STORYMIRROR

Sunanda Mohanty

Thriller Others

2  

Sunanda Mohanty

Thriller Others

ତିନିପିଢ଼ି

ତିନିପିଢ଼ି

1 min
105


ବୋଉର ଆଜିକାଲି କିଛି ମନେ ରହୁନି ହେଲେ ସେକଥା କହିଲେ ସେ ବିରକ୍ତି ହେଉଛି, କହୁଛି ହଁ ମ ତୁମର ବି ସବୁ ଏମିତି ଦିନେ ମନେ ରହିବନାହିଁ.କଥାଟା ସତ, ହେଲେ ଏଣିକି ତାକୁ ଏକୁଟିଆ ଛାଡି ଯାଇହେବନି ତ ବଡ଼ଝିଅ ନେଇ ଆସିଥିଲା ପାଖକୁ।

   ସେଦିନ ରାତିରେ ଖାଇ ପିଇ ଶୋଇବା ପରେ ପ୍ରାୟ ରାତି ଦୁଇଟା ରେ ବୋଉ ଉଠିବସିଲା ଆଉ ଖାଇବାକୁ ମାଗିଲା, ତ ବଡ଼ଝିଅ ଧଡପଡ ହୋଇ ବଳିପଡିଥିବା ରୁଟି କୁ ଗରମ କ୍ଷୀର ରେ ପକାଇ ଚାଖେଣା ସଂଗେ ଖାଇବାକୁ ଦେଲା ତ ବୋଉ ଖାଉଥାଏ ଆଉ କାନ୍ଦୁଥାଏ ତଥା ତାକୁ ଖାଇବାକୁ ଦିଆଯାଇନି ବୋଲି ସେ ଭଗବାନଙ୍କୁ ବି ଡାକୁଥାଏ ତ ବଡ଼ଝିଅ ଭିଷଣ ଡରିଗଲା, ହେଲେ ବୋଉର ଭୂଲାପଣ ର ପରିଣାମ ଭାବି ଚୁପ ରହିଲା।

   ବଡ଼ଝିଅର ଝିଅ ଅନ୍ତସ୍ୱତ୍ୱା ଥିଲା ବେଳେ ତାର ଦେହ ଖରାପ ହେବା ଶୁଣି ବଡ଼ଝିଅ ତା ଝିଅ ଘରକୁ ଯିବାକୁ ପ୍ରସ୍ତୁତ ହେଲାବେଳେ, ବୋଉ କୁ ଆସି ଭାଈ ନେଇଯିବାକୁ ବସିଲା ତ ବୋଉ ଜମା ରାଜି ହେଲାନି କହୁଥିଲା ନାତୁଣୀ ର ଟିକିଝିଅ ହେଲେ ସେ କୋଳରେ ଧରି ବସିବ, ସତକୁ ସତ ବଡ଼ଝିଅ ଝିଅର ଝିଅଟିଏ ହିଁ ହୋଇଥିଲା l


Rate this content
Log in

Similar oriya story from Thriller