେ ତୁମ ପୁରୁଷମାନଙ୍କ ପାଖରେ ତାଙ୍କ କାମର କିଛି ମୂଲ୍ୟ ନାହିଁ।ତୁମେମାନେ ସହଜରେ କେମିତି କହିଦିଅ ତୁମେ ସବୁ ଘରେ ବସି କଣ କରକି ?
